ETV Bharat / state

ରାସ୍ତା କାମକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ

author img

By

Published : Jan 18, 2023, 1:57 PM IST

ରାସ୍ତା କାମ କୁ ନେଇ ତିମୂଳକାଣ୍ଡt
ରାସ୍ତା କାମ କୁ ନେଇ ତିମୂଳକାଣ୍ଡ

ଗୋଷ୍ଠୀ ସଙ୍ଘର୍ଷରୁ ତିମୂଳକାଣ୍ଡ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ଅନ୍ତର୍ଗତ ବରାହନୂଆପଡ଼ା ଗ୍ରାମରେ ରାସ୍ତା କାମ କୁ ନେଇ ଚାଲିଗଲା ଜଣଙ୍କର ଜୀବନ । ଅଧିକ ପଢ଼ନ୍ତୁ ।

ରାସ୍ତା କାମ କୁ ନେଇ ତିମୂଳକାଣ୍ଡ

ଭଦ୍ରକ: ରାସ୍ତା କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ । ମେଡିକାଲରେ ସଙ୍କଟାପନ୍ନ ଅବସ୍ଥାରେ 4 ଜଣ ଭର୍ତ୍ତି ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ଅନ୍ତର୍ଗତ ବରାହନୂଆପଡ଼ାରେ ଦେଖିବାକୁ ମିଳିିଛି । ଖବର ଅନୁଯାୟୀ ଗ୍ରାମରେ ରାସ୍ତା କାମକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ଧିରେ ଧିରେ ଭୟଙ୍କର ରୂପ ଧାରଣ କରିଥିଲା । ପରେ ଗଣ୍ଡଗୋଳରେ 4 ଜଣ ଗୁରୁତର ଥିବାବେଳେ ଜଣଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ଗ୍ରାମର ବରାହନୂଆପଡ଼ା ଗ୍ରାମରେ ରାସ୍ତା କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ଏହି ସଂଘର୍ଷରେ ଗୋଲକ ଚନ୍ଦ୍ର ମଲ୍ଲିକ, ଶଙ୍କର୍ଷଣ ମଲ୍ଲିକ, ସୁଦର୍ଶନ ପୁହାଣ, ଗୁରୁଚରଣ ସାହୁ ପ୍ରମୁଖଙ୍କୁ ଅପରପକ୍ଷର ପ୍ରାୟ 20 ରୁ 25 ଜଣ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିସହ ଉଭୟ ଗୋଷ୍ଠୀ ମଧ୍ୟରେ ଟେକ ପଥର ମାଡ ମଧ୍ୟ ହୋଇଥିଲା । ଟେକ ପଥର ମାଡରେ ଗାଁର ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏକ ମୋଟର ସାଇକେଲ ଜଳି ପୋଡ଼ି ପାଉଁଶ ହୋଇଥିବା ଦେଖିବାକୁ ମିଳିଛି ।

ଏହି ସଂଘର୍ଷରେ ଆହତ ହୋଇଥିବା ସମସ୍ତଙ୍କୁ ମେଡିକାଲକୁ ନିଆଯାଇଥିବା ବେଳେ ସଙ୍କଟାପନ୍ନ ଥିବା ଗୋଲକ ଓ ଶଙ୍କର୍ଷଣଙ୍କୁ କଟକ ମେଡିକାଲ ପଠାଯାଇଥିଲା । ହେଲେ ବାଟରେ ଗୋଲକଙ୍କ ମୃତ୍ୟୁ ହୋଇଥିବା ବେଳେ ଶଙ୍କର୍ଷଣ କଟକ ମେଡିକାଲରେ ଚିକିତ୍ସାଧିନ ଥିବା ଜଣାପଡ଼ିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ଖବର ପାଇ ଭଣ୍ଡାରୀପୋଖରୀ ଥାନା ଅଧିକାରୀ ସଦଳବଳେ ଗ୍ରାମରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । ଗୋଷ୍ଠୀ ସଂଘର୍ଷକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ । ସୂଚନା ମୁତାବକ ପୂର୍ବରୁ ଷୋଳମପୁର ପଞ୍ଚାୟତର ଏହି ରାସ୍ତାକୁ ଦେଖାଇ ଏକାଧିକ ଥର ବିଲ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ପରେ ବରାହନୁଆପଡା ଗ୍ରାମରେ ମଧ୍ୟ ରାସ୍ତାକୁ ନେଇ ସମାନ ଅଭିଯୋଗ ଆସିଥିଲା । ଯାହାର ଖବର ଇଟିଭି ଭାରତରେ ପ୍ରସାରିତ ହୋଇଥିଲା ।

ଇଟିଭି ଭାରତ ,ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.