ETV Bharat / state

ନିମ୍ନମାନର ରାସ୍ତା କାମକୁ ନେଇ ଅଭିଯୋଗ କରିବାରୁ ହତ୍ୟା ଧମକ

author img

By

Published : Feb 3, 2021, 9:12 AM IST

ବୌଦ୍ଧ ଜିଲ୍ଲା ହାଡଭଙ୍ଗା ବ୍ଲକରେ ନିମ୍ନମାନର ରସ୍ତା ନିର୍ମାଣକୁ ନେଇ ପଚାରିବାରୁ ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଧମକ ଅଭିଯୋଗ । ଅଧିକ ପଢନ୍ତୁ...

ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ
ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ

ବୌଦ୍ଧ: ପ୍ରଥମେ ନିମ୍ନମାନର ରାସ୍ତା ନିର୍ମାଣ ତା ପରେ ଶ୍ରମିକମାନଙ୍କ ପାଉଣା ବନ୍ଦ । ଏହାର ପ୍ରତିବାଦ କରିବାରୁ ମିଳିଲା ହତ୍ୟାଧମକ । ଏପରି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହାଡଭଙ୍ଗା ବ୍ଲକରେ ।

ନିମ୍ନମାନର ରସ୍ତା କାମକୁ

ସୂଚନାଅନୁସାରେ, ହାଡଭଙ୍ଗା ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ରାସ୍ତା ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଏହା ସହିତ ରାସ୍ତା କାମରେ ନିୟୋଜିତ ଥିବା ଶ୍ରମିକଙ୍କୁ ମଜୁରୀ ମଧ୍ୟ ଦିଆଯାଇ ନାହିଁ । ଏ ନେଇ ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଅରୁପ ଦୀପ ନିମ୍ନମାନର ରାସ୍ତା କାମ ଓ ଶ୍ରମିକଙ୍କ ପାଉଣା ବନ୍ଦକୁ ନେଇ ପଚରାଉଚରା କରିବାରୁ ତାଙ୍କୁ ହତ୍ୟା ଧମକ ମିଳିଛି । ଶାସକ ଦଳର ଜଣେ ନେତା ତାଙ୍କୁ ଗାଳି ଗୁଲଜ କରିବା ସହିତ ହତ୍ୟା ଧମକ ଦେଇଥିବା ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଏ ନେଇ ବିଜେପି ଯୁବ ମୋର୍ଚ୍ଚାର ପ୍ରତିନିଧି ଦଳ ବୌଦ୍ଧ ଏସପିଙ୍କୁ ଭେଟି ଅରୁପଙ୍କ ସୁରକ୍ଷା ପ୍ରଦାନ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ପ୍ରତିପକ୍ଷଙ୍କ ପକ୍ଷରୁ ମଧ୍ୟ ହରଭଙ୍ଗା ଥାନାରେ ପାଲଟା ଅଭିଯୋଗ ହୋଇଥିବା ସୂଚନା ମିଳିଛି । ତେବେ ଏସବୁ ପଛରେ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ସମୟରେ କିଭଳି ଓ କାହିଁକି ସମ୍ପୃକ୍ତ ଯନ୍ତ୍ରୀ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରୁନଥିଲେ ଓ ଶ୍ରମିକଙ୍କ ପାଉଣା ସମ୍ପର୍କରେ କିଭଳି କୌଣସି ସରକାରୀ ବାବୁ ଜାଣିପାରି ନାହାନ୍ତି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.