ETV Bharat / state

ଭଦ୍ରକରେ ଚାଞ୍ଚଲ୍ୟ, ମାଛ ଜାଲରେ ମୃତଦେହ

author img

By

Published : Feb 3, 2020, 10:01 PM IST

dead body
ମୃତଦେହ ଉଦ୍ଧାର

ଭଦ୍ରକ ବିରସ ଠାରେ ପୋଖରୀରୁ ଗଳିତ ମୃତଦେହ ଉଦ୍ଧାର । ମୃତକଙ୍କ ପରିଚୟ ମିଳିନାହିଁ । ଅଧିକ ପଢନ୍ତୁ...

ଭଦ୍ରକ: ଭଦ୍ରକ ଜିଲ୍ଲା ମେରାଇନ ଥାନା ଅନ୍ତର୍ଗତ ବିରସ ଠାରେ ଏକ ପୋଖରୀରୁ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ହେଲେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ମୃତକଙ୍କ ବୟସ ପାଖାପାଖି 60 ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ ,କାହ୍ନୁ ଚରଣଙ୍କ ପରିବାର ଲୋକେ ପୋଖରୀରେ ମାଛ ଧରିବା ପାଇଁ ଜାଲ ପକାଇଥିଲେ ।

ମୃତଦେହ ଉଦ୍ଧାର

ହେଲେ, ଜାଲରେ ମୃତଦେହଟି ଲାଗିଥିବା ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : DEAD BODY FROM POND
FORMAT : AVO
REPORT : DEBASIS MOHAPATRA / BHADRAK
DATE : 03.01.2020

ANCHOR : ଭଦ୍ରକ ଜିଲ୍ଲା କସିଆ ମେରାଇନ ଥାନା ଅନ୍ତର୍ଗତ ବିରସ ଠାରେ ଏକ ପୋଖରୀରୁ ଗୋଟିଏ ଗଳିତ ଶବ ଉଧାର କରାଯାଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ । ମୃତକର ବୟସ ପାଖାପାଖି 60 ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଖବର ଅନୁଯାୟୀ କାହ୍ନୁ ଚରଣ ପାତ୍ରଙ୍କ ପରିବାର ଲୋକେ ପୋଖରୀରେ ମାଛ ଧରିବା ପାଇଁ ଜାଲ ପକାଉଥିବା ସମୟରେ ଶବଟି ଜାଲରେ ଲାଗିଥିଲା । Body:ବଡ଼ ମାଛ ପଡିଥିବା ସନ୍ଦେହରେ ଜାଲକୁ ଟାଣିବା ପରେ ଏକ ଶବ ଜାଲରେ ଲାଗିଥିବା ଦେଖିଥିଲେ । ଏହା ଦେଖି ଭୟରେ ସେମାନେ ଦଉଡି ପଳାଇ ଯାଇ ପରିବାର ଲୋକଙ୍କୁ କହିବା ସହିତ ଗାଁଲୋକଙ୍କୁ କହିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ପୋଖରୀ ନିକଟରେ ଲୋକଙ୍କ ଭିଡ଼ ଲାଗିଥିଲା। ହେଲେ ମୃତକର ପରିଚୟ ମିଳିପାରି ନାହିଁ। ଖବର ପାଇ କସିଆ ମେରାଇନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବଦ କରି ଘଟଣାର ତଦନ୍ତ ଚଳାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.