ETV Bharat / state

ପାଞ୍ଚ ଦିନ ଚାଲିବା ପରେ ବନ୍ଦ ହେଲା ବୋଟ ସେବା, ବିପଦଜନକ ନୌକାଯାତ୍ରା ହିଁ ଭରସା

author img

By

Published : Aug 31, 2020, 7:36 AM IST

ପ୍ରାୟ ପାଞ୍ଚ ଦିନ ବୋଟ ଚାଲିଲା ପରେ ପୌର ପ୍ରଶାସନ ଏହାକୁ ବନ୍ଦ କରିଦେଇଛନ୍ତି । ଫଳରେ ମହାନଦୀ ଗର୍ଭରେ ଥିବା 2ଟି ଓ୍ବାର୍ଡର ଅଧିବାସୀ ଏବେ ପୁଣି ବିପଦ ସଙ୍କୁଳ ଭାବରେ ନୌକା ଯାତ୍ରା କରୁଛନ୍ତି ।

ପାଞ୍ଚଦିନ ଚାଲିବା ପରେ ବନ୍ଦ ହେଲା ବୋଟସେବା, ବିପଦଜନକ ନୌକାଯାତ୍ରା
ପାଞ୍ଚଦିନ ଚାଲିବା ପରେ ବନ୍ଦ ହେଲା ବୋଟସେବା, ବିପଦଜନକ ନୌକାଯାତ୍ରା

ବୌଦ୍ଧ:ମର୍ଜାକୁଦ ଦ୍ବୀପାଞ୍ଚଳବାସୀଙ୍କ କାର୍ଯ୍ୟରେ ଲାଗିପାରୁନି ଏସଆରସିଙ୍କ ଦ୍ବାରା ପ୍ରଦତ୍ତ ଦୁଇ ମୋଟରବୋଟ । ଫଳରେ ଉଛୁଳା ମହାନଦୀରେ ଜୀବନକୁ ବାଜି ଲଗାଇ ରୋଗୀଙ୍କୁ ଡଙ୍ଗାରେ ବୋହି ଆଣିବାକୁ ପଡୁଛି ।

ବିପଦ ଶଙ୍କୁଳ ଅବସ୍ଥାରେ ଦେଶୀ ଡଙ୍ଗାରେ ଉଛୁଳା ମହାନଦୀରେ ନୌକା ଯାତ୍ରା । ଏହାକୁ ଦୃଷ୍ଟିରେ ରଖି ଗତ 20ତାରିଖରେ ଏସଆରସିଙ୍କ ଦ୍ଵାରା ପ୍ରଦତ୍ତ ଦୁଇଟି ମୋଟର ବୋଟ ଚଳାଚଳ ପରେ ଦ୍ବୀପାଞ୍ଚଳବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଥିଲା । ତେବେ ଏହି ଆନନ୍ଦ ବେଶୀ ଦିନ ରହିନଥିଲା । ପ୍ରାୟ ପାଞ୍ଚ ଦିନ ବୋଟ ଚାଲିଲା ପରେ ପୌର ପ୍ରଶାସନ ଏହାକୁ ବନ୍ଦ କରିଦେଇଛନ୍ତି । ଫଳରେ ମହାନଦୀ ଗର୍ଭରେ ଥିବା 2ଟି ଓ୍ବାର୍ଡର ଅଧିବାସୀ ଏବେ ପୁଣି ବିପଦଶଙ୍କୁଳ ଭାବରେ ନୌକା ଯାତ୍ରା କରୁଛନ୍ତି ।

ପାଞ୍ଚଦିନ ଚାଲିବା ପରେ ବନ୍ଦ ହେଲା ବୋଟସେବା, ବିପଦଜନକ ନୌକାଯାତ୍ରା

ବିଶେଷ ଭାବରେ ଅତି ଜରୁରୀ କାର୍ଯ୍ୟ ପ୍ରସୂତୀ, ଗୁରୁତର ରୋଗୀଙ୍କୁ ବାଧ୍ୟ ହୋଇ ଉଛୁଳା ନଦୀରେ ଅତ୍ୟନ୍ତ ବିପଦଜନକ ଭାବରେ ଡଙ୍ଗାରେ ବୋହି ଆଣିବାକୁ ପଡୁଛି । ବୋଟ ପରିଚାଳନା ସମ୍ପର୍କରେ ପୌର ଅଧିକାରୀ କହିଛନ୍ତି ଯେ, ପାଣି ଅଧିକ ଥିବାରୁ ବର୍ତ୍ତମାନ ମଟୋରବୋଟ ବନ୍ଦ କରି ଦିଆଯାଇଛି । ନିଷତ୍ତି ନେବା ପରେ ପୁଣି କାର୍ଯ୍ୟକାରୀ ହେବ ।

ବିପଦଜନକ ନୌକାଯାତ୍ରା
ବିପଦଜନକ ନୌକାଯାତ୍ରା

କିନ୍ତୁ ଦ୍ବୀପାଞ୍ଚଳବାସୀ ଏପରି କେଉଁ ଭୁଲ କରିଛନ୍ତି ଯେ ସେମାନଙ୍କୁ ଆଜିଯାଏ ଅଭିଶପ୍ତ ଭଳି ଜୀବନ କାଟିବାକୁ ପଡୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଦ୍ବୀପାଞ୍ଚଳବାସୀଙ୍କ ଦୁଃଖ ଦୂର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.