ETV Bharat / state

Block Chairman Election: ବିଜେଡି ଗଡରେ ଫୁଟିଲା ପଦ୍ମ

author img

By

Published : Mar 13, 2022, 8:26 AM IST

bjp won in Block Chairmen Election result in boudh
Block Chairmen Election: ବିଜେଡି ଗଡରେ ଫୁଟିଲା ପଦ୍ମ

ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ପଦ ପାଇଁ ପରୋକ୍ଷ ନିର୍ବାଚନ ହୋଇଥିଲା। ସାରା ରାଜ୍ୟରେ ବିଜେଡିର ସଫଳତା ଦେଖିବାକୁ ମିଳିଥିଲେ ବୌଦ୍ଧ ଜିଲ୍ଲାରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ

ବୌଦ୍ଧ: ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ପଦ ପାଇଁ ପରୋକ୍ଷ ନିର୍ବାଚନ ହୋଇଥିଲା। ସାରା ରାଜ୍ୟରେ ବିଜେଡିର ସଫଳତା ଦେଖିବାକୁ ମିଳିଥିଲେ ବୌଦ୍ଧ ଜିଲ୍ଲାରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଜିଲ୍ଲାର ତିନୋଟି ବ୍ଲକ ମଧ୍ୟରୁ ଦୁଇଟି ଅଧ୍ୟକ୍ଷ ପଦ ହରାଇଛି ବିଜେଡି ।

Block Chairmen Election: ବିଜେଡି ଗଡରେ ଫୁଟିଲା ପଦ୍ମ

ବିଜେଡି ଗଡରେ ଫୁଟିଲା ପଦ୍ମ । ସାରା ଓଡିଶାରେ ଶାସକ ବିଜେଡି ଦଳ ଏକଚାଟିଆ ଭାବରେ ପତିଆରା ଜାହିର କରିଥିବା ବେଳେ ବୌଦ୍ଧ ଜିଲ୍ଲାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ଗଡ ଭାବରେ ପରିଚିତ ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଦଳର ସ୍ଥିତି ଦୋହଲି ଯାଇଛି । 9ଗୋଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଦୁଇ ନମ୍ବର ଓ ଚାରି ନମ୍ବର ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଶନିବାର ଉଭୟ ବୌଦ୍ଧ ଓ ହରଭଙ୍ଗା ବ୍ଲକ ବିଜେଡି ହାତରୁ ଖସି ଯାଇଛି ।

ହରଭଙ୍ଗା ବ୍ଲକରେ ସ୍ନେହଲତା ପ୍ରଧାନ ବିଜେପି ପକ୍ଷରୁ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ବିଜେପି ସହାୟତାରେ ବୌଦ୍ଧ ବ୍ଲକକୁ ଦଖଲ କରିଛନ୍ତି ।ବିଜେଡି ଦଳ କେବଳ କଣ୍ଟାମାଳ ବ୍ଲକକୁ ଅକ୍ତିଆରରେ ରଖି ପାରିଛି । ତେବେ ଦୀର୍ଘ ଦିନ ପରେ ବୌଦ୍ଧ ଜିଲ୍ଲାରେ ବିଜେଡି ଦଳକୁ ଏତେବଡ ଶକ୍ତ ଧକ୍କା ଲାଗିଥିବା ବେଳେ ଜିଲ୍ଲା ବିଜେପିର ନେତା ଓ କର୍ମୀ ଖୁବ ଉତ୍ସାହିତ ହୋଇଉଠିଛନ୍ତି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.