ETV Bharat / state

ବଢୁଛି ସଂକ୍ରମଣ; ବୌଦ୍ଧ ପୌରାଞ୍ଚଳକୁ ହଟସ୍ପଟ ଘୋଷଣା

author img

By

Published : May 2, 2021, 8:57 AM IST

ଚନ୍ତାରେ ପ୍ରଶାସନ
ଚନ୍ତାରେ ପ୍ରଶାସନ

ସଂକ୍ରମଣ ବୃଦ୍ଧି ଜିଲ୍ଲା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ଏନେଇ ବୌଦ୍ଧ ପୌରାଞ୍ଚଳକୁ ହଟସ୍ପଟ ଭାବରେ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ବୌଦ୍ଧ: ଜିଲ୍ଲାରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ବିଭିନ୍ନ ସ୍ଥାନରୁ ପୁଣି 87ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବୃ୍ଦ୍ଧି ଜିଲ୍ଲା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ବୌଦ୍ଧ ପୌରାଞ୍ଚଳକୁ ହଟସ୍ପଟ ଭାବରେ ଘୋଷଣା କରାଯାଇଛି ।

ଚିନ୍ତାରେ ପ୍ରଶାସନ

ଏହି ସହିତ ଜିଲ୍ଲାର ବିଭିନ୍ନ ବସ୍ତି ସମେତ ସଂକ୍ରମିତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଏହା ସହିତ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଦିନକୁ ଦିନ କୋରୋନାର କୋପ ବଢିବାରେ ଲାଗିଛି । ଲୋକମାନେ ଭୟଭୀତ ହୋଇଛନ୍ତି । କୋରୋନାକୁ ହରାଇବାକୁ ହେଲେ କେବଳ ନିୟମ ଓ ସଚେତନତାର ଆବଶ୍ୟକ ।

କୋରୋନାକୁ ହରାଇବା ପାଇଁ ସାରା ରାଜ୍ୟାରେ ସପ୍ତାହାନ୍ତ ସଟଡାଉନ ଜାରି ରହିଛି । ସଟଡାଉନକୁ ବଣିକ ସଂଘ ଓ ଲୋକଙ୍କ ସମର୍ଥନ ମିଳିଛି । କୋରୋନାକୁ ମୁକାବିଲା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷପମାନ ଗ୍ରହଣ କରାଯାଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.