ETV Bharat / state

ଗଞ୍ଜେଇ ଚାଷ ବନ୍ଦ କରିବାକୁ ମାଓବାଦୀଙ୍କ ଚେତାବନୀ, ପୋଷ୍ଟର ମାରିଲା ଲାଲ ବାହିନୀ

author img

By ETV Bharat Odisha Team

Published : Dec 6, 2023, 9:35 AM IST

Updated : Dec 6, 2023, 1:36 PM IST

ଲୋକଙ୍କୁ ସଚେତନ କରାଉଛି ମାଓବାଦୀ
ଲୋକଙ୍କୁ ସଚେତନ କରାଉଛି ମାଓବାଦୀ

Mao Poster in Boudh: ଲୋକଙ୍କୁ ସଚେତନ କରାଉଛି ମାଓବାଦୀ । ଜିଲ୍ଲାରେ ଗଞ୍ଜେଇ ଚାଷ ନ କରିବାକୁ କେକେବିଏନ ମାଓ ଡିଭିଜନ ପକ୍ଷରୁ ମାଓ ପୋଷ୍ଟର ଲଗାଯାଇଛି । ଅଧିକ ପଢନ୍ତୁ

ଗଞ୍ଜେଇ ଚାଷ ବନ୍ଦ କରିବାକୁ ମାଓବାଦୀଙ୍କ ଚେତାବନୀ,

ବୌଦ୍ଧ: ଦୀର୍ଘ ଦିନ ପରେ ବୌଦ୍ଧ ଜିଲ୍ଲାରେ ପୁଣି ନିଜର ସ୍ଥିତି ଜାହିର କରିଛି ମାଓ ସଂଗଠନ । ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଲୋକଙ୍କୁ ଗଞ୍ଜେଇ ଚାଷ ନକରିବାକୁ ପରାମର୍ଶ ଦେବା ଉଦ୍ଦେଶ୍ୟରେ କେକେବିଏନ ମାଓ ଡିଭିଜନ ପକ୍ଷରୁ ଏହି ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଜିଲ୍ଲାରେ ନୀଳ ଜହର(ଗଞ୍ଜେଇ) ଚାଷ ହଜାର ହଜାର ଏକର ଜଙ୍ଗଲ ଜମିରେ ବେଆଇନ ଭାବେ କରାଯାଉଥିବା ବେଳେ ଏହା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ।

ପୁଣି ଥରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଗତ କିଛି ଦିନ ପୂର୍ବରୁ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ମାଓ ଗତିବିଧି ଜିଲ୍ଲାରେ ସକ୍ରିୟ ଥିବା ସ୍ପଷ୍ଟ ହୋଇଥିବା ବେଳେ ମଙ୍ଗଳବାର ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ କେକେବିଏନ ମାଓ ଡିଭିଜନ ପକ୍ଷରୁ ଲୋକଙ୍କୁ ଗଞ୍ଜେଇ ଚାଷ ନକରିବାକୁ ପରାମର୍ଶ ଦେଇ ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ.. କନ୍ଧମାଳରେ ପୁଣି ମାତିଲେ ମାଓବାଦୀ , ଫିରିଙ୍ଗିଆରେ ଲଗାଇଲେ ଲାଲ୍ ବ୍ୟାନର୍

ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ନେଇ ସୂଚନା ରହିଛି । ବିଶେଷ ଭାବରେ ଏହି ନୀଳ ଜହରର ଚାଷ କାର୍ଯ୍ୟ ଜିଲ୍ଲା ପ୍ରଶାସନ, ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଆସୁଛି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ବଉଦ ଥାନା ଅନ୍ତର୍ଗତ ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ହଜାର ହଜାର ଏକର ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ହେଉଥିବା ଖବର ରହିଛି ।

ତେବେ ଚଳିତ ବର୍ଷ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ମାଓ ଗତିବିଧି ସକ୍ରିୟ ଥିବା ସୂଚନା ମିଳିଛି । ଗତ କିଛି ଦିନ ତଳେ ଜିଲ୍ଲା ପୋଲିସର ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ନେଇ ବୌଦ୍ଧ ଏସ୍‌ପି ସୂଚନା ଦେଇଥିଲେ । ଏଥିସହିତ ସେଠାରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ନୂଆପଡାରେ ପୁଣି ଲାଗିଲା ମାଓ ପୋଷ୍ଟର, PLGA ସପ୍ତାହ ସଫଳ ପାଇଁ ଆହ୍ୱାନ

ଏହା ପୂର୍ବରୁ ମଧ୍ୟ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଗୁନ୍ଦୁଳିଆଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଉପାନ୍ତ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ନକରି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ନେବାକୁ ଆହ୍ବାନ ଦିଆଯାଇଥିଲା । ସେପଟେ ମଙ୍ଗଳବାର ଦିନ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଓ ଗୁନ୍ଦୁଳିଆ ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି ।

କେକେବିଏନ ମାଓ ଡିଭିଜନ ପକ୍ଷରୁ ଲୋକଙ୍କୁ ଗଞ୍ଜେଇ ଚାଷ ନକରିବାକୁ ପରାମର୍ଶ ଦେଇ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖାଯାଇଛି । ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ପାଇଁ ମାଓବାଦୀ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଥିବା ଯୋଗୁଁ ଏଭଳି ଗଞ୍ଜେଇ ଚାଷ ନକରିବାକୁ ପୋଷ୍ଟରରେ ଆହ୍ବାନ ଦିଆଯିବା ସହିତ ଏଭଳି କାରବାର ସହ ଜଡିତ ମାଫିଆଙ୍କୁ ଉଚିତ ଦଣ୍ଡ ଦେବାକୁ ଚେତାବନୀ ଦିଆଯାଇଛି ।

ମାଓ ଗତିବିଧି ସକ୍ରିୟ ଥିବା ହେତୁ ଚଳିତ ବର୍ଷ କେବଳ ଜିଲ୍ଲା ପୋଲିସ ଗଞ୍ଜେଇ କଟା ଅଭିଯାନ ଆରମ୍ଭ କରିଥିବା ବେଳେ ଜିଲ୍ଲା ଅବକାରୀ ବିଭାଗ ଆଦୌ ଗଞ୍ଜେଇ କଟା ପ୍ରକ୍ରିୟା ଆରମ୍ଭ କରିନାହିଁ । ଜିଲ୍ଲା ପୋଲିସର ସହାୟତା ପରେ ଅବକାରୀ ବିଭାଗ ଗଞ୍ଜେଇ କଟା ଅଭିଯାନ ଆରମ୍ଭ କରାଯିବା ନେଇ ଜିଲ୍ଳା ଅବକାରୀ ଅଧିକ୍ଷକ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated :Dec 6, 2023, 1:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.