ETV Bharat / state

ଉପାନ୍ତ ଅଞ୍ଚଳରେ ଜଳସେଚନ ସଙ୍କଟ, ବର୍ଷତମାମ ମରୁଡ଼ି ସହୁଛନ୍ତି ଗ୍ରାମବାସୀ

author img

By

Published : Nov 30, 2022, 1:24 PM IST

irrigation problem in boudh
ଉପାନ୍ତ ଅଞ୍ଚଳରେ ଜଳସେଚନ ସଙ୍କଟ, ବର୍ଷତମାମ ମରୁଡ଼ି ସହୁଛନ୍ତି ଗ୍ରାମବାସୀ

ଉପାନ୍ତ ଅଞ୍ଚଳକୁ ଘାରୁଛି ଜଳ ଚିନ୍ତା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର 10ରୁ ଊର୍ଦ୍ଧ୍ବ ପଞ୍ଚାୟତରେ ଜଳସେଚନ ସମସ୍ୟା ଦେଖାଦେଇଛି । ଅଧିକ ପଢ଼ନ୍ତୁ

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଦିଗହରା ଜଳସେଚନ ବ୍ୟବସ୍ଥା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଉପାନ୍ତ ପଞ୍ଚାୟତ ଗୁଡିକରେ ଜଳସେଚନ ଅଭାବରୁ ବର୍ଷ ବର୍ଷ ଧରି ମରୁଡି ଲାଗି ରହୁଛି । ଫଳରେ 10ରୁ ଊର୍ଦ୍ଧ୍ବ ପଞ୍ଚାୟତରେ ଜଳସେଚନ ସମସ୍ୟା ଦେଖାଦେଇଛି । ଦୀର୍ଘ ବର୍ଷ ଧରି ଖଡଙ୍ଗ ନଦୀ ବନ୍ଧ ଯୋଜନା ଓ ତେଲନଦୀରେ ଆନିକଟ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏନେଇ କୌଣସି ସୁଫଳ ମିଳିନଥିବା ଲୋକେ ଅଭିଯୋଗ କରିଛନ୍ତି ।

ଉପାନ୍ତ ଅଞ୍ଚଳରେ ଜଳସେଚନ ସଙ୍କଟ

ବୌଦ୍ଧ ଜିଲ୍ଲାର ସୀମାରେଖାରେ ପ୍ରବାହିତ ତେଲନଦୀ ସହିତ ଖଡଙ୍ଗ ନଦୀରୁ ଜଳସେଚନର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଉଭୟ ନଦୀରେ କୌଣସି ଆନିକଟ ନିର୍ମାଣ ହୋଇନଥିବା ବେଳେ ତଟ ସୁରକ୍ଷା ମଧ୍ୟ ଠିକରେ ହୋଇପାରିନାହିଁ । ତେବେ ଖଡଙ୍ଗ ନଦୀର ବନ୍ଧଗୋରା ଠାରେ ପଥର ପ୍ୟାକିଂ ହୋଇଛି ଏବଂ ଅନ୍ୟ ସ୍ଥାନ ନଦୀକୂଳ ଖାଇବାରେ ଲାଗିଛି । ଦେଶ ସ୍ବାଧିନ ସମୟରୁ ଖଡଙ୍ଗ ନଦୀ ବନ୍ଧ ଯୋଜନା ପାଇଁ ଲୋକେ ଦାବି କରିଆସୁଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କଣ୍ଟାମାଳ ବ୍ଲକର ଖୁଣ୍ଟିଗୋରା, ଆମ୍ବଗାଁ, ନାରାୟଣ ପ୍ରସାଦ, ବରଗାଁ, ଖମନମୁଣ୍ଡା, ଉମା ଭଳି ଦଶରୁ ଉର୍ଦ୍ଧ୍ବ ପଞ୍ଚାୟତରେ ଜଳସେଚନ ସୁଗମ ହୋଇପାରନ୍ତା । କିନ୍ତୁ ଆଜି ଯାଏ ଗ୍ରାମବାସୀଙ୍କ ଦାବି ପୂରଣ ହୋଇପାରିନାହିଁ । ଅନ୍ୟପଟେ କଣ୍ଟାମାଳ ବ୍ଲକର ତେଲନଦୀରୁ କେତୋଟି ବୃହତ ଉଠା ଜଳସେଚନ ଦ୍ବାରା କିଛି ଅଞ୍ଚଳକୁ ଜଳସେଚନ ହେଉଥିବା ବେଳେ ତେଲନଦୀ ଉପରେ କୌଣସି ଆନିକଟ ନଥିବାରୁ ଏନେଇ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.