ETV Bharat / state

ETV Bharat Impact: ସରକାରୀ ହୋର୍ଡିଂ ହଟାଇଲା ପ୍ରଶାସନ

author img

By

Published : Jan 26, 2022, 7:34 AM IST

EtvBharatImpact
EtvBharatImpact

ଇଟିଭି ଭାରତରେ ଖବର ପ୍ରସାରଣ ( ETV Bharat Impact)ର ଗୋଟିଏ ଦିନ ମଧ୍ୟରେ ସରକାରୀ ପ୍ରଚାର ଭିତ୍ତିକ ହୋର୍ଡିଂକୁ ଘୋଡାଇଲା ପ୍ରଶାସନ । ଅଧିକ ପଢନ୍ତୁ

ବୌଦ୍ଧ: ଇଟିଭି ଭାରତରେ ଖବର ପ୍ରସାରଣ ( ETV Bharat Impact)ର ଗୋଟିଏ ଦିନ ମଧ୍ୟରେ ସରକାରୀ ପ୍ରଚାର ଭିତ୍ତିକ ହୋର୍ଡିଂକୁ ଘୋଡାଇଲା ପ୍ରଶାସନ । ନିର୍ବାଚନ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ସମ୍ପର୍କିତ ଖବର ଇଟିଭି ଭାରତରେ ପ୍ରସାରିତ ପରେ ପଦକ୍ଷେପ ଗ୍ରହଣ କଲା ପ୍ରଶାସନ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଦର୍ଶ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ସତ୍ତ୍ବେ ସରକାରୀ ପ୍ରଚାର ଭିତ୍ତିକ ହୋର୍ଡିଂ ଓ ବ୍ୟାନର ଲାଗିଥିବା ନେଇ ଅଭିଯୋଗ ହୋଇଥିଲା ।

ସରକାରୀ ହୋର୍ଡିଂ ହଟାଇଲା ପ୍ରଶାସନ

ଏ ସମ୍ପର୍କରେ ଇଟିଭି ଭାରତରେ ସୋମବାର ଖବର ପ୍ରସାରିତ ହୋଇଥିଲା । ଏହାର ତ୍ବରିତ ପଦକ୍ଷେପ ଗ୍ରହଣ କରି ବୌଦ୍ଧ ଜିଲ୍ଲା ପ୍ରଶାସନ ମଙ୍ଗଳବାର ବିଭିନ୍ନ ସର୍ବସାଧାରଣ ସ୍ଥାନରୁ ଏହି ସରକାରୀ ହୋର୍ଡିଂକୁ ହଟାଇ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ମଧ୍ୟ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ, ବୌଦ୍ଧ ବ୍ଲକର ଅନେକ ସ୍ଥାନରେ ଏଭଳି ହୋର୍ଡିଂ ଲାଗିଥିବାରୁ ଏନେଇ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ସେପଟେ ମଙ୍ଗଳବାର ଜାତୀୟ ଭୋଟଦାତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ନିରାଡମ୍ବର ଭାବରେ ପାଳନ କରାଯାଇଥିଲା । ବୌଦ୍ଧର ଟାଉନହଲ ଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଉପସ୍ଥିତ ଭୋଟରଙ୍କୁ ମତଦାନ ପାଇଁ ଉତ୍ସାହିତ କରିବା ସହିତ ଗଣତନ୍ତ୍ରର ସୁରକ୍ଷା ପାଇଁ ମତଦାନ ନିମନ୍ତେ ଶପଥପାଠ କରାଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.