ETV Bharat / state

କାମରେ ଲାଗୁନି ଚେକଡ୍ୟାମ, ବୌଦ୍ଧରେ ବଢୁଛି ଅସନ୍ତୋଷ

author img

By

Published : Dec 26, 2021, 1:15 PM IST

କାମରେ ଲାଗୁନି ଚେକଡ୍ୟାମ, ତୃଟିପୂର୍ଣ୍ଣ ନିର୍ମାଣ ଅଭିଯୋଗ
କାମରେ ଲାଗୁନି ଚେକଡ୍ୟାମ, ତୃଟିପୂର୍ଣ୍ଣ ନିର୍ମାଣ ଅଭିଯୋଗ

ବୌଦ୍ଧ ଜିଲ୍ଲାର ଜଳସେଚନ ଓ କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ଅନେକ ପ୍ରକଳ୍ପ ନିର୍ମାଣ ହୋଇଛି । ହେଲେ ଅନେକ ସ୍ଥାନରେ ଅତି ନିମ୍ନମାନର ଚେକଡ୍ୟାମ ନିର୍ମାଣ(Low quality check dam construction ) ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ବୌଦ୍ଧ: ଜଳସେଚନ ବିଭାଗର(irrigation department) ତୃଟିପୂର୍ଣ୍ଣ ଡ୍ୟାମ ନିର୍ମାଣ ଯୋଗୁଁ ଚାଷୀଙ୍କ ଜମିକୁ ପହଞ୍ଚି ପାରୁନି ପାଣି । ଫଳରେ ଚଳିତ ବର୍ଷ ଜିଲ୍ଲାର ଅନେକ ଜମିରେ ଜଳସେଚନ ହୋଇନପାରି ପଡିଆ ପଡିଛି । ବୌଦ୍ଧ ଜିଲ୍ଲାର ଜଳସେଚନ ଓ କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ଅନେକ ପ୍ରକଳ୍ପ ନିର୍ମାଣ ହୋଇଛି । ହେଲେ ଅନେକ ସ୍ଥାନରେ ଅତି ନିମ୍ନମାନର ଚେକଡ୍ୟାମ ନିର୍ମାଣ(Low quality check dam construction ) ହୋଇଥିବା ଅଭିଯୋଗ ହୋଇଛି ।

କାମରେ ଲାଗୁନି ଚେକଡ୍ୟାମ, ତୃଟିପୂର୍ଣ୍ଣ ନିର୍ମାଣ ଅଭିଯୋଗ

ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ଜଳ ଉତ୍ସରେ ଏହି ଚେକଡ୍ୟାମ କେବଳ ଠିକାଦାରଙ୍କୁ ସୁହାଇଲା ଭଳି ନିର୍ମାଣ ହୋଇଛି ବୋଲି ଅଭିଯୋଗ ହୋଇଛି । ଗୋଟିଏ ପଟେ ଏହି ଚେକଡ୍ୟାମଗୁଡିକ ଉପଯୁକ୍ତ ଭାବରେ ନିର୍ମାଣ ହୋଇନଥିବାରୁ ଚାଷୀଙ୍କ ଜମିକୁ ଆଦୌ ଜଳସେଚନ ହୋଇପାରିନାହିଁ ।ଅନ୍ୟପଟରେ ଡ୍ୟାମଗୁଡିକ ଅତ୍ୟନ୍ତ ନିମ୍ନମାନର ନିର୍ମାଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଉଭୟ ଠିକାଦାର ଓ ଯନ୍ତ୍ରୀ ମଧ୍ୟରେ ମଧୁଚନ୍ଦ୍ରିକାରେ ଏଭଳି ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଜଳସେଚନ ହୋଇନପାରିବା ଯୋଗୁଁ ବିଭିନ୍ନ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି ।

ସେପଟେ ଜଳସେଚନ ବିଭାଗ ଅଧିନରେ ଥିବା ବାଘ ଜଳସେଚନ ପ୍ରକଳ୍ପ, ମରାମତି ଅଭାବରୁ ଦୁର୍ବଳ ଅବସ୍ଥାରେ ପହଞ୍ଚିଥିବା ଜଣାପଡିଛି । ତୁରନ୍ତ ଏଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.