ETV Bharat / state

ଜିଲ୍ଲାରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା, ଫେଲ୍ ମାରିଛି ପୌରାଞ୍ଚଳ ପ୍ରଶାସନ

author img

By

Published : Sep 24, 2021, 6:45 PM IST

ଜିଲ୍ଲାରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା, ଫେଲ୍ ମାରିଛି ପୌରାଞ୍ଚଳ ପ୍ରଶାସନ
ଜିଲ୍ଲାରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା, ଫେଲ୍ ମାରିଛି ପୌରାଞ୍ଚଳ ପ୍ରଶାସନ

ଲଘୁଚାପ ଜନୀତ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ଦେଖାଦେଇଛି କୃତ୍ରିମ ବନ୍ୟା । ସହରର ବିଭିନ୍ନ ସ୍ଥାନରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସହରବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ...

ବୌଦ୍ଧ: ବିପର୍ଯ୍ୟସ୍ତ ଅବସ୍ଥାରେ ଜିଲ୍ଲାର ଏକମାତ୍ର ପୌରାଞ୍ଚଳର ଡ୍ରେନେଜ ବ୍ୟବସ୍ଥା । ଫଳରେ ବର୍ଷ ବର୍ଷ ଧରି କୃତ୍ରିମ ବନ୍ୟାର ସମ୍ମୁଖୀନ ହେଉଛନ୍ତି ସହରବାସୀ । ତେବେ ବୌଦ୍ଧ ଜିଲ୍ଲାର 17 ଗୋଟି ଓ୍ବାର୍ଡକୁ ନେଇ ଗଠିତ ହୋଇଛି ଏକ ମାତ୍ର ବିଜ୍ଞାପତ ଅଞ୍ଚଳ(NAC) । ତନ୍ମଧ୍ୟରୁ 13 ଓ 14 ନମ୍ବର ଓ୍ବାର୍ଡ ମହାନଦୀ ଗର୍ଭରେ ମର୍ଜାକୁଦ ଦ୍ବୀପରେ ରହିଛି ।

ଜିଲ୍ଲାରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା, ଫେଲ୍ ମାରିଛି ପୌରାଞ୍ଚଳ ପ୍ରଶାସନ

ତେବେ ଜିଲ୍ଲାର ପୌରାଞ୍ଚଳରେ ପ୍ରତ୍ୟେକ ବର୍ଷ ସଫେଇ ପାଇଁ 1କୋଟି 25 ଲକ୍ଷ ଟଙ୍କା ବ୍ୟୟ କରାଯାଉଥିଲେ ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି ଡ୍ରେନେଜ ବ୍ୟବସ୍ଥା । ସହରର ଅନେକ ଡ୍ରେନ ସଫେଇ ନହେବାରୁ ତାହା ପୋତି ହୋଇପଡିଥିବା ବେଳେ ଦୈନିକ ବଜାର ଭଳି ଅଞ୍ଚଳରେ ଡ୍ରେନ ଗୁଡିକ ଜବରଦଖଲ ହୋଇଯାଇଥିବା ଦେଖିବାକୁ ମିଳିଛି ।

ସେପଟେ ବୌଦ୍ଧ ସହରର ବାବୁସାହି, ଖଲିଆବଗିଚା, ଖଦାଳସାହି, ମୁସଲିମପଡା ଭଳି ବସ୍ତିରେ ବର୍ଷ ତମାମ ଡ୍ରେନେଜ ସମସ୍ୟା ଲାଗି ରହୁଛି । ଅନେକ ସ୍ଥାନରେ ନର୍ଦ୍ଦମା ପାଣି ନିଷ୍କାସନ ହୋଇନପାରି ରାସ୍ତା ଉପରେ ପାଣି ସବୁ ଲହଡି ଭାଙ୍ଗୁଛି । ତେବେ ମର୍ଜାକୁଦ ଦ୍ବୀପ ଗ୍ରାମରେ ଆଦୌ ଡ୍ରେନେଜ ବ୍ୟବସ୍ଥା ନାହିଁ । ପ୍ରତ୍ୟେକ ବର୍ଷ ସଫେଇ ପାଇଁ 1କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ କରାଯାଉଥିବା ବେଳେ ସହରର ଏଭଳି ସମସ୍ୟାକୁ ନେଇ ବୁଦ୍ଧିଜୀବୀ ମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ଏନେଇ ବୌଦ୍ଧ ପୌର ଅଧିକାରୀ ପ୍ରତିକ୍ରିୟାରେ କହିଛନ୍ତି କି ଆଗାମୀ ଦିନରେ ସହରରେ ଯେପରି ଡ୍ରେନେଜ ଭଳି କୌଣସି ସମସ୍ୟା ନ ହେବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.