ETV Bharat / state

ବନ୍ୟାପାଣି ଘେରରେ ହରଭଙ୍ଗା ବ୍ଲକ, ବିଦ୍ୟୁତ ସେବା ଠପ୍‌

author img

By

Published : Aug 16, 2022, 2:20 PM IST

ବନ୍ୟାପାଣି ଘେରରେ ହରଭଙ୍ଗା ବ୍ଲକ
ବନ୍ୟାପାଣି ଘେରରେ ହରଭଙ୍ଗା ବ୍ଲକ

ବନ୍ୟାପାଣି ଘେରରେ ହରଭଙ୍ଗା ବ୍ଲକର ଦଶଟି ପଞ୍ଚାୟତର ଶତାଧିକ ଗ୍ରାମ । ରାସ୍ତା ଉପରେ ପାଣି ଚାଲିବାରୁ ଡଙ୍ଗାରେ ଯାତାୟତ କରୁଛନ୍ତି ଲୋକେ । ଅଧିକ ପଢନ୍ତୁ

ବୌଦ୍ଧ: ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହରଭଙ୍ଗା ବ୍ଲକର ଦଶଟି ପଞ୍ଚାୟତର ଶତାଧିକ ଗ୍ରାମ ଏବେ ବନ୍ୟା ପ୍ରଭାବିତ ହୋଇଛି । ବନ୍ୟା ଜଳ ପ୍ରବାହିତ ହେତୁ ଜଗନ୍ନାଥ ସଡକ ଉପରେ ଡଙ୍ଗାରେ ଯାତାୟତ କରୁଛନ୍ତି ଲୋକେ । ସେହିପରି ଶତାଧିକ ଗ୍ରାମରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଫଳରେ ବନ୍ୟା ପୀଡିତମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ବନ୍ୟାପାଣି ଘେରରେ ହରଭଙ୍ଗା ବ୍ଲକ

ହଜାର ହଜାର ଏକର ଚାଷଜମି ବନ୍ୟାପାଣିରେ ବୁଡି ରହିଥିବାବେଳେ, ଗୃହପାଳିତ ପଷୁଙ୍କ ପାଇଁ ଖାଦ୍ୟର ଉତ୍କଟ ସମସ୍ୟା ସୃଷ୍ଟି ହୋଇଛି । ସୋମବାର ଅପରାହ୍ନରେ ବୌଦ୍ଧ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସମେତ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ହରଭଙ୍ଗା, ଧଳପୁର ପଞ୍ଚାୟତର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।

ତେବେ ଅନେକ ଅଞ୍ଚଳ ଆଜି ମଧ୍ୟ ବନ୍ୟା ଘେରରେ ଥିବାବେଳେ ସରକାରୀ ସହାୟତା କିମ୍ବା ରନ୍ଧା ଖାଦ୍ୟ ମିଳିପାରୁ ନଥିବା ଅଭିଯୋଗ ହୋଇଛି । ସେପଟେ ଲଗାଣ ବର୍ଷା ଯୋଗୁଁ ଅନେକ ଗରିବ ଲୋକଙ୍କ ମାଟି ଘର ଭୁଷୁଡି ପଡିଛି । ବାମଣ୍ଡା ପଞ୍ଚାୟତ ବିରିଗଡ ବିଦ୍ୟାଳୟର ପାଚେରୀ ଭୁଷୁଡି ପଡିଛି । ପରିସ୍ଥିତି ଏପରି ହୋଇଛି ଯେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା କାଲେଶ୍ବର ଗ୍ରାମ ବନ୍ୟା ଘେରରେ ଥିବାବେଳେ ଖୋଦ ସରସରା ପଞ୍ଚାୟତର ସରପଞ୍ଚ ମଧ୍ୟ ବନ୍ୟା ପାଣିରେ ଫସି ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.