ETV Bharat / state

ରାସ୍ତା ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ

author img

By

Published : Feb 8, 2022, 5:31 PM IST

corruption in road construction in boudh
ରାସ୍ତା ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ

ରାସ୍ତା ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଥିବା ଅଭିଯୋଗ। ସରକାରୀ ଯୋଜନାରେ ବିଭିନ୍ନ ପ୍ରକାର ଦୁର୍ନୀତି ନେଇ ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତରେ ଜନ ଅସନ୍ତୋଷ ଦେଖାକୁ ମିଳିଛି। ଅଧକ ପଢ଼ନ୍ତୁ

ବୌଦ୍ଧ: ରାସ୍ତା ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରିଥିବା ଅଭିଯୋଗ। ସରକାରୀ ଯୋଜନାରେ ବିଭିନ୍ନ ପ୍ରକାର ଦୁର୍ନୀତି ନେଇ ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି।

ରାସ୍ତା ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ

ବୌଦ୍ଧ ଜିଲ୍ଲାରେ ସରକାରୀ ଯୋଜନାରେ ଦୁର୍ନୀତି ନେଇ ନିୟମିତ ଗ୍ରାମବାସୀ ଅଭିଯୋଗ କରି ଆସିଛନ୍ତି। କେଉଁଠି ଆବାସ ଗୃହ ନାଁରେ ଠକେଇ ହେଉଥିବାବେଳେ ପୁଣି କେଉଁଠି ରାସ୍ତା ନିର୍ମାଣ ନେଇ ଚାଲିଛି ଦୁର୍ନୀତି। ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତର ରାସ୍ତା ନିର୍ମାଣ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁଇ ଲକ୍ଷ65 ହଜାର ଟଙ୍କା ଠକେଇ କରିଥିବା ପୂର୍ବତନ ସରପଞ୍ଚ ମିତ୍ରଭାନୁ ପ୍ରଧାନ ଅଭିଯୋଗ କରିଛନ୍ତି। ସରପଞ୍ଚଙ୍କ କାର୍ଯ୍ୟକାଳ ସରିଥିବାରୁ ସେ ଏହି କାମରେ ନ ପଶିବା ପାଇଁ ତାଙ୍କ ଉପରେ ରାଜନୈତିକ ଚାପ ପ୍ରୟୋଗ ହେଉଥିବା ମିତ୍ରଭାନୁ କହିଛନ୍ତି। ସେପଟେ କଣ୍ଟାମାଳ ବ୍ଲକ ଉପାନ୍ତ ନାରାୟଣ ପ୍ରସାଦ ପଞ୍ଚାୟତର ସାନଅସୁରଠାରୁ ବଡଅସୁର ରାସ୍ତା ପର୍ଯ୍ୟନ୍ତ ଏନଆରଇଜିଏସ ରାସ୍ତାରେ ମାଟି ମୁଠାଏ ନପଡି ପ୍ରାୟ ସାତ ଲକ୍ଷ ଟଙ୍କା ହଡପ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏହି ଦୁର୍ନୀତି ନେଇ ପୂର୍ବତନ ସରପଞ୍ଚ ବୌଦ୍ଧ ବିଡ଼ିଓ, ଭିଜିଲାନ୍ସ ଓ ପଞ୍ଚାୟତିରାଜ ବିଭାଗ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ବିଭାଗ ଦୃଷ୍ଟି ଦେଇ ତଦନ୍ତ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.