ETV Bharat / state

Elephant Terror: ହାତୀ ଭୟ, ପାଳି କରି ଧାନ କ୍ଷେତ ଜଗୁଛନ୍ତି ଗାଁ ଲୋକ

author img

By

Published : Dec 12, 2021, 10:54 AM IST

ବଣୁଆ ହାତୀ ଆତଙ୍କରେ(elephant terror) ଭୟଭୀତ ଜଙ୍ଗଲ ନିକଟବର୍ତ୍ତୀ ଅଧିବାସୀ । ରାତି ରାତି ଧରି ନିଆଁଜାଳି ପାଳି କରି ଫସଲ ଜଗୁଛନ୍ତି ବୌଦ୍ଧ ବନଖଣ୍ଡ ଅଞ୍ଚଳବାସୀ । ଅଧିକ ପଢନ୍ତୁ

Elephant terror: ହାତୀ ଭୟରେ ଆତଙ୍କିତ ଲୋକେ, ଘର ଛାଡ଼ି ଅନ୍ୟତ୍ର ନେଉଛନ୍ତି ଆଶ୍ରୟ
Elephant terror: ହାତୀ ଭୟରେ ଆତଙ୍କିତ ଲୋକେ, ଘର ଛାଡ଼ି ଅନ୍ୟତ୍ର ନେଉଛନ୍ତି ଆଶ୍ରୟ

ବୌଦ୍ଧ: ବଣୁଆ ହାତୀ ଆତଙ୍କରେ(elephant terror) ଭୟଭୀତ ଜଙ୍ଗଲ ନିକଟବର୍ତ୍ତୀ ଅଧିବାସୀ । ରାତି ରାତି ଧରି ନିଆଁଜାଳି ପାଳି କରି ଫସଲ ଜଗୁଛନ୍ତି ଗ୍ରାମବାସୀ । ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ କଣ୍ଟାମାଳ ବନାଞ୍ଚଳର ବରଗାଁ ବିଟ, ବୌଦ୍ଧ ବନାଞ୍ଚଳର ବଘିଆପଡା, ଦେବଗଡ଼, ମେନିଆପାଜୁ, ଦନ୍ତାପାଲି ଗ୍ରାମ ଓ ମାଧପୁର ବନାଞ୍ଚଳର ତଳଗାଁ ସେକ୍ସନରେ ପଚିଶରୁ ଊର୍ଦ୍ଧ୍ବ ବଣୁଆ ହାତୀ ଧାନ ଫସଲ ଖାଇବା ସହିତ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ତେବେ ଏଭଳି ସମୟରେ କୌଣସି ବନ କର୍ମଚାରୀଙ୍କ ଦେଖାମିଳୁ ନଥିବାରୁ ଲୋକେ ପାଳି କରି ରାତି ତମାମ ଧାନ କ୍ଷେତ ଜଗି ରହୁଛନ୍ତି ।

Elephant terror: ହାତୀ ଭୟରେ ଆତଙ୍କିତ ଲୋକେ, ଘର ଛାଡ଼ି ଅନ୍ୟତ୍ର ନେଉଛନ୍ତି ଆଶ୍ରୟ

କେତେକ ସ୍ଥାନରେ ବଣୁଆ ହାତୀପଲଙ୍କ ଭୟରେ ଲୋକେ ପରିବାର ସହିତ ଅନ୍ୟତ୍ର ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି । ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ହାତୀ ଦୀର୍ଘ ବର୍ଷ ହେଲା ରହୁଥିଲେ ମଧ୍ୟ ଏଯାବତ ହାତୀ କରିଡର କିମ୍ବା ହାତୀ ସ୍କ୍ବାର୍ଡ ଗଠନ କରାଯାଇ ନାହିଁ । ସେପଟେ ହାତୀଙ୍କ ଦ୍ବାରା କ୍ଷତି ହେଉଥିବା ଚାଷୀଙ୍କ ଧାନ ଫସଲ ଓ ଅନ୍ୟାନ୍ୟ କ୍ଷତି ପୂରଣ ନେଇ ଜଙ୍ଗଲ ବିଭାଗ ତଦନ୍ତ ପରେ ସହାୟତା କରୁଥିବା ବନ ବିଭାଗ ସୂଚନା ଦେଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.