ETV Bharat / state

ବୌଦ୍ଧରେ ମତ୍ସ୍ୟ ଓ ପଶୁସମ୍ପଦ ମେଳା, ସଚେତନ ହେଉଛନ୍ତି ଚାଷୀ

author img

By ETV Bharat Odisha Team

Published : Nov 30, 2023, 7:21 PM IST

ବୌଦ୍ଧରେ ମତ୍ସ୍ୟ ଓ ପଶୁସମ୍ପଦ ମେଳା
ବୌଦ୍ଧରେ ମତ୍ସ୍ୟ ଓ ପଶୁସମ୍ପଦ ମେଳା

ବୌଦ୍ଧରେ ଦୁଇ ଦିନିଆ ମତ୍ସ୍ୟ ଓ ପଶୁସମ୍ପଦ ମେଳା ।ଜିଲ୍ଲା ଜାଆଁଳା ଉତ୍ପାଦନ କ୍ଷେତ୍ରରେ ବେଶ ସୁନାମ ରହିଥିବା ବେଳେ ଚାଷୀଙ୍କୁ ଅଧିକ ମତ୍ସ୍ୟ ଚାଷ କରିବା ପାଇଁ ସଚେତନା କରାଯାଇଛି ।ଅଧିକ ପଢନ୍ତୁ

ବୌଦ୍ଧରେ ମତ୍ସ୍ୟ ଓ ପଶୁସମ୍ପଦ ମେଳା

ବୌଦ୍ଧ: ଜିଲ୍ଲାରେ ମତ୍ସ୍ୟ ଓ ପଶୁପାଳନର ବିରାଟ ସମ୍ଭାବନା ରହିଛି । ପ୍ରଥମଥର ପାଇଁ ଜିଲ୍ଲା ସଦରମହକୁମା ଠାରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ତରଫରୁ ୨ ଦିନିଆ ମତ୍ସ୍ୟ ଓ ପଶୁସମ୍ପଦ ମେଳାର ଆୟୋଜନ କରାଯାଇଛି । ମାଛ ଚାଷୀ ଓ ପଶୁପାଳକଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଏହାର ସଠିକ ସୁବିଧା ସୁଯୋଗ ପାଇପାରୁ ନାହାନ୍ତି ଚାଷୀ । ହେଳେ ଏହି ମେଳା ମୁଖ୍ୟ ଲକ୍ଷ୍ୟ ହେଉଛି ଚାଷୀମାନଙ୍କୁ ମତ୍ସ୍ୟ ଓ ପଶୁପାଳନ ଉପରେ ସଚେତନା କରାଇବା ଏବଂ ସରକାରଙ୍କ କୃଷି ଯୋଜନା ଉପରେ ସୂଚନା ପ୍ରଦାନ କରିବା । ଏଥିରେ ଜିଲ୍ଲାର ଶହ ଶହ ଚାଷୀ ସାମିଲ ହୋଇଛନ୍ତି । ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ଉଭୟ ନଦୀ ମାଛ ଓ ପୋଖରୀ ମାଛର ବେଶ୍‌ ଚାହିଦା ରହିଛି ।

ଜିଲ୍ଲାରେ କାତି ମାଛ ଓ ବିନା କାତି ଉଭୟର ବିଭିନ୍ନ ବିଭିନ୍ନ ପ୍ରଜାତିର ମାଛ ଉତ୍ପାଦନ ହୋଇପାରୁଛି । ଜିଲ୍ଲା ଜାଆଁଳା ଉତ୍ପାଦନ କ୍ଷେତ୍ରରେ ବେଶ ସୁନାମ ରହିଥିବା ବେଳେ ପ୍ରାୟ ଆଠଟି ଜିଲ୍ଲାର ମାଛଚାଷୀ ବୌଦ୍ଧ ମାଛ ଜାଆଁଳା ଉତ୍ପାଦନ ଉପରେ ନିର୍ଭରଶୀଳ ରହିଥାନ୍ତି । ସରକାର ମାଛଚାଷୀଙ୍କ ପାଇଁ ବିଭିନ୍ନ ପଦକ୍ଷେପ ତଥା ଯୋଜନା ପ୍ରସ୍ତୁତ କରିଥିବା ବେଳେ ଜିଲ୍ଲାର ଶହ ଶହ ଚାଷୀ ଏହା ଦ୍ୱାରା ଉପକୃତ ହୋଇ ପାରିଛନ୍ତି । ଜିଲ୍ଲା ମତ୍ସ୍ୟ ଅଧିକାରୀ କହିଛନ୍ତି, "ବୌଦ୍ଧ ଜିଲ୍ଲାରେ ଧିରେଧିରେ ମତ୍ସ୍ୟଚାଷ ଉପରେ ଆଗ୍ରହ ବଢିଲାଣି । ଏହା ଚାଷ ପାଇଁ ସରକାର ମଧ୍ୟ ଚାଷୀଙ୍କୁ ବହୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ।"

ଏହା ମଧ୍ୟ ପଢନ୍ତୁ.....ଦେଶ ଓ ରାଜ୍ଯରେ କୃଷି ଜିଡିପି ବୃଦ୍ଧି ପାଉଛି: ରାମଚନ୍ଦ୍ର ପଣ୍ଡା

ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାଣୀ ପାଳନ ପାଇଁ ମଧ୍ୟ ବିରାଟ ସମ୍ଭାବନା ରହିଛି । ଅନେକ ସ୍ଥାନରେ ଗୋପାଳନ, ଛେଳି ମେଣ୍ଢା ପାଳନ, କୁକୁଡ଼ା ପାଳନ କରି ଆତ୍ମ ସ୍ୱାବଲମ୍ବୀ ହୋଇ ପାରୁଛନ୍ତି ଚାଷୀ । ଜିଲ୍ଲା ସଦର ମହକୁମା ଠାରେ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ମତ୍ସ୍ୟ ଓ ପଶୁସମ୍ପଦ ମେଳାର ଆୟୋଜନ କରାଯାଉଥିବା ବେଳେ ମେଳାରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀଙ୍କୁ ସଚେତନ କରାଯାଇଛି ।

ଏହା ପୂର୍ବରୁ ବରଗଡ ଜିଲ୍ଲାରେ ଇଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜନ କରାଯାଇଥିଲା । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ଵାରା ପରିଚାଳିତ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଚାଷୀର ଆର୍ଥିକ ଅଭିବୃଦ୍ଧି ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ଏହାକୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ବ୍ୟତୀତ କୃଷି, ଉଦ୍ୟାନ କୃଷି, କୃଷି ବିଜ୍ଞାନ କେନ୍ଦ୍ର, ଜଳ ବିଭାଜିକା ପ୍ରକଳ୍ପ, ବ୍ୟାଙ୍କ ତଥା ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ଵାରା ୨୮ଟି ଷ୍ଟଲ ମାଧ୍ୟମରେ ବିଭିନ୍ନ ଯୋଜନା ବିଷୟରେ ଚାଷୀମାନଙ୍କୁ ସଚେତନ କରଯାଇଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.