ETV Bharat / state

ବୌଦ୍ଧରେ ଜଳସେଚନକୁ ନେଇ ଉପୁଜିଛି ସମସ୍ୟା

author img

By

Published : Dec 13, 2021, 1:14 PM IST

କୃଷିଭିତ୍ତିକ ଜିଲ୍ଲାରେ ଜଳସେଚନ କୁନେଇ ବ୍ୟାପକ ସମସ୍ୟା ଅଭିଯୋଗ
କୃଷିଭିତ୍ତିକ ଜିଲ୍ଲାରେ ଜଳସେଚନ କୁନେଇ ବ୍ୟାପକ ସମସ୍ୟା ଅଭିଯୋଗ

କୃଷି ଭିତ୍ତିକ ଜିଲ୍ଲାରେ(agricultural district) ଜଳସେଚନକୁ ନେଇ ଦେଖାଦେଇଛି ସମସ୍ୟା । ବୌଦ୍ଧ ଜିଲ୍ଲାର ସାଲୁଙ୍କୀ ନଦୀରେ ସ୍ବଳ୍ପ ବ୍ୟୟରେ ଏକ ବ୍ୟାରେଜ ନିର୍ମାଣ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ଜଳସେଚନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ବୌଦ୍ଧ: କୃଷି ଭିତ୍ତିକ ଜିଲ୍ଲାରେ(agricultural district) ଜଳସେଚନକୁ ନେଇ ଦେଖାଦେଇଛି ସମସ୍ୟା। ବୌଦ୍ଧ ଜିଲ୍ଲାରେ ମହାନଦୀ ସମେତ ବାଘ, ସାଲୁଙ୍କୀ, ଖଡଙ୍ଗ, ତେଲନଦୀ ଭଳି ଅନେକ ନଦନଦୀ ପ୍ରବାହିତ ହେଉଛି । ଜିଲ୍ଲାରେ ବାଘ ଓ ସାଲୁଙ୍କୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଦୀର୍ଘ ବର୍ଷ ହେଲା ଟିକରପଡା ପଞ୍ଚାୟତ ଗୁରୁଜୀମୁଣ୍ଡାଠାରେ ସାଲୁଙ୍କୀ ନଦୀରେ ସ୍ବଳ୍ପ ବ୍ୟୟରେ ଏକ ବ୍ୟାରେଜ ନିର୍ମାଣ ପାଇଁ ଦାବି ହୋଇଆସୁଛି । ଉକ୍ତ ପ୍ରକଳ୍ପ ନିର୍ମାଣ ହେଲେ ବୌଦ୍ଧ ଓ ହରଭଙ୍ଗା ବ୍ଲକର ଶହ ଶହ ଏକର ଜମିକୁ ଜଳସେଚନ ହୋଇପାରିବ ବୋଲି ସମ୍ଭାବନା ରହିଛି । କିନ୍ତୁ ଏନେଇ ଜଳସେଚନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

କୃଷିଭିତ୍ତିକ ଜିଲ୍ଲାରେ ଜଳସେଚନ କୁନେଇ ବ୍ୟାପକ ସମସ୍ୟା ଅଭିଯୋଗ

ସେହିପରି ମହାନଦୀ କୂଳରେ ଅବସ୍ଥିତ ହରଭଙ୍ଗା ବ୍ଲକର ରାମଗଡ, ସାମ୍ପୋଚ, ଧଳପୁରଠାରେ ମେଗା ଉଠାଜଳସେଚନ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନର ଦୀର୍ଘ ବର୍ଷ ପରେ ମଧ୍ୟ ସେହି ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ ହୋଇଛି । ଏନେଇ ଉଭୟ ଜିଲ୍ଲା ବିଜେପି ଓ ଜିଲ୍ଲା ଭାରତୀୟ କିଷାନ ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.