National Voters Day: ଫୋକସରେ ଫାଷ୍ଟଟାଇମ୍ ଭୋଟର, ଆୟୋଜନ ହେଲା 2କିମି ମାନବ ଶୃଙ୍ଖଳ

National Voters Day: ଫୋକସରେ ଫାଷ୍ଟଟାଇମ୍ ଭୋଟର, ଆୟୋଜନ ହେଲା 2କିମି ମାନବ ଶୃଙ୍ଖଳ
ଜାତୀୟ ମତଦାତା ଦିବସ ଅବସରରେ ଜିଲ୍ଲାରେ ପ୍ରଥମଥର ପାଇଁ ଆୟୋଜିତ ହୋଇଯାଇଛି ସର୍ବବୃହତ ମାନବ ଶୃଙ୍ଖଳାର ଚେନ । ଅଧିକ ପଢନ୍ତୁ
ବୌଦ୍ଧ: ଆଜି ହେଉଛି ଜାତୀୟ ମତଦାତା ଦିବସ । ଦେଶର ପ୍ରତିଟି ନାଗରିକ କିପରି ଗଣତନ୍ତ୍ରର ମୁଖ୍ୟ ପର୍ବରେ ସାମିଲ ହେବେ, ଅବାଧ ଓ ମୁକ୍ତ ମତଦାନ କରିବେ ତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଆଜି(ଜାନୁଆରୀ 25) ଦିନରେ ପାଳନ ହୁଏ ଜାତୀୟ ମତଦାତା ଦିବସ । ଏହି ଅବସରରେ ଜିଲ୍ଲାରେ ପ୍ରଥମଥର ପାଇଁ ଆୟୋଜିତ ହୋଇଯାଇଛି ସର୍ବବୃହତ ମାନବ ଶୃଙ୍ଖଳାର ଚେନ । ଭୋଟରଙ୍କୁ ସଚେତନ କରିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।
ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆଜି ଜାତୀୟ ଭୋଟର ଦିବସ ପାଳନ କରାଯାଇଛି । ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ତଥା ନୂତନ ଭୋଟରଙ୍କୁ ସଚେତନ କରିବା ଉଦେଶ୍ୟ ରେ ଆଜି ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ବୌଦ୍ଧ ଜିଲ୍ଲା ସଦର ମହକୁମାର ହାତୀଶାଳ ଛକ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ପ୍ରାୟ ଦୁଇ କିଲୋମିଟର ରୁ ଉର୍ଦ୍ଧ୍ବ ଲମ୍ବ ଧରି ଏକ ମାନବ ଶୃଙ୍ଖଳ ଆୟୋଜନ କରାଯାଇଥିଲା।
ତେବେ ପ୍ରଥମଥର ପାଇଁ ଏଭଳି ଅଭିନବ ପଦକ୍ଷେପ ଦ୍ବାରା ଭୋଟରଙ୍କ ମଧ୍ୟରେ ଭୋଟଦାନକୁ ନେଇ ସଚେତନତା ସୃଷ୍ଟି ପାଇଁ ପ୍ରଶାସନ ଚେଷ୍ଟା କରିଥିବା ସୂଚନା ମିଳିଛି । ବୌଦ୍ଧ ର ସମସ୍ତ ବିଭାଗୀୟ କର୍ମଚାରୀ, କଲେଜ ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ମାନେ ଖୁବ ଉତ୍ସାହର ସହିତ ଭାଗନେଇ ଥିଲେ । ନୂତନ ଭୋଟର ମାନେ ଏଥିପାଇଁ ବେଶ ଆନନ୍ଦ ପ୍ରକାଶ କରିଥିବା ବେଳେ ସୁଦୃଢ ଗଣତନ୍ତ୍ର ପାଇଁ ମତଦାନ ସାବ୍ୟସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ ଦିଆଯାଇଛି ।
ଏନେଇ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା କହିଛନ୍ତି , ଜିଲ୍ଲାପାଳ ଏତେ ସୁନ୍ଦର ଆୟୋଜନ କରିଥିବାରୁ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇବି। ଏଭଳି ମାନବ ଚେନ ପ୍ରଥମ ଥର ପାଇଁ ବୌଦ୍ଧରେ ଆୟୋଜନ କରାଯାଇଛି ଯୁବ ଭୋଟର ମାନଙ୍କୁ ଆକୃଷ୍ଟ କରିବା ସହିତ ସଟେତନ କରିବା ପାଇଁ ଏହାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବୌଦ୍ଧର କଲେଜ, କର୍ମଚାରୀ, ସ୍ବେଚ୍ଛାସେବୀ ଓ ଜନସାଧାରଣ ଭାଗ ନେଇଥିଲେ।
ପ୍ରକାଶ ଥାଉକି, ମତଦାନ ସମସ୍ତଙ୍କ ଅଧିକାର । ଭୋଟ ଦେବାର ଅଧିକାରରୁ କୌଣସି ଜଣେ ବ୍ୟକ୍ତି ବଞ୍ଚିତ ହେବା ସମ୍ବିଧାନ ପାଇଁ ହାନିକାରକ । ଏ ତ୍ରୁଣ-ମୂଳସ୍ତରରେ ନାଗରିକମାନେ ସଚେତନ ହେଲେ ହିଁ ଦେଶ ସମୃଦ୍ଧ ହେବ । ମତଦାନ ସାବ୍ୟସ୍ତ ଦେଶର ବିକାଶ ଧାରାକୁ ଆଗକୁ ନିଏ । ଭୋଟରମାନଙ୍କୁ ସଚେତନ କରିବା ପାଇଁ 2011ରୁ ପ୍ରତିବର୍ଷ ଜାନୁଆରୀ 25କୁ ଜାତୀୟ ଭୋଟର ଦିବସ ଭାବରେ ପାଳନ କରାଯାଉଛି । ବିଶେଷ କରି ଯୁବବର୍ଗର ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।
ଇଟିଭି ଭାରତ, ବୌଦ୍ଧ
