ETV Bharat / state

ଜନଆକ୍ରୋଶ ଆନ୍ଦୋଳନରେ ଉତ୍ତେଜନା, ଦାବିପତ୍ର ଗ୍ରହଣ ନକରିବାରୁ ରାସ୍ତା ଅବରୋଧ କଲେ କର୍ମୀ

author img

By ETV Bharat Odisha Team

Published : Nov 18, 2023, 4:59 PM IST

ବୌଦ୍ଧର ବିଜେପିର ଜନ ଆକ୍ରୋଶ ଆନ୍ଦୋଳନ । ବିଡିଓ ଦାବିପତ୍ର ଗ୍ରହଣ ନକରିବାରୁ ରାସ୍ତା ଅବରୋଧ କଲେ କର୍ମୀ । ଅଧିକ ପଢନ୍ତୁ

bjp workers protest
bjp workers protest

bjp workers protest

ବୌଦ୍ଧ: ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଦୁର୍ନୀତି ତଥା ଅନିୟମିତତା କରିଥିବା ଅଭିଯୋଗ ଆଣି ବିଜେପି ଆରମ୍ଭ କରିଥିବା ଜନ ଆକ୍ରୋଶ ଆନ୍ଦୋଳନ ଶେଷ ହୋଇଛି । ଶେଷ ଦିନରେ କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜରାସ୍ତାକୁ ଅବରୋଧ କରିଥିଲେ ବିଜେପି କର୍ମୀ । ବିଭିନ୍ନ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା ବିଜେପି ।

ଗତ ତିନି ଦିନ ଧରି ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଜନ ଆକ୍ରୋଶ ସମାବେଶର ଆୟୋଜନ କରାଯାଇଥିଲା । ଶୁକ୍ରବାର ତୃତୀୟ ଦିନରେ କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଜନ ଆକ୍ରୋଶ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ଶାସନ ସମୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବରିଷ୍ଠ ବିଜେପି ନେତା ଅଭିଯୋଗ କରିବା ସହିତ ଏନେଇ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ବିଜେପିର ଜନ ଆକ୍ରୋଶ ଆନ୍ଦୋଳନ, ହରଭଙ୍ଗା ବ୍ଲକ ଘେରାଉ

ଗତ ବୁଧବାର ପ୍ରଥମେ ହରଭଙ୍ଗା ବ୍ଲକ ଓ ଦ୍ବିତୀୟ ଦିନରେ ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜନ ଆକ୍ରୋଶ ସମାବେଶ ପରେ ଶୁକ୍ରବାର ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ବରେ ଶତାଧିକ ବିଜେପି ନେତା ଓ କର୍ମୀ କଣ୍ଟାମାଳ ବ୍ଲକ ଠାରେ ଜନ ଆକ୍ରୋଶ ଆନ୍ଦୋଳନରେ ଯୋଗ ଦେଇଥିଲେ । ସମାବେଶ ଶେଷ ହେବା ପରେ କଣ୍ଟାମାଳ ବିଡ଼ିଓ ଦାବିପତ୍ର ଗ୍ରହଣ କରିବାକୁ ଆନ୍ଦୋଳନକାରୀଙ୍କ ନିକଟକୁ ନ ଆସିବାରୁ ବ୍ଲକ କାର୍ଯ୍ୟାଳୟ ପରିସର ଅଶାନ୍ତ ହୋଇପଡ଼ିବା ସହିତ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ବିଜେପି ନେତା ଓ କର୍ମୀ ମାନେ ପ୍ରବଳ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ସହିତ କଣ୍ଟାମାଳ ବ୍ଲକ ନିକଟରେ ରାଜପଥ କୁ ଦୀର୍ଘ ତିନି ଘଣ୍ଟା ଧରି ଅବରୋଧ କରିଥିଲେ ।

ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ କଣ୍ଟାମାଳ ଥାନା ଅଧିକାରୀ ପହଞ୍ଚି ଉତ୍ୟକ୍ତ ବିଜେପି ନେତା ଓ କର୍ମୀଙ୍କୁ ବୁଝାଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ କଣ୍ଟାମାଳରେ ପହଞ୍ଚି ଦାବିପତ୍ର ଗ୍ରହଣ କରିବା ସହ ଆଲୋଚନା କରିଥିଲେ । ଶେଷରେ ରାସ୍ତା ରୋକ ହଟିଥିଲା । ଜିଲ୍ଲା ବିଜେପି ସଭାପତି ବ୍ଲକ ପ୍ରଶାସନର ଏଭଳି କାର୍ଯ୍ୟକୁ ତିବ୍ର ସମାଲୋଚନା କରିବା ସହିତ ସ୍ଥାନୀୟ କଣ୍ଟାମାଳ ବିଡ଼ିଓ ଶାସକ ବିଜେଡ଼ି ଦଳର କର୍ମକର୍ତ୍ତା ଭଳି କାର୍ଯ୍ୟ କରୁଥିବା ଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.