ETV Bharat / state

ତେଲନଦୀରେ ହାତୀପଲ, ଆତଙ୍କିତ ଅଞ୍ଚଳବାସୀ

author img

By ETV Bharat Odisha Team

Published : Sep 28, 2023, 8:25 PM IST

ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହାତୀପଲ
ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହାତୀପଲ

ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହାତୀପଲ । 12 ଟିକିଆ ହାତୀପଲ ଆତଙ୍କରେ ଆତଙ୍କିତ ଚାଷୀ । ଅଧିକ ପଢନ୍ତୁ

ତେଲନଦୀରେ ବାର ଟିକିଆ ହାତୀପଲ

ବୌଦ୍ଧ: ତେଲନଦୀରେ ନିକଟରେ ବାର ଟିକିଆ ହାତୀପଲ ଆତଙ୍କ । ଧାନ ଅମଳ ସମୟରେ ହାତୀଙ୍କ ଉପଦ୍ରବ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଚାଷୀ । ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ପହଞ୍ଚି ହାତୀମାନଙ୍କର ଗତିବିଧି ଉପରେ ନଜର ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ହାତୀପଲ ତେଲନଦୀ କୂଳରେ ରହିଥିବା ସୂଚନା ମିଳିଛି । ସେପଟେ ବନାଞ୍ଚଳର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ସୂଚନା ଅନୁଯାୟୀ, ପ୍ରତ୍ୟେକ ବର୍ଷ ଧାନ ଅମଳ ସମୟରେ ତେଲନଦୀ ପାର ହୋଇ ହାତୀପଲ ବନାଞ୍ଚଳର ବିଭିନ୍ନ ସ୍ଥାନରେ ପଶି ଫସଲ ନଷ୍ଟ କରିଥାନ୍ତି । ଯାହାକୁ ନେଇ ଚାଷୀମାନେ ଅନେକ କ୍ଷତି ସହିଥାନ୍ତି । ଆଜି ସକାଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଘଣ୍ଟାପଡା ପଞ୍ଚାୟତର ମାଣିକପୁର ନିକଟସ୍ଥ ତେଲନଦୀରେ ବାର ଟିକିଆ ହାତୀପଲ ଫସି ରହିଥିଲେ । ହାତୀପଲରୁ ଆଠଟି ବଡ଼ ହାତୀ ଓ ଚାରିଗୋଟି ଛୁଆ ହାତୀ ରହିଥିବା ସୂଚନା ମିଳିଛି । ତେବେ ଅପରାହ୍ନ ସୁଦ୍ଧା ହାତୀପଲ ତେଲନଦୀ କୂଳରେ ରହିଥିବା ବେଳେ କଣ୍ଟାମାଳ ବନାଞ୍ଚଳର ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ମାନଙ୍କର ଗତିବିଧି ଉପରେ ନଜର ରଖିଛନ୍ତି । ମାଣିକପୁର ନିକଟସ୍ଥ ତେଲନଦୀ ସେପଟେ ହାତୀ ରହିଛନ୍ତି । ଏହାକୁ ନେଇ ବନବିଭାଗ କହିଛି, କୌଣସି ଚିନ୍ତାର କାରଣ ନାହିଁ । ବିଭାଗ ଟିମ ତେଲନଦୀର ଆଖପାଖରେ ରହି ହାତୀଙ୍କ ଗତିବିଧି ଉପରେ ନଜର ରଖିଛି ।’’

ଏହା ମଧ୍ୟ ପଢନ୍ତୁ...କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀପଲ ଆତଙ୍କ: ଘର ଭାଙ୍ଗିଲେ, ନଷ୍ଟ କଲେ ବ୍ୟାପକ ଫସଲ

କଣ୍ଟାମାଳ ବନାଞ୍ଚଳର ବିଭିନ୍ନ ସ୍ଥାନରେ ହାତୀ ମାନଙ୍କର ଗତିବିଧି ଦୀର୍ଘ ବର୍ଷ ହେଲା ରହିଆସୁଥିବା ବେଳେ ବନ ବିଭାଗର କାର୍ଯ୍ୟଧାରାକୁ ନେଇ ସ୍ଥାନୀୟ ଅଧିବାସୀ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ଆଉ କିଛି ଦିନ ପରେ ଧାନ ଅମଳ ହେବାକୁ ଥିବା ବେଳେ ହାତୀପଲଙ୍କ ଅଗମନ ଚାଷୀଙ୍କ ପାଇଁ ଚିନ୍ତାକର କାରଣ ପାଲଟିଛି । କଣ୍ଟାମାଳ ବନାଞ୍ଚଳର ଉମା, ନାରାୟଣ ପ୍ରସାଦ, ବରଗାଁ, ଘଣ୍ଟାପଡା, ଆମ୍ବଗା ଭଳି ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ହାତୀପଲର ଚଳପ୍ରଚଳ ତଥା ଫସଲ ନଷ୍ଟ କରୁଥିବା ନେଇ ଅଭିଯୋଗ ହୋଇଛି । ହାତୀଙ୍କ ଚଳପ୍ରଚଳ ଯୋଗୁଁ ସ୍ଥାନୀୟ ବାସିନ୍ଦାମାନେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଅନେକ ସମୟରେ ହାତୀ ଓ ମଣିଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି ।

ଏହା ମଧ୍ୟ ପଢନ୍ତୁ....ହାତୀପଲ ଘଉଡ଼ାଇବାକୁ ନେଇ ମୁହାମୁହିଁ, ବନକର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.