ETV Bharat / state

ଶ୍ରୀହିନ ହୋଇପଡ଼ିଛି ବୌଦ୍ଧ ଜିଲ୍ଲାର ଆକାଂକ୍ଷୀ ପ୍ରକଳ୍ପ ନନ୍ଦନବନ

author img

By ETV Bharat Odisha Team

Published : Oct 17, 2023, 10:53 AM IST

Updated : Oct 17, 2023, 2:21 PM IST

ବିଭାଗୀୟ ଅପାରଗତା ଯୋଗୁଁ ଅନିଶ୍ଚିତତା ମଧ୍ୟରେ ବୌଦ୍ଧ ଜିଲ୍ଲା ୧୫ଶହ ଏକର ପରିମିତ ଅଞ୍ଚଳରେ ଥିବା ନନ୍ଦନବନ । ଏନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଭୀର ଅସନ୍ତୋଷ ପ୍ରକାଶ କରିଛି । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲାର ଆକାଂକ୍ଷୀ ପ୍ରକଳ୍ପ ନନ୍ଦନବନ
ବୌଦ୍ଧ ଜିଲ୍ଲାର ଆକାଂକ୍ଷୀ ପ୍ରକଳ୍ପ ନନ୍ଦନବନ

nandanban safari boudh

ବୌଦ୍ଧ: ରାଜ୍ୟର ପ୍ରଥମ ପରିବେଶ ଭିତ୍ତିକ ପ୍ରକଳ୍ପ ନନ୍ଦନବନ । ବୌଦ୍ଧ ଜିଲ୍ଲା ବୀରନରସିଂପୁର ଓ ମଥୁରା ପଞ୍ଚାୟତର ପ୍ରାୟ ୧୫ଶହ ଏକର ପରିମିତ ଅଞ୍ଚଳରେ ଥିବା ନନ୍ଦନବନ ବର୍ତ୍ତମାନ ବିଭାଗୀୟ ଅପାରଗତା ଯୋଗୁଁ ଅବହେଳିତ ହୋଇ ପଡ଼ି ରହିଛି । ଯାହାର ଭବିଷ୍ୟତକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ତେବେ ଦୁର୍ଲଭ ଔଷଧୀୟ ଗୁଳ୍ମ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ତଥା ବନ୍ୟଜନ୍ତୁଙ୍କ ପ୍ରାକୃତିକ ଆବାସ ଅଞ୍ଚଳର ସୁରକ୍ଷା ତଥା ବିକାଶ ପାଇଁ ଏହି ନନ୍ଦନବନର ପରିକଳ୍ପନା କରାଯାଇଥିଲା । ଗତ ପ୍ରାୟ ତିନି ବର୍ଷ ତଳେ ଏହି ନନ୍ଦନବନ ପ୍ରକଳ୍ପ ଓଡ଼ିଶାର ଅନ୍ୟତମ ବୃହତ୍ତମ ଇକୋ ପାର୍କ ସହିତ ପର୍ଯ୍ୟଟନର ଏକ ପ୍ରମୁଖ ହବ ହେବାର ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ଡବ୍ଲୁଓଡିସି ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । କିନ୍ତୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠିକୁ ଜିଲ୍ଲା ଡିଆରଡିଏ ପକ୍ଷରୁ ଏହି ନନ୍ଦନବନ ପ୍ରକଳ୍ପରେ ଏଭଳି କାର୍ଯ୍ୟ କଲେ ଯେ, ଉକ୍ତ ପ୍ରାକୃତିକ ଅଞ୍ଚଳ ବର୍ତ୍ତମାନ କଙ୍କ୍ରିଟ୍‌ ଜଙ୍ଗଲରେ ପରିଣତ ହୋଇଗଲା । ଯାହାକୁ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଭୀର ଅସନ୍ତୋଷ ପ୍ରକାଶ କରିଛି ।

ଏହା ମଧ୍ୟ ପଢନ୍ତୁ- ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ନନ୍ଦନବନ, ଥରେ ଗଲେ ଫେରିବାକୁ ହୁଏନା ମନ

ଯାହା ପରେ ସମସ୍ତ ଉନ୍ନୟନ କାର୍ଯ୍ୟ ଠପ୍ ପଡି ରହିଛି । ଏହାଛଡ଼ା କିଛି ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଏହି ପ୍ରକଳ୍ପ କାର୍ଯ୍ୟ ଦାୟିତ୍ଵ ପ୍ରଦାନ କରାଯାଇଥିବା ବେଳେ କାର୍ଯ୍ୟକ୍ଷେତ୍ରରେ ଠିକାଦାରଙ୍କ ଅଜ୍ଞାନତା ଯୋଗୁଁ ଉକ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅଞ୍ଚଳ ଆକର୍ଷଣୀୟ ହେବା ବଦଳରେ ଶ୍ରୀହିନ ହୋଇପଡି ରହିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ଏନେଇ ଗତକାଲି(ସୋମବାର) ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସୀତ କୁମାର ତ୍ରିପାଠୀ ସୁବର୍ଣ୍ଣପୁରରେ ପହଞ୍ଚି ପରିଷଦର ଅର୍ଥ ଖର୍ଚ୍ଚ ହେଉଥିବା ପ୍ରକଳ୍ପର ସମୀକ୍ଷା କରିଥିଲେ । ଏଥିସହ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଉକ୍ତ ନନ୍ଦନବନ ପ୍ରକଳ୍ପର କାର୍ଯ୍ୟ ତ୍ବରାନ୍ବିତ ତଥା ଉପଯୁକ୍ତ ମାର୍ଗଦର୍ଶିକାକୁ ଅନୁସରଣ କରି କାର୍ଯ୍ୟ କରିବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଏହା କିଭଳି ଭାବରେ କାର୍ଯ୍ୟକାରୀ ହେବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବୌଦ୍ଧ

Last Updated : Oct 17, 2023, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.