ETV Bharat / state

ମୌଳିକ ସୁବିଧାରୁ ବଞ୍ଚିତ ବୌଦ୍ଧ ଜିଲ୍ଲାବାସୀ, ସରକାରଙ୍କୁ ଟାର୍ଗେଟ କଲା BJP

author img

By

Published : Dec 25, 2021, 8:53 AM IST

ବୌଦ୍ଧ ଜିଲ୍ଲାରେ ଆଜିବି ଅପହଞ୍ଚ ମୌଳିକ ସୁବିଧା । ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲା ଜିଲ୍ଲା ବିଜେପି । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ବିଜେପିର ସାମ୍ବାଦିକ ସମ୍ମିଳନୀ
ବୌଦ୍ଧ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ବିଜେପିର ସାମ୍ବାଦିକ ସମ୍ମିଳନୀ

ବୌଦ୍ଧ: ଜିଲ୍ଲାରେ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାନୀୟଜଳ, ଜଳସେଚନ, ରାସ୍ତା ଘାଟ ଓ ସର୍ବୋପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆଣିଛି ଜିଲ୍ଲା ବିଜେପି । ଏଥିପାଇଁ ବିଜେଡି ଓ ଜିଲ୍ଲା ପ୍ରଶାସନକୁ ଟାର୍ଟେଗ କରିଛି ବିଜେପି । ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାନୀୟଜଳ ଓ ଜଳସେଚନ ସମସ୍ୟା ଲାଗିରହିଛି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ବିଜେପିର ସାମ୍ବାଦିକ ସମ୍ମିଳନୀ

ଏହାଛଡା ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳର ଗ୍ରାମକୁ ସବୁଦିନିଆ ରାସ୍ତା ଖଣ୍ଡେ ନଥିବାରୁ ସେସବୁ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପହଞ୍ଚିବା ଦିବା ସ୍ବପ୍ନ ହୋଇରହିଛି । କେବଳ ସେତିକି ନୁହେଁ, ବିଭିନ୍ନ ପଞ୍ଚାୟତରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ସବୁଆଡେ ଚର୍ଚ୍ଚାର ବିଷୟ ହୋଇଥିଲା ।କିନ୍ତୁ ଏହାର ତଦନ୍ତ କରି ପଦକ୍ଷେପ ନେବା ବଦଳରେ ଓଲଟା ଦୁର୍ନୀତିକୁ ପ୍ରଶାସନ ପ୍ରଶୟ ଦେଉଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି । ଶୁକ୍ରବାର ଜିଲ୍ଲା ବିଜେପି ପକ୍ଷରୁ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.