ETV Bharat / state

ବାତ୍ୟା ‘ମିଗଜୋମ’ ପ୍ରଭାବରେ ବର୍ଷା; ପାଚିଲା ଧାନ କିଆରିରେ ପାଣି, ଅମଳ ଚିନ୍ତାରେ ଚାଷୀ

author img

By ETV Bharat Odisha Team

Published : Dec 6, 2023, 4:46 PM IST

ସାମୁଦ୍ରିକ ବାତ୍ୟା ମିଗଜୋମ ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଏହି ଅଦିନିଆ ବର୍ଷା ଯୋଗୁଁ ବର୍ତ୍ତମାନ ଅମଳକ୍ଷମ ହେଉଥିବା ଧାନଚାଷ ଉପରେ ଏହାର ଗଭୀର ପ୍ରଭାବ ପଡିଛି । ଆଗକୁ ପଢ଼ନ୍ତୁ,

ଚିନ୍ତା ବଢ଼ାଉଛିିିିି ଅଦିନିଆ ବର୍ଷା
ଚିନ୍ତା ବଢ଼ାଉଛିିିିି ଅଦିନିଆ ବର୍ଷା

ଚିନ୍ତା ବଢ଼ାଉଛିିିିି ଅଦିନିଆ ବର୍ଷା

ବୌଦ୍ଧ: ବଙ୍ଗୋପସାଗରରେ ଆସିଥିଲା ସାମୁଦ୍ରିକ ବାତ୍ୟା ମିଗଜୋମ । ଯାହା ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଏହି ଅଦିନିଆ ବର୍ଷା ଯୋଗୁଁ ଅମଳକ୍ଷମ ହେଉଥିବା ଧାନଚାଷ ଉପରେ ଏହାର ଗଭୀର ପ୍ରଭାବ ପଡିଛି । ବର୍ଷା ଯୋଗୁଁ ଧାନ କ୍ଷେତରେ ପାଣିଲାଗି ଧାନ ପଚିଯିବ ନଚେତ ଧାନ ଗଜା ହେବା ଆଶଙ୍କା ସୃଷ୍ଟି କରିଛି । ଫଳରେ ଧାନ ଚାଷ କରିଥିବା ଚାଷୀ ବର୍ତ୍ତମାନ କିଭଳି ଧାନ ବିକ୍ରି କରି ଋଣ ସୁଝିବ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ମିଗଜୋମ ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଏହି ଅଦିନିଆ ବର୍ଷା ଯୋଗୁଁ ବର୍ତ୍ତମାନ ଅମଳକ୍ଷମ ହେଉଥିବା ଧାନଚାଷ ଉପରେ ଏହାର ଗଭୀର ପ୍ରଭାବ ପଡିଛି । ଫଳରେ ଧାନ ଚାଷ କରିଥିବା ଚାଷୀ ବର୍ତ୍ତମାନ କିଭଳି ଧାନବିକ୍ରି କରି ଋଣ ସୁଝିବ ସେନେଇ ଚିନ୍ତାରେ ପଡ଼ିଯାଇଛି । ଗତକାଲି ରାତିରୁ ସାମୁଦ୍ରିକ ବାତ୍ୟା ମିଗଜୋମ ପ୍ରଭାବରେ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ବର୍ଷାର ପରିମାଣ କମ ରହିଥିଲେ ମଧ୍ୟ ଲାଗି ରହିଥିବା ବର୍ଷା ଯୋଗୁଁ ବର୍ତ୍ତମାନ ଅମଳକ୍ଷମ ହେଉଥିବା ଧାନଚାଷ ଉପରେ ଏହାର ସିଧାସଳଖ ଭାବରେ ପ୍ରଭାବ ପଡିଛି ।

ଏହା ମଧ୍ୟ ପଢ଼ନ୍ତୁ....ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ପାଗରେ ପରିବର୍ତ୍ତନ, ଚିନ୍ତାରେ ଚାଷୀ

ଗତ ଦୁଇ ବର୍ଷ ପୂର୍ବରୁ ଠିକ ଡିସେମ୍ବର 6 ତାରିଖରେ ଅଦିନିଆ ବର୍ଷା ଓ କୁଆପଥର ବୃଷ୍ଟିପାତ ହୋଇଥିଲା । ଆଜି ମଧ୍ୟ ଠିକ ସେହିପରି ଭାବରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାତ୍ୟା ପ୍ରଭାବରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ଜମିରୁ ଅମଳ ପାଇଁ ପେଟା ପଡ଼ିଛି । ଫଳରେ ବର୍ଷା ଯୋଗୁଁ ଧାନ କ୍ଷେତରେ ପାଣିଲାଗି ଧାନ ପଚିଯିବ ନଚେତ ଧାନ ଗଜା ହେବା ଆଶଙ୍କା ସୃଷ୍ଟି ହୋଇଛି । ଫଳରେ ବର୍ତ୍ତମାନ ଧାର କରଜ କରି ଧାନ ଚାଷ କରିଥିବା ଚାଷୀ ଚିନ୍ତାରେ ପଡିବା ସହିତ ମୁଣ୍ଡରେ ହାତ ଦେଇ ବସିଛି । ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି । ବର୍ଷ ତମାମ ପରିର୍ଶମ କରି ଧାନ ଚାଷ କରିଥିଲା ଚାଷୀ । କିନ୍ତୁ ଏହି ଅଦିନିଆ ବର୍ଷା ଚାଷୀ ପରିର୍ଶମକୁ ନଷ୍ଟ କରିଦେବ । ତେବେ ଜଣେ ଚାଷୀଙ୍କ କହିଛନ୍ତି, "ବର୍ଷା ଲାଗିରହିବା କାରଣରୁ ତାଙ୍କ ଜମିରେ ପାଣି ଜମା ହେବା ସହ ଧାନ ନଷ୍ଟ ମଧ୍ୟ ହେବାର ସମ୍ଭାବନା ରହିଛି । ଆଉ ଧାନ ଖରାପ ହେଲେ ମଣ୍ଡିରେ ବିକ୍ରି ହୋଇପାରିବ ନାହିଁ ବୋଲି କହିଛନ୍ତି ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.