ETV Bharat / state

ବୌଦ୍ଧରେ ବର୍ଷା ଉଭାନ, ଚିନ୍ତାରେ ଚାଷୀକୂଳ

author img

By

Published : Jul 7, 2023, 6:56 AM IST

ବର୍ଷାର ଅଭାବରେ ଚାଷରେ ଚାଷୀକୂଳ
ବର୍ଷାର ଅଭାବରେ ଚାଷରେ ଚାଷୀକୂଳ

ବୌଦ୍ଧର ବିଭିନ୍ନ ଜିଲ୍ଲାରେ ବର୍ଷା ଅଭାବ । ବାହୁଡ଼ା ସରିଲା, ହେଲେ ଜମିରେ ବିହୁଡା ହୋଇ ନଥିବାକୁ ନେଇ ଚିନ୍ତାରେ ଚାଷୀ କୂଳ । ଅଧିକ ପଢନ୍ତୁ

ବର୍ଷାର ଅଭାବରେ ଚାଷରେ ଚାଷୀକୂଳ

ବୌଦ୍ଧ: ବର୍ଷାକୁ ନେଇ ଚିନ୍ତାରେ ଚାଷୀ କୂଳ । ବାହୁଡ଼ା ସରିଥିଲେ ମଧ୍ୟ ଜମିରେ ଧାନବୁଣା ହୋଇ ପାରିଲାନି । ବର୍ଷାର ଅଭାବରେ ଚାଷ ଜମିର ମାଟି ଫାଟି ଆଁ କରିଛି । ବର୍ଷା ଋତୁରେ ବର୍ଷା ନହେବାରୁ ମୁଣ୍ତରେ ହାତ ଦେଇଛନ୍ତି ଚାଷୀ । ବୌଦ୍ଧର ବିଭିନ୍ନ ସ୍ଥାନରେ ବର୍ଷା ଉଭାନ ହୋଇଯାଇଥିବା ବେଳେ ଚାଷ କାର୍ଯ୍ୟ କିଭଳି ହେବ ସେନେଇ ଚିନ୍ତାରେ ଚାଷୀକୂଳ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀମାନେ ପହ୍ଲା ପକାଇ ଥିଲେ ମଧ୍ୟ ବର୍ଷା ଅଭାବରୁ ଧାନ ପହ୍ଲା ନଷ୍ଟ ହେବାକୁ ବସିଛି ।

ଶ୍ରାବଣ ମାସ ଆରମ୍ଭ ହୋଇ ସାରିଥିଲେ ମଧ୍ୟ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ସରିଗଲା ବାହୁଡ଼ା, କିନ୍ତୁ ହୋଇ ପାରିଲାନି ବିହୁଡା କାର୍ଯ୍ୟ । କେବଳ ରଥଯାତ୍ରା ସମୟରେ ମୌସୁମୀ ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା । ଜୁନ୍‌ ମାସ ତମାମ ବର୍ଷା ହୋଇ ନଥିବା ବେଳେ ବର୍ତ୍ତମାନ ଶ୍ରାବଣ ମାସ ଆରମ୍ଭ ପରେ ମଧ୍ୟ ବର୍ଷା ଆରମ୍ଭ ହୋଇନାହିଁ । ଫଳରେ ଚିନ୍ତାରେ ଚାଷୀକୂଳ । ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ଚାଷୀମାନେ ପହ୍ଲା ପକାଇ ଥିଲେ ମଧ୍ୟ ବର୍ଷା ଅଭାବରୁ ଧାନ ପହ୍ଲା ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଜିଲ୍ଲାର ବିଭିନ୍ନ ନଦୀ ନାଳ, ପୋଖରୀ ଓ ଅନ୍ୟାନ୍ୟ ଜଳ ଉତ୍ସ ଶୁଖି ଯାଇଛି । ଅନେକ ସ୍ଥାନରେ ଚାଷୀମାନେ ଚାଷ ଜମିରେ ହଳ ମଧ୍ୟ ଆରମ୍ଭ କରିପାରି ନାହାନ୍ତି ।

ଗୋଟିଏ ପଟରେ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଅନ୍ୟ ପଟରେ ପାଣି ଅଭାବରୁ ପନିପରିବା ଚାଷ କାର୍ଯ୍ୟ ମଧ୍ୟ ଗଭୀର ଭାବରେ ପ୍ରଭାବିତ ହୋଇଛି । ଆଉ ଦୁଇ ଚାରି ଦିନ ମଧ୍ୟରେ ବର୍ଷା ନହେଲେ କୃଷି କାର୍ଯ୍ୟ ଉପରେ ଏହାର ଗଭୀର ପ୍ରଭାବ ପଡ଼ିବା ସହିତ ଚାଷୀମାନେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ଏନେଇ ଜିଲ୍ଲା କୃଷି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ବର୍ଷା ଦିନେ ବର୍ଷା ହେଉ ନଥିବା ବେଳେ ବିଲରେ ମାଟି ଫାଟି ଆଁ କରିଛି । ଏହାକୁ ନେଇ କୃଷି ବିଭାଗକୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ପାଣି ଯୋଗାଣ ନେଇ କୃଷି ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ଯାହାକୁ ନେଇ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.