ETV Bharat / state

ନିର୍ଦ୍ବନ୍ଦରେ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦ ହାତେଇଲା ବିଜେଡି

author img

By

Published : Mar 26, 2022, 12:03 PM IST

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ହେଲେ ବରିଷ୍ଠ ବିଜେଡି ନେତା ଶଙ୍କର୍ଷଣ ପ୍ରଧାନ । ନିର୍ଦ୍ବନ୍ଦରେ ଉପାଧ୍ୟକ୍ଷ ଭାବରେ ସେ ନିର୍ବାଚିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

bjd won vice chairman seat of zilla parishad in boudh
ନିର୍ଦ୍ବନ୍ଦରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ହାତେଇଲା ବିଜେଡି

ବୌଦ୍ଧ: ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ହେଲେ ବରିଷ୍ଠ ବିଜେଡି ନେତା ଶଙ୍କର୍ଷଣ ପ୍ରଧାନ । ନିର୍ଦ୍ବନ୍ଦରେ ଉପାଧ୍ୟକ୍ଷ ଭାବରେ ସେ ନିର୍ବାଚିତ ହୋଇଛନ୍ତି । ଉପାଧ୍ୟକ୍ଷ ନିର୍ବାଚନ ସହିତ ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସମସ୍ତ ପ୍ରକ୍ରିୟା ।

bjd won vice chairman seat of zilla parishad in boudh

ବୌଦ୍ଧରେ ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସମସ୍ତ ପ୍ରକ୍ରିୟା । ପୂର୍ବରୁ ଜିଲ୍ଲାର ସମସ୍ତ 69 ଗୋଟି ପଞ୍ଚାୟତ ସହିତ ତିନୋଟି ବ୍ଲକର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ ପାଇଁ ନିର୍ବାଚନ ସମ୍ପୂର୍ଣ୍ଣ ହୋଇ ସାରିଥିଲା। ଆଜି ବୌଦ୍ଧ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଭାବରେ କଣ୍ଟାମାଳ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଶଙ୍କର୍ଷଣ ପ୍ରଧାନ ନିର୍ବାଚିତ ହୋଇଛନ୍ତି ।

ପୂର୍ବରୁ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଭାବରେ 9ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ପ୍ରଭାସିନୀ ଦାସ ନିର୍ବାଚିତ ହୋଇ ଦାୟିତ୍ବ ଗ୍ରହଣ କରିସାରି ଥିଲେ । 3ନଂ ଜୋନର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର୍ଷଣ କଣ୍ଟାମାଳ ଅଞ୍ଚଳର ଜଣେ ଜଣାଶୁଣା ରାଜନେତା ହୋଇଥିବା ବେଳେ ତାଙ୍କ ବିଜୟରେ ବହୁ ବିଜେଡି ନେତା ଓ କର୍ମୀ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.