ETV Bharat / state

Municipal Election: ଜମୁଛି ପ୍ରଚାର, ବସ୍ତି ଭୋଟକୁ ନେଇ ବଢୁଛି ଉତ୍କଣ୍ଠା

author img

By

Published : Mar 21, 2022, 2:20 PM IST

ପୌର ନିର୍ବାଚନ ପାଇଁ ଘମାସାନ ପ୍ରଚାର ଚାଲିଛି । କିନ୍ତୁ ବୌଦ୍ଧ ସହରର ତଳିଆ ବସ୍ତିରେ ବାସ କରୁଥିବା ଗରିବ ନାଗରିକଙ୍କ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ

Municipal Election:ନିର୍ବାଚନ ପ୍ରଚାର ଜମୁଛି,ହେଲେ ତଳିଆ ବସ୍ତିର ଭୋଟରଙ୍କ ମୁଡ କୁନେଇ ଦ୍ବନ୍ଦ
Municipal Election:ନିର୍ବାଚନ ପ୍ରଚାର ଜମୁଛି,ହେଲେ ତଳିଆ ବସ୍ତିର ଭୋଟରଙ୍କ ମୁଡ କୁନେଇ ଦ୍ବନ୍ଦ

ବୌଦ୍ଧ: ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ ଜୋରଦାର ଚାଲିଛି । ବୌଦ୍ଧ ସହରର ସତରଟି ଓ୍ବାର୍ଡରେ ପ୍ରାର୍ଥୀମାନେ ଡୋର ଟୁ ଡୋର କ୍ୟାମ୍ପେନ ଜାରି ରହିଛି । ପ୍ରଚାର ଅଭିଯାନ ଆଉ ଗୋଟିଏ ଦିନ ବାକି ଥିବା ବେଳେ ପ୍ରାର୍ଥୀମାନେ ଭୋଟରଙ୍କୁ ପ୍ରତିଶୃତିରେ ପୋତି ପକାଉଛନ୍ତି । କିନ୍ତୁ ପ୍ରକୃତ ଗରିବ ଲୋକ ଏସବୁ ଯୋଜନାଠାରୁ ଢେର ଦୂରରେ ଥିବା ଅଭିଯୋଗ ହୋଇଛି ।

Municipal Election:ନିର୍ବାଚନ ପ୍ରଚାର ଜମୁଛି,ହେଲେ ତଳିଆ ବସ୍ତିର ଭୋଟରଙ୍କ ମୁଡ କୁନେଇ ଦ୍ବନ୍ଦ

ବୌଦ୍ଧ ପୌରାଞ୍ଚଳରେ ଡ୍ରେନେଜ ସମସ୍ୟା ଠାରୁ ଆରମ୍ଭ କରି ପାନୀୟଜଳ ପର୍ଯ୍ୟନ୍ତ ଓ ଜାଗା ମିଶନ ଠାରୁ ଆରମ୍ଭ କରି ଆବାସ ପର୍ଯ୍ୟନ୍ତ ସବୁକିଛି କେବଳ ବଡ ବଡିଆଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ ସହରର ତଳିଆ ବସ୍ତିରେ ବାସ କରୁଥିବା ଗରିବ ନାଗରିକଙ୍କ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହେବା ସହ ଏନେଇ ଭୋଟରଙ୍କ ମୁଡ ଏଥର କିଛିଟା ଭିନ୍ନ ରହିଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.