ETV Bharat / state

ଫୁଟବଲ କୋଚଙ୍କୁ ସହାୟତାର ହାତ ବଢାଇଲା ଆସୋସିଏସନ

author img

By

Published : Sep 27, 2020, 6:38 AM IST

association of football coaches helps referee and coachs amid pandemic time
ଫୁଟବଲ କୋଚଙ୍କୁ ସହାୟତାର ହାତ ବଢାଇଲା ଆସୋସିଏସନ

କୋରୋନା ମହାମାରୀ ସମୟରେ ଫୁଟବଲ ଖେଳ ଜାରି ରଖିବା ସହ ଶରୀର ଫିଟ ରଖିବା ଗୁରୁତ୍ବପୂର୍ଣ୍ଣ ରହିଛି । ତେବେ କୋଚ ଓ ରେଫରୀଙ୍କୁ ସହାୟତା ଯୋଗାଇ ଦେଇଛି ଆସୋସିଏସନ ଅଫ୍‌ ଫୁଟବଲ କୋଚେସ ।

ବୌଦ୍ଧ:କୋରୋନା ମହାମାରୀ ସମୟରେ ଫୁଟବଲ ଖେଳ ଜାରି ରଖିବା ସହ ଶରୀର ଫିଟ ରଖିବା ଗୁରୁତ୍ବପୂର୍ଣ୍ଣ ରହିଛି । ତେବେ କୋଚ ଓ ରେଫରୀଙ୍କୁ ସହାୟତା ଯୋଗାଇ ଦେଇଛି ଆସୋସିଏସନ ଅଫ ଫୁଟବଲ କୋଚେସ ।

ଫୁଟବଲ କୋଚଙ୍କୁ ସହାୟତାର ହାତ ବଢାଇଲା ଆସୋସିଏସନ

କୋରୋନା ଭଳି ମହାମାରୀ ସମୟରେ ଶରୀରକୁ ସୁସ୍ଥ ରଖିବାରେ ଲାଗିଥିଲେ କିଛି ପ୍ରଶିକ୍ଷକ । ସୁସ୍ଥ ଶରୀର ସହ ଫୁଟବଲ ଖେଳକୁ ବଜାୟ ରଖିବାରେ ଏମାନଙ୍କ ଅବଦାନକୁ ଦେଖି ଜାତୀୟ ଫୁଟବଲ କୋଚେସ ଆସୋସିଏସନ ସହାୟତାର ହାତ ବଢାଇଛି । ତିନି ମାସ ପର୍ଯ୍ୟନ୍ତ ଏହି ସହାୟତା ଜାରି ରହିବାକୁ ଥିବା ବେଳେ ସାରା ଓଡିଶାରୁ ଚୟନ ହୋଇଥିବା 25 ଜଣ କୋଚ ଓ ରେଫରୀଙ୍କୁ ଏହି ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ବୌଦ୍ଧ ଜିଲ୍ଲାର ଦୁଇ ଫୁଟବଲ ପ୍ରଶିକ୍ଷକଙ୍କୁ ଏହି ସହାୟତା ଯୋଗାଇ ଦିଆଯାଇଛି । ଫୁଟବଲ ଖେଳକୁ ନେଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଦୁଇ ପ୍ରଶିକ୍ଷକ ସ୍ବାସ୍ଥ୍ୟ ହିଁ ସମ୍ପଦକୁ ପାଥେୟ କରି ଖେଳ ମାଧ୍ୟମରେ ସୁସ୍ଥ ଶରୀର ଗଠନ ଉପରେ ଅନେକ ଖେଳାଳୀଙ୍କୁ ପ୍ରୋତ୍ସାହିତ କରିଆସିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.