ETV Bharat / state

ସରପଞ୍ଚଙ୍କ ପୁଅ ବାହାଘରରେ କଟକଣାକୁ ଫୁ: ଡିଜେ ଲାଇଟରେ ନାଚୁଛନ୍ତି ଶତାଧିକ ବରଯାତ୍ରୀ

author img

By

Published : Jan 29, 2022, 10:26 PM IST

ସରପଞ୍ଚଙ୍କ ପୁଅ ବାହାଘରରେ କଟକଣାକୁ ଫୁ: କାର୍ଯ୍ୟାନୁଷ୍ଠାନ ଦାବି
ସରପଞ୍ଚଙ୍କ ପୁଅ ବାହାଘରରେ କଟକଣାକୁ ଫୁ: କାର୍ଯ୍ୟାନୁଷ୍ଠାନ ଦାବି

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତର ସରପଞ୍ଚ ଯଜ୍ଞେଶ୍ବର ରଣାଙ୍କ ପୁଅର ବାହାଘରରେ ସମସ୍ତ ପ୍ରକାରର କରୋନା କଟକଣାକୁ ଖୋଲାଖୋଲି ଉଲଙ୍ଘନ କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତର ସରପଞ୍ଚ ଯଜ୍ଞେଶ୍ବର ରଣାଙ୍କ ପୁଅର ବାହାଘରରେ ସମସ୍ତ ପ୍ରକାରର କରୋନା କଟକଣାକୁ ଖୋଲାଖୋଲି ଉଲଙ୍ଘନ କରାଯାଇଥିବା ଅଭିଯୋଗ ହୋଇଛି । ଉମା ପଞ୍ଚାୟତର ସରପଞ୍ଚଙ୍କ ଏଭଳି କାରନାମା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସରପଞ୍ଚଙ୍କ ପୁଅ ବାହାଘରରେ କଟକଣାକୁ ଫୁ: କାର୍ଯ୍ୟାନୁଷ୍ଠାନ ଦାବି

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତ୍ତମାନ କରୋନା ଯୋଗୁଁ ସବୁଆଡେ କଟକଣା ଜାରି ହୋଇଥିବା ସତ୍ତ୍ୱେ ସରପଞ୍ଚ ନିଜ ଜିଦରେ ଅଟଳ ରହି ପୁଅ ବାହାଘର ପାଇଁ ଜନଗହଳି କରି ସର୍ବସାଧାରଣ ରାସ୍ତା ଅବରୋଧ ଭଳି ସାଙ୍ଘାତିକ ଭୁଲ କିଭଳି କଲେ ସେନେଇ ଉଠିଛି ପ୍ରଶ୍ନବାଚୀ । ତେବେ ବର୍ତ୍ତମାନ ବୌଦ୍ଧ ଜିଲ୍ଲା ପ୍ରଶାସନ ଏହି କରିତକର୍ମା ସରପଞ୍ଚ ବାବୁଙ୍କ ବିରୋଧରେ କିଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.