ETV Bharat / state

ଛାତ୍ରଛାତ୍ରୀଙ୍କୁ କ୍ୟାରିଅର ଓ ନୈତିକ ଶିକ୍ଷା ଦେଲେ ଜିଲ୍ଲାପାଳ

author img

By

Published : Jun 2, 2023, 3:23 PM IST

ଛାତ୍ରଛାତ୍ରୀଙ୍କୁ କ୍ୟାରିଅର ଓ ନୈତିକ ଶିକ୍ଷା ଦେଲେ ଜିଲ୍ଲାପାଳ
ଛାତ୍ରଛାତ୍ରୀଙ୍କୁ କ୍ୟାରିଅର ଓ ନୈତିକ ଶିକ୍ଷା ଦେଲେ ଜିଲ୍ଲାପାଳ

ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟଡି ଟୁର୍‌ ଆୟୋଜନ କଲା ବୌଦ୍ଧ ଜିଲ୍ଲା ପ୍ରଶାସନ । ପିଲାଙ୍କୁ କ୍ୟାରିଅର ଓ ନୈତିକ ଶିକ୍ଷା ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

ଛାତ୍ରଛାତ୍ରୀଙ୍କୁ କ୍ୟାରିଅର ଓ ନୈତିକ ଶିକ୍ଷା ଦେଲେ ଜିଲ୍ଲାପାଳ

ବୌଦ୍ଧ: ପ୍ରଥମ ଥର ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଷ୍ଟଡି ଟୁର ଆୟୋଜନ କରାଯାଇଛି । ଚଳିତ ବର୍ଷ ଜିଲ୍ଲାରେ ମାଟ୍ରିକ ପାସ୍ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସର୍ବାଧିକ ନମ୍ବର ରଖିଥିବା ମୋଟ ୫୦ ଜଣ ପିଲାଙ୍କୁ ଏହି ଷ୍ଟଡି ଟୁର୍‌ରେ ସାମିଲ କରାଯାଇଛି । ବିଭିନ୍ନ ବିଷୟରେ ଜ୍ଞାନ ଆହରଣ ପାଇଁ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଭୁବନେଶ୍ବରର ବିଭିନ୍ନ ଅନୁଷ୍ଠାନକୁ ପରିଦର୍ଶନ ନିମନ୍ତେ ପଠାଇଛି । ଏହାସହିତ ନିଜେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଠନ ସହିତ ନୈତିକ ଶିକ୍ଷାଦାନ କରିଛନ୍ତି ।

ଜିଲ୍ଲାପାଳ ଗତକାଲି(ଗୁରୁବାର) ନିଜର ଆବାସିକ କାର୍ଯ୍ୟାଳୟ ଠାରେ ତିନୋଟି ବ୍ଲକର ବିଭିନ୍ନ ବିଦ୍ୟାଳୟର ୫୦ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ କ୍ୟାରିଅର ଗଠନ ଓ, ନୈତିକ ତଥା ମୂଲ୍ୟବୋଧ ଶିକ୍ଷାଦାନ କରିଛନ୍ତି । ସମ୍ପ୍ରତି ପ୍ରତିଯୋଗିତା ମୂଳକ ଦୌଡ ମଧ୍ୟରେ ନିଜକୁ ପ୍ରସ୍ତୁତ ରଖି କ୍ୟାରିଅର ଗଠନ ଲାଗି ପରାମର୍ଶ ଦେଇଛନ୍ତି । ବିଶେଷ କରି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ଅପକାରିତା, ମାଦକ ଦ୍ରବ୍ୟର କୁପରିଣତି ଭଳି ବିଭିନ୍ନ ପ୍ରସଙ୍ଗରେ ସଚେତନ କରିବା ସହିତ ନିଜ ଭବିଷ୍ୟତ କାର୍ଯ୍ୟ ପନ୍ଥା ପ୍ରତି ଅଧିକ ଯତ୍ନବାନ ହେବାକୁ ବିଭିନ୍ନ ପରାମର୍ଶ ଦେଇଛନ୍ତି ।

ମାତୃଭାଷା ସହିତ ଇଂରାଜୀ, କମ୍ପ୍ୟୁଟର ଓ ଗଣିତ ଶିକ୍ଷା ଆହରଣ କଲେ କ୍ୟାରିଅର ଗଠନରେ ସହାୟକ ହୋଇପାରିବ ବୋଲି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଛନ୍ତି ଜିଲ୍ଲାପାଳ । ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ଷ୍ଟଡି ଟୁରରେ ପଠାଯାଇଛି । ଜିଲ୍ଲାରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରଥମରୁ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରାଯାଇଛି । ଛାତ୍ରଛାତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଦୁଇ ଦିନିଆ ଭୁବନେଶ୍ବର ଯାତ୍ରା କରି ସେଠାରେ ଏମ୍ସ, ଓୟୁଏଟି, କିସ୍‌, ପ୍ଲାନେଟୋରିୟମ, ମ୍ୟୁଜିୟମ, ପରିଜା ଲାଇବ୍ରେରୀ ଭଳି ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ । ଏହା ସେମାନଙ୍କ କ୍ୟାରିଅର ଓ ଭବିଷ୍ୟତ ଶିକ୍ଷା ଗ୍ରହଣରେ ଯଥେଷ୍ଟ ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଛନ୍ତି ।

ବୌଦ୍ଧ ଜିଲ୍ଲାରେ ପଚାଶରୁ ଉର୍ଦ୍ଧ୍ବ 5T ବିଦ୍ୟାଳୟ ସହିତ ଅନେକ ଉଚ୍ଚ ବିଦ୍ୟାଳୟରେ କୃତି ଛାତ୍ରଛାତ୍ରୀ ରହିଥିବା ବେଳେ ଆବଶ୍ୟକ କାଉନସେଲିଂ ଅଭାବରୁ ସେମାନେ ଭବିଷ୍ୟତ ଶିକ୍ଷା ଗ୍ରହଣ ତଥା କ୍ୟାରିଅରକୁ ନେଇ ଦ୍ବନ୍ଦ୍ୱରେ ରହି ଯାଉଛନ୍ତି । ଜିଲ୍ଲା ପ୍ରଶାସନର ଏଭଳି ଅଭିନବ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ପାଇଁ ଏକାନ୍ତ ସହାୟକ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.