ETV Bharat / state

ଜୀବନ ନେଉଛି ଅନ୍ଧବିଶ୍ବାସ ! ସର୍ପାଘାତ ମୃତ୍ୟୁହାରରେ ଆଗରେ ବୌଦ୍ଧ

author img

By

Published : Sep 20, 2020, 8:12 AM IST

Updated : Sep 20, 2020, 12:53 PM IST

ଗୁଣିଗାରେଡି ଓ ତନ୍ତ୍ରରେ ବିଶ୍ୱାସ, ବୌଦ୍ଧରେ ସର୍ପାଘାତ ମୃତ୍ୟୁହାର ସର୍ବାଧିକ
ଗୁଣିଗାରେଡି ଓ ତନ୍ତ୍ରରେ ବିଶ୍ୱାସ, ବୌଦ୍ଧରେ ସର୍ପାଘାତ ମୃତ୍ୟୁହାର ସର୍ବାଧିକ

ଆଧୁନିକ ମଣିଷ ମୁଣ୍ଡରେ ସବାର କରିଛି ଅନ୍ଧବିଶ୍ବାସ । ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀକୁ ହେ ଜ୍ଞାନ କରି ଜୀବନ ସହ ଖେଳୁଛି ସାଙ୍ଘାତିକ ଖେଳ। ଯାହାର ପରିଣାମ ନିଜେ ଭୋଗିବା ସହ ଅନ୍ୟମାନଙ୍କୁ ମଧ୍ୟ ଏହି କୁପ୍ରଥାର ଦିଗକୁ ଟାଣି ନେଉଛି।

ବୌଦ୍ଧ: ଆଧୁନିକ ମଣିଷ ମୁଣ୍ଡରେ ସବାର କରିଛି ଅନ୍ଧବିଶ୍ବାସ । ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀକୁ ହେ ଜ୍ଞାନ କରି ଜୀବନ ସହ ଖେଳୁଛି ସାଙ୍ଘାତିକ ଖେଳ। ଯାହାର ପରିଣାମ ନିଜେ ଭୋଗିବା ସହ ଅନ୍ୟମାନଙ୍କୁ ମଧ୍ୟ ଏହି କୁପ୍ରଥାର ଦିଗକୁ ଟାଣି ନେଉଛି। ଯାହାର ସଦ୍ୟତମ ଉଦାହରଣ ବୌଦ୍ଧରେ ଦେଖିବାକୁ ମିଳିଛି। ସାପ କାମୁଡିଲେ ଲୋକେ ଡାକ୍ତରଖାନା ପରିବର୍ତ୍ତେ ଝଡାଫୁଙ୍କା ଓ ତନ୍ତ୍ରମନ୍ତ୍ରରେ ବିଶ୍ବାସ ରଖି ଶେଷରେ ପ୍ରାଣତ୍ୟାଗ କରୁଛନ୍ତି।

ଯାହାଫଳରେ ଓଡ଼ିଶାର ଅନ୍ୟ ଜିଲ୍ଲା ଅପେକ୍ଷା ବୌଦ୍ଧ ଜିଲ୍ଲାରେ ସର୍ପାଘାତରେ ମୃତ୍ୟୁ ହାର ଅଧିକ। ଏନେଇ ଜିଲ୍ଲାରେ ଗଭୀର ଉଦବେଗ ପ୍ରକାଶ ପାଇଛି । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବିଭିନ୍ନ ପନ୍ଥା ଅବଲମ୍ବନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି । ପ୍ରାୟ ପ୍ରତ୍ୟେକ ସପ୍ତାହରେ ସର୍ପାଘାତରେ ଜୀବନ ହାନୀ ଘଟୁଛି ।

ଜୀବନ ନେଉଛି ଅନ୍ଧବିଶ୍ବାସ ! ସର୍ପାଘାତ ମୃତ୍ୟୁହାରରେ ଆଗରେ ବୌଦ୍ଧ

ଶୁକ୍ରବାର ମଧ୍ୟ ରାତ୍ରିରେ ଖୁଣ୍ଡବନ୍ଧ ପଞ୍ଚାୟତ ଅନ୍ତର୍ଗତ ମଧୁପୁର ଗ୍ରାମର ଜନୈକା ମହିଳାଙ୍କୁ ଏକ ଚିତି ସାପ କାମୁଡିବା ପରେ ଝଡାଫୁଙ୍କା ପରେ ସେ ଠିକ ହୋଇ ଶୋଇ ପଡିଥିଲେ। କିନ୍ତୁ ପରେ ତାଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ମହିଳାଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା ।

ତେବେ ଏଭଳି ଘଟଣା ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଟୁଥିଲେ ମଧ୍ୟ ସଚେତନତା ଅଭାବରୁ ଲୋକେ ସର୍ପାଘାତ ପରେ ଗୁଣିଗାରେଡି ଓ ତନ୍ତ୍ର ମନ୍ତ୍ରର ସହାୟତା ନେଇ ଆହତ ଅବସ୍ଥାକୁ ଆହୁରି ବଢାଇ ଦେଉଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ରୋଗୀର ଜୀବନ ସହ ଖେଳୁଛନ୍ତି। ଏନେଇ ବୁଦ୍ଧିଜୀବି ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated :Sep 20, 2020, 12:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.