ETV Bharat / state

ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ

author img

By

Published : Jan 26, 2023, 10:32 PM IST

ଭାରତର ସମ୍ବିଧାନ ବିଶ୍ୱର ସର୍ବବୃହତ ତଥା ପୁରାତନ ଗଣତନ୍ତ୍ରର ସମ୍ବିଧାନ
ଭାରତର ସମ୍ବିଧାନ ବିଶ୍ୱର ସର୍ବବୃହତ ତଥା ପୁରାତନ ଗଣତନ୍ତ୍ରର ସମ୍ବିଧାନ

ଆନନ୍ଦ ଉଲ୍ଲାସର ସହିତ ଦେଶରେ ସାଧାରଣ ତନ୍ତ୍ର ଦିବସ ପାଳିତ । ଜିଲ୍ଲାପାଳ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହିତ ସମ୍ମିଳିତ ପେରେଡ ଅଭିବାଦନ ଗ୍ରହଣ କରିଥିଲେ । ଅଧିକ ପଢ଼ନ୍ତୁ

ଭାରତର ସମ୍ବିଧାନ ବିଶ୍ୱର ସର୍ବବୃହତ ତଥା ପୁରାତନ ଗଣତନ୍ତ୍ରର ସମ୍ବିଧାନ

ବୌଦ୍ଧ:ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହିତ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି । ଆଜି ସାରାଦେଶରେ ଏହି ଜାତୀୟ ଉତ୍ସବ କୁ ଧୁମଧାମରେ ପାଳନ କରାଯାଉଥିବା ବେଳେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ହରଭଙ୍ଗା ଓ ବୌଦ୍ଧ ବ୍ଲକ ସହିତ ସମସ୍ତ 69 ପଞ୍ଚାୟତରେ ଜାତୀୟ ପତାକାକୁ ସମ୍ମାନ ଦିଆଯାଇଛି । ବୌଦ୍ଧ ଜିଲ୍ଲା ସଦର ମହକୁମା ପରେଡ଼ ପଡିଆ ଠାରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହିତ ସମ୍ମିଳିତ ପରେଡ଼ ର ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସରରେ ଦେଶର ଐକ୍ୟ ବଦ୍ଧତା ,ଏକତା ଓ ପ୍ରଗତି ଜିଲ୍ଲାପାଳ ବର୍ଣ୍ଣନା କରିବା ସହିତ ସ୍ବାଧୀନତା ସଂଗ୍ରାମୀ ଓ ସମ୍ବିଧାନ ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକର ଙ୍କୁ ସ୍ମରଣ କରିଥିଲେ । ଭାରତର ସମ୍ବିଧାନ ହେଉଛି ବିଶ୍ୱର ସର୍ବବୃହତ ତଥା ପୁରାତନ ଗଣତନ୍ତ୍ରର ସମ୍ବିଧାନ। ଏହାସହ ଜିଲ୍ଲାପାଳ କହିଥିଲେ,‘‘ ଗଣତନ୍ତ୍ର ଦିବସ ହେଉଛି ଏକତାର ଦିବସ, ଦେଶର ପ୍ରତ୍ୟେକ ନାଗରିକ ସେ କୌଣସି ଧର୍ମ, ଜାତି କିମ୍ବା ସମ୍ପ୍ରଦାୟର ହେଉଥାନ୍ତୁ ନା କାହିଁକି ସମସ୍ତେ ଏକାଠି ହୋଇ ଏକ ମନରେ ଏହି ଦିବସକୁ ପାଳନ କରନ୍ତି। ତେବେ ଆସନ୍ତୁ ତ୍ରିରଙ୍ଗା ତଳେ ଆମେ ଏକ୍ ହୋଇ ଏକ ସ୍ଵରରେ ଭାରତ ମା' ର ଜୟଗାନ କରିବା । ଦେଶପାଇଁ ପ୍ରାଣବଳି ଦେଇଥିବା ବୀର ପୁତ୍ରମାନଙ୍କୁ ସ୍ମରଣ କରିବା।’’

ଜିଲ୍ଲାପାଳ ଆହୁରୀ ମଧ୍ୟ କହୁଥିଲେ, ‘‘ସ୍ବଧୀନତା ସଂଗ୍ରାମୀମାନଙ୍କ ନିଷ୍ଠା, ତ୍ୟାଗ ଓ ବଳୀଦାନ ପାଇଁ ଆଜି ଆମେ ସ୍ବାଧିନତାର ସ୍ବାଦ ଚାଖିପାରିଛୁ ।’’୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଆଜିର ଦିନରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା ।ଏହାସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଯାହାକୁ ଭାରତବର୍ଷ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରିଆସୁଛି ।

ଚଳିତ ବର୍ଷ ଏହି ଜାତୀୟ ଉତ୍ସବରେ ଛାତ୍ରଛାତ୍ରୀ ଙ୍କ ବ୍ୟାଣ୍ଡ ବାଦନ ଓ ହକି ପ୍ରଦର୍ଶନୀ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ହୋଇଥିଲା । ସେହିପରି ଗଡଜାତ ଆନ୍ଦୋଳନ ସହ ଜଡ଼ିତ ଶତାୟୁ ସ୍ବାଧୀନତା ସଂଗ୍ରାମୀ ନିଜ ଅତୀତର ସ୍ମୃତି କୁ ବର୍ଣ୍ଣନା କରିଥିଲେ । ଏଥିରେ ପୋଲିସ, ଗୃହରକ୍ଷୀ ବାହିନୀ ସମେତ ସ୍କୁଲ ଓ କଲେଜର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ,ସ୍କାଉଟ ଓ ଗାଇଡ କୁ ମିଶାଯାଇ ବିଭିନ୍ନ ଦଳ ପରେଡ ରେ ଅଂଶ ଗ୍ରହଣ କରିଥିଲେ ।


ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.