୫ ବର୍ଷ ପରେ ଧୋକ୍କା ଦେଇ ଛୁ ପ୍ରେମିକ, ବିଷ ପିଇ ହସ୍ପିଟାଲରେ ପ୍ରେମିକା

author img

By

Published : Sep 24, 2021, 8:40 AM IST

ପ୍ରେମିକ ବିବାହ ନକରିବାରୁ ବିଷ ପିଇ ମହିଳାଙ୍କ ଆତ୍ମହତ୍ଯା ଉଦ୍ୟମ

ସ୍ବାମୀ ଓ ୩ ସନ୍ତାନକୁ ଛାଡି ପ୍ରେମିକ ସହ ପଳାଇ ଆସିଥିଲେ ମହିଳା । ହେଲେ ଯାହା ଭରସାରେ ପରିବାର ଲୋକଙ୍କୁ ଛାଡି ଆସିଲେ ସେ ଦେଲା ଧୋକ୍କା । ପ୍ରେମିକ ବିବାହ କରିବାକୁ ରାଜି ନ ହେବାରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା । ଅଧିକ ପଢନ୍ତୁ....

ଭଦ୍ରକ: ପ୍ରେମ ମାନେନା କିଛି । ପ୍ରେମରେ ପଡି ସ୍ବାମୀ ୩ ସନ୍ତାନକୁ ଛାଡି ଚାଲି ଆସିଥିଲେ ପ୍ରେମିକା । ଇଚ୍ଛା ଥିଲା ପ୍ରେମିକ ପତ୍ନୀର ମାନ୍ୟତା ଦେବ ହସଖୁସିରେ ପୁରି ଉଠିବ ସଂସାର । ହେଲେ ୫ ବର୍ଷ ଏକାଠି ରହିବା ପରେ ପ୍ରେମିକାକୁ ବିବାହ କରିବାକୁ ମନା କରିଦେଲା ପ୍ରେମିକ । ଶେଷରେ ବିଷ ପିଇ ଜୀବନ ହାରିଦେବାକୁ ଉଦ୍ୟମ କଲେ ମହିଳା । ଏଭଳି ଏକ ଘଟଣା ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ।

ପ୍ରେମିକ ବିବାହ ନକରିବାରୁ ବିଷ ପିଇ ମହିଳାଙ୍କ ଆତ୍ମହତ୍ଯା ଉଦ୍ୟମ

ମହିଳା ଜଣକ ଆନନ୍ଦପୁରର ହୋଇଥିବା ବେଳେ ଗତ ୫ବର୍ଷ ପୂର୍ବେ ସ୍ବାମୀ ୩ ସନ୍ତାନଙ୍କୁ ଛାଡି ଭଦ୍ରକ ପୁରୁଣାବଜାର ଅଞ୍ଚଳର ପ୍ରେମିକ ଲେଜୁ ଖାନ ସହ ପଳାଇ ଆସିଥିଲେ । ହେଲେ ୫ବର୍ଷ ପରେ ମଧ୍ୟ ଲେଜୁ ମହିଳାଙ୍କୁ ବିବାହ ପରିବର୍ତ୍ତେ ଛାଡି ଦେଇଥିବା ଜଣାପଡିଛି । ତେବେ ପରେ ଲେଜୁ ଧମକ ଦେବାରୁ ମହିଳା ଜଣକ ଭଦ୍ରକ ଟାଉନ ଥାନା ନିକଟରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏନେଇ ମହିଳାଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.