ETV Bharat / state

ବାଜିଲା ଖବର, ଅସହାୟ ଅନୀତାଙ୍କୁ ମିଳିଲା ସରକାରୀ ସହାୟତା

author img

By

Published : Mar 20, 2021, 12:17 PM IST

Updated : Mar 21, 2021, 10:39 AM IST

ଇଟିଭି ଭାରତ ପ୍ରଭାବ: ଅସହାୟ ବିଧବା ଅନୀତାଙ୍କୁ ମିଳିଲା ସରକାରୀ ସହାୟତା
ଇଟିଭି ଭାରତ ପ୍ରଭାବ: ଅସହାୟ ବିଧବା ଅନୀତାଙ୍କୁ ମିଳିଲା ସରକାରୀ ସହାୟତା

‘ଇଟିଭି ଭାରତ’ର ଖବର ପ୍ରସାରିତ ପରେ ଅସହାୟ ବିଧବା ଅନୀତାଙ୍କୁ ସହଯୋଗର ହାତ ବଢାଇଲା ବୌଦ୍ଧ ଜିଲ୍ଲା ପ୍ରଶାସନ । ଗତକାଲି ବିଧବା ଅନୀତାଙ୍କୁ ବୌଦ୍ଧ ଜିଲ୍ଲା ପ୍ରଶାସନ ସହାୟତା ଯୋଗାଇ ଦେଇଥିବାରୁ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ...

ବୌଦ୍ଧ: ଇଟିଭି ଭାରତର ଖବର ପ୍ରସାରିତ ପରେ ଅସହାୟ ବିଧବା ଅନୀତାଙ୍କୁ ସହଯୋଗର ହାତ ବଢାଇଲା ବୌଦ୍ଧ ଜିଲ୍ଲା ପ୍ରଶାସନ । ତେବେ ଗତ ତେର ତାରିଖରେ ଜଣେ ଅସହାୟ ବିଧବା ମହିଳାଙ୍କ କରୁଣ କାହାଣୀ ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରିତ ହୋଇଥିଲା । ଏନେଇ ଗତକାଲି(ଶୁକ୍ରବାର) ଉକ୍ତ ମହିଳାଙ୍କୁ ଜିଲ୍ଲା ଓ ବ୍ଲକ ପ୍ରଶାସନ ସହଯୋଗର ହାତ ବଢାଇଛି।

ଇଟିଭି ଭାରତ ପ୍ରଭାବ: ଅସହାୟ ବିଧବା ଅନୀତାଙ୍କୁ ମିଳିଲା ସରକାରୀ ସହାୟତା

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଖରଭୂଇଁ ଗ୍ରାମର ଅନୀତାଙ୍କ ସ୍ବାମୀଙ୍କ ଗତ 6ମାସ ତଳେ ସର୍ପାଘାତରେ ମୃତ୍ୟୁ ହୋଇଥିଲା । କିନ୍ତୁ ଏଯାଏଁ ଅନୀତାଙ୍କୁ କୌଣସି ସରକାରୀ ସହାୟତା ମିଳିନଥିବା ସମ୍ପର୍କରେ ଗତ ତେର ତାରିଖରେ ଇଟିଭି ଭାରତରେ ଖବର ପ୍ରସାରିତ ହୋଇଥିଲା ।

ଏହି ଖବରକୁ ଜଣେ ମହିଳା ସ୍ବେଚ୍ଛାସେବୀ ପୂଜାରାଣୀ ପାତ୍ର ଟ୍ବିଟ ମାଧ୍ୟମରେ ଓଡିଶା ସରକାର, ମୁଖ୍ୟମନ୍ତ୍ରୀ, 5T ଏବଂ ବୌଦ୍ଧ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ଗତକାଲି ବିଧବା ଅନୀତାଙ୍କୁ ବୌଦ୍ଧ ଜିଲ୍ଲା ପ୍ରଶାସନ ସହାୟତା ଯୋଗାଇ ଦେଇଥିବାରୁ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated :Mar 21, 2021, 10:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.