ETV Bharat / state

ଅବଧି ଶେଷ, ସରୁନି ରାସ୍ତା ନିର୍ମାଣ କାର୍ଯ୍ୟ

author img

By

Published : May 27, 2022, 12:27 PM IST

road problem in boudh
ଅବଧି ସରିଗଲାଣି, ସରୁନି ରାସ୍ତା ନିର୍ମାଣ କାର୍ଯ୍ୟ

ଅବଧି ସରିବା ପରେ ବି ଶେଷ ହେଉନି ରାସ୍ତା ନିର୍ମାଣ କାର୍ଯ୍ୟ । ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ରାସ୍ତା ନିର୍ମାଣରେ ଅନିୟମିତତା ଦେଖାଦେଇଛି । ଫଳରେ ଗମନାଗମନର ଅବ୍ୟବସ୍ଥା ବିକାଶରେ ପ୍ରମୁଖ ବାଧକ ସାଜିଛି । ଅଧିକ ପଢ଼ନ୍ତୁ

ବୌଦ୍ଧ: ଧାର୍ଯ୍ୟ ସମୟ ଅବଧି (Deadline) ଶେଷ ହୋଇସାରିଲାଣି ମାତ୍ର ଶେଷ ହେଉନି ରାସ୍ତା ନିର୍ମାଣ କାର୍ଯ୍ୟ । ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ରାସ୍ତା ନିର୍ମାଣରେ ଅନିୟମିତତା ଦେଖା ଦେଇଛି । ଫଳରେ ଗମନାଗମନର ଅବ୍ୟବସ୍ଥା ବିକାଶରେ ପ୍ରମୁଖ ବାଧକ ସାଜିଛି । ବୌଦ୍ଧ ଜିଲ୍ଲାର ସର୍ବ ବୃହତ ଗ୍ରାମ ସରସରା ୫୭ ନମ୍ବର ଜାତୀୟ ରାଜପଥ ଠାରୁ ଟାଙ୍ଗରପାଲି ପର୍ଯ୍ୟନ୍ତ ଆରଡି ରାସ୍ତା ନିର୍ମାଣର ଅବଧି ଗତ ଫେବୃଆରୀ ମାସରୁ ସରିଯାଇଛି ।

ଅବଧି ସରିଗଲାଣି, ସରୁନି ରାସ୍ତା ନିର୍ମାଣ କାର୍ଯ୍ୟ

କିନ୍ତୁ ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ସେନେଇ ଆଶା ଆଶଙ୍କାରେ ଅଛନ୍ତି ଅଞ୍ଚଳବାସୀ । ସରସରା ଠାରୁ ବଘାରପାଲିକୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣକୁ ନେଇ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଛନ୍ତି । ହେଲେ ଏଯାଏ କୌଣସି ସୁଫଳ ମିଳିନାହିଁ । ହରଭଙ୍ଗା ବ୍ଲକର ଅନେକ ଉପାନ୍ତ ଅଞ୍ଚଳକୁ ରାସ୍ତାଘାଟ ଓ ଜଳସେଚନର ବ୍ୟାପକ ସମସ୍ୟା ରହିଛି । ଅନ୍ୟପଟେ ହରଭଙ୍ଗା ବ୍ଲକ ଛତରଙ୍ଗ ପଞ୍ଚାୟତର ଟାଙ୍ଗୁରକୁପା ଠାରେ ମନରେଗା ଯୋଜନାରେ ନିର୍ମାଣ ହୋଇଥିବା ଚେକଡ୍ୟାମର ପ୍ରୋଟକସନ ଓ୍ବାଲ ଅଳ୍ପ ବର୍ଷାରେ ଭୁଷୁଡି ପଡିଛି ।

ଗତ ୧୫ ଦିନ ପୂର୍ବରୁ ତିଆରି ହୋଇଥିବା ଏହି ପ୍ରକଳ୍ପଟି ୬ ଲକ୍ଷ ୭୮ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା । ପ୍ରଶାସନର ଏଭଳି ମନମତାଣିଆ କାର୍ଯ୍ୟ ଯୋଗୁଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.