ETV Bharat / state

କୋଭିଡ୍ କଟକଣାରେ ବୌଦ୍ଧରେ ଆରମ୍ଭ ହେଲା ଦଣ୍ଡ ଯାତ୍ରା

author img

By

Published : Apr 6, 2021, 8:02 AM IST

କୋଭିଡ୍ କଟକଣାରେ ବୌଦ୍ଧ ପୌରାଞ୍ଚଳରେ ଆରମ୍ଭ ହେଲା ଦଣ୍ଡ ଯାତ୍ରା
କୋଭିଡ୍ କଟକଣାରେ ବୌଦ୍ଧ ପୌରାଞ୍ଚଳରେ ଆରମ୍ଭ ହେଲା ଦଣ୍ଡ ଯାତ୍ରା

ବୌଦ୍ଧ ପୌରାଞ୍ଚଳରେ କୋରୋନା କଟକଣା ଅନୁସାରେ ଆରମ୍ଭ ହେଲା ଦଣ୍ଡ ଯାତ୍ରା । ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଗତ ସପ୍ତାହରେ ଶୈବପୀଠ ଗୁଡିକରୁ ଦଣ୍ଡ ଉଠିଥିବା ବେଳେ ଗତକାଲି ମାତଙ୍ଗେଶ୍ବର ଶୈବପୀଠରୁ ଦଣ୍ଡ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧ: ପୌରାଞ୍ଚଳରେ କୋରୋନା କଟକଣା ଅନୁସାରେ ଆରମ୍ଭ ହେଲା ଦଣ୍ଡ ଯାତ୍ରା । ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଗତ ସପ୍ତାହରେ ଶୈବପୀଠ ଗୁଡିକରୁ ଦଣ୍ଡ ଉଠିଥିବା ବେଳେ ଗତକାଲି ମାତଙ୍ଗେଶ୍ବର ଶୈବପୀଠରୁ ଦଣ୍ଡ ଆରମ୍ଭ ହୋଇଛି । ସୋମବାର ବୌଦ୍ଧ ଜିଲ୍ଲାର ସଦର ମହକୁମାର ମହାନଦୀ କୂଳରେ ଅବସ୍ଥିତ ମାତଙ୍ଗେଶ୍ବର ମନ୍ଦିରଠାରୁ ଚଳିତ ବର୍ଷର ପ୍ରଥମ ଦଣ୍ଡ ଆରମ୍ଭ ହୋଇଛି । ଗତ ସପ୍ତାହରେ ଜିଲ୍ଲା ପ୍ରଶାସନ ଜାରି କରିଥିବା ଗାଇଡ ଲାଇନକୁ ମାନି ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ଶୈବପୀଠରୁ ଦଣ୍ଡ ଆରମ୍ଭ ହୋଇଥିଲା ।

କୋଭିଡ୍ କଟକଣାରେ ବୌଦ୍ଧ ପୌରାଞ୍ଚଳରେ ଆରମ୍ଭ ହେଲା ଦଣ୍ଡ ଯାତ୍ରା

ଗତକାଲି(ମୋସବାର) ବୌଦ୍ଧ ସହାରାଞ୍ଚଳରୁ ପ୍ରଥମେ ଦଣ୍ଡ ଉଠିବା ପରେ ସମସ୍ତ ଦଣ୍ଡୁଆ,ଭୋକ୍ତା କୋରୋନା କଟକଣାକୁ ମାନି ପୂଜାର୍ଚ୍ଚନା କରିଥିଲେ । ପ୍ରଥମ ଦିନରେ ସହରର ବିଭିନ୍ନ ସ୍ଥାନରେ ବନ୍ଦାଣ ଘେନି ହରିଗୁଢୀଠାରେ ପରମ୍ପରା ଅନୁଯାୟୀ ଦଣ୍ଡ ପୂଜା ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ଯାତ୍ରାକୁ ମଧ୍ୟ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.