ETV Bharat / state

ନିଆରା ବାହାଘର, ଜେସିବିରେ ବସି ବର ଗଲା କନ୍ୟାଘର

author img

By

Published : May 3, 2023, 8:28 AM IST

Updated : May 3, 2023, 8:35 AM IST

Groom Takes JCB Ride to Reach Marriage Venue
Groom Takes JCB Ride to Reach Marriage Venue

ଗାଡିରେ ନୁହେଁ କି ଘୋଡାରେ ନୁହେଁ । ବର ଆସିଲା ଜେସିବି ଆଙ୍କୁଡାରେ । ସୁସଜ୍ଜିତ ଜେସିବିରେ ବର ବେଶରେ ତଥା ବାଣ ବାଜା ମଧ୍ୟରେ କନ୍ୟା ଘରେ ପହଞ୍ଚିଲା ବରଯାତ୍ରୀ ଦଳ । ଏଭଳି ନିଆରା ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ଏକ ବିବାହ ଉତ୍ସବରେ । ଅଧିକ ପଢନ୍ତୁ

Groom Takes JCB Ride to Reach Marriage Venue

ବୌଦ୍ଧ: ବାଜା ବାଜୁଛି, ବାଣ ଫୁଟିଛି । ଡିଜେ ଗୀତରେ ତାଳେ ତାଳେ ବର ଗାଡି ଆଗରେ ନାଚୁଛନ୍ତି ବରଯାତ୍ରୀ । ଚିକମିକ ଆଲୁଅରେ ଝଟକୁଛନ୍ତି ବର । ସବୁ କିଛି ନୀତି ନିୟମ ଅନୁସାରେ ଚାଲୁଛି । ହେଲେ ବର ଆସିନାହାନ୍ତି କାରରେ । କେଉଁଠି ବର ସୁସଜ୍ଜିତ ଦାମୀ କାରରେ ଆସୁଥିବା ବେଳେ ଆଉ କିଏ ଘୋଡା ଚଢି ଆସିଥାନ୍ତି । ହେଲେ ଏଠାରେ ବର ଜେସିବି ଚଢି ବାହାଘର ପାଇଁ ଶାଶୁ ଘର ଯାଇଛନ୍ତି । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ବୌଦ୍ଧ ଜିଲ୍ଲାରୁ ସାମ୍ନାରୁ ଆସିଛି ଏଭଳି ନିଆରା ଦୃଶ୍ୟ । ସାନ ଭାଇର ଇଚ୍ଛା ପୂରଣ କରିବା ପାଇଁ ଜେସିବିରେ ବସି ବିବାହ କରିବା ପାଇଁ ଗଲେ ବର ।

ସୂଚନାଅନୁସାରେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତରଙ୍ଗ ଗ୍ରାମର ଗଙ୍ଗାଧର ବେହେରାଙ୍କ ବିବାହ ଗତ ୩୦ ତାରିଖରେ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ କିଆଝର ଗ୍ରାମର ସରସ୍ୱତୀଙ୍କ ସହିତ ବିବାହ ସ୍ଥିର ହୋଇଥିବା ବେଳେ ବରଯାତ୍ରୀ ବିଶେଷ ଭାବରେ ବର ବେଶରେ ଗଙ୍ଗାଧର ଏକ ଜେସିବି ଗାଡିରେ ବସି କନ୍ୟା ଘରକୁ ବାହାରି ଥିଲେ । ଗଙ୍ଗାଧରଙ୍କ ସାନଭାଇ ଜଣେ ଜେସିବି ଡ୍ରାଇଭର ଥିବାରୁ ତାଙ୍କ ଇଚ୍ଛା ଅନୁସାରେ ଗଙ୍ଗାଧର ଜେସିବି ଗାଡିକୁ ସୁସଜ୍ଜିତ କରି ବ୍ୟାଣ୍ଡବାଜା ମଧ୍ୟରେ କନ୍ୟା ଘର ଅଭିମୁଖେ ବାହାରି ଥିଲେ । ଯାହାର ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ପାରମ୍ପରିକ ରୀତିନୀତିରେ ବରଯାତ୍ରୀ ବାହାରି ଥିବା ବେଳେ ଜେସିବି ଆଙ୍କୁଡାରେ ବସି ବର ବିବାହ ନିମନ୍ତେ ବାହାରିବା ଭଳି ଘଟଣା ପ୍ରଥମଥର ବୋଲି କୁହାଯାଇଛି । ଏନେଇ ଉଭୟ ବର ପକ୍ଷରୁ ଓ କନ୍ୟା ପକ୍ଷରୁ ବେଶ ଆନନ୍ଦ ପ୍ରକାଶ କରାଯାଇଛି ।

ନିଜ ବିବାହକୁ ନେଇ ଅନେକ ଯୁବକ ଯୁବତୀ ଭିନ୍ନ ଭିନ୍ନ ସ୍ବପ୍ନ ଦେଖିଥାନ୍ତି । ଅନେକ ସମୟରେ ନିଆରା ବିବାହ ଉତ୍ସବ ମଧ୍ୟ ଦେଖିବାକୁ ମିଳିଥାଏ । କେଉଁଠି ଉଡାଜାହାଜରେ ତ ପୁଣି କେଉଁଠି ସମୁଦ୍ର ଭିତରେ ଆଉ କେଉଁଠି କୋଟି କୋଟି ଟଙ୍କା ଖର୍ଚ୍ଚରେ ଅଭିନବ ଉପାୟରେ ବିବାହ ଉତ୍ସବ ହୋଇଥାଏ । ତେବେ ବର୍ତ୍ତମାନ ଜେସିବି ଗାଡିରେ ବର ବିବାହ ପାଇଁ ଯାଉଥିବା ରୋଷଣି ବେଶ ଚର୍ଚ୍ଚାର ବିଷୟ ହୋଇଛି । ସାନ ଭାଇର ଇଚ୍ଛାକୁ ସମ୍ମାନ ଦେଇ ଜେସିବିରେ ବାହା ହେବା ପାଇଁ ଗଲେ ବର ।

ଇଟିଭି ଭାରତ, ବୌଦ୍ଧ

Last Updated :May 3, 2023, 8:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.