ETV Bharat / state

ଅନ୍ଧ ବିଶ୍ବାସର ଅନ୍ଧଗଳିରୁ ମୁକୁଳିଲା ଭାବନା, ମୃତ୍ୟୁର 6 ଦିନ ପରେ ସତ୍କାର କଲା ପରିବାର

author img

By

Published : Oct 21, 2021, 2:23 PM IST

ଅନ୍ଧ ବିଶ୍ବାସର ଅନ୍ଧ ଗଳିରୁ ମୁକୁଳିଲା ଭାବନା, 6 ଦିନ ପରେ ମୃତଦେହର ସତ୍କାର କଲେ ଘର ଲୋକେ
ଅନ୍ଧ ବିଶ୍ବାସର ଅନ୍ଧ ଗଳିରୁ ମୁକୁଳିଲା ଭାବନା, 6 ଦିନ ପରେ ମୃତଦେହର ସତ୍କାର କଲେ ଘର ଲୋକେ

ଶେଷରେ ଅନ୍ଧ ବିଶ୍ବାସର ଅନ୍ଧ ଗଳିରୁ ମୁକୁଳିଲା ଭାବନା, ବିଜ୍ଞାନ ଆଗରେ ମୁଣ୍ଡ ନୁଆଁଇବାକୁ ପଡିଲା । ଦୀର୍ଘ 6 ଦିନ ଧରି ମୃତଦେହ ଘରେ ରଖିବା ପରେ ଶେଷରେ ଅନ୍ତିମ ସତ୍କାର କରିଛନ୍ତି ପରିବାର ଲୋକେ । ଅଧିକ ପଢନ୍ତୁ...

ବୌଦ୍ଧ: ଶେଷରେ ଅନ୍ଧ ବିଶ୍ବାସର ଅନ୍ଧ ଗଳିରୁ ମୁକୁଳିଲା ଭାବନା, ବିଜ୍ଞାନ ଆଗରେ ମୁଣ୍ଡ ନୁଆଁଇବାକୁ ପଡିଲା । ଦୀର୍ଘ 6 ଦିନ ଧରି ମୃତଦେହ ଘରେ ରଖିବା ପରେ ଶେଷରେ ଅନ୍ତିମ ସତ୍କାର କରିଛନ୍ତି ପରିବାର ଲୋକେ । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆଦିବାସୀ ବସ୍ତିରେ ।

ଅନ୍ଧ ବିଶ୍ବାସର ଅନ୍ଧ ଗଳିରୁ ମୁକୁଳିଲା ଭାବନା, 6 ଦିନ ପରେ ମୃତଦେହର ସତ୍କାର କଲେ ଘର ଲୋକେ

ସୂଚନା ଅନୁଯାୟୀ ମୁର୍ଷୂଣ୍ଢି ପଞ୍ଚାୟତ ସଦର ମହକୁମାର ଆଦିବାସୀ ବସ୍ତିର ଜନୈକ ଯୁବକ ସୁରଟରେ କାର୍ଯ୍ୟ କରୁଥିଲେ । ସେଠାରେ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହେବାରୁ ତାଙ୍କ ଭାଇ ସୁରଟରୁ ଗାଁକୁ ମୃତଦେହ ଆଣିଥିଲେ ।

କିନ୍ତୁ ପରିବାର ଲୋକେ ଡାକ୍ତରଙ୍କ କଥାକୁ ବିଶ୍ବାସ କରିନଥିଲେ । ଶରୀରରେ ଜୀବନ ଥିବା, ନାଡି ଚାଲୁଥିବା, ଶୌଚ ହେଉଥିବା ଆଦି ସନ୍ଦେହ କରି ଗୁଣିଗାରେଡିର ଆଶ୍ରୟ ନେଇଥିଲେ । ଦୀର୍ଘ 6 ଦିନ ଧରି ଘରେ ମୃତଶରୀର ରଖିବା ପରେ ଶେଷରେ ଅନ୍ତିମ ସତ୍କାର କରିଛନ୍ତି ।




ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.