ETV Bharat / state

ମଙ୍ଗୁଳିଆ ସାହିରେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, ଗୁଣିଗାରେଡି ସନ୍ଦେହ

author img

By

Published : Jun 20, 2023, 4:11 PM IST

suspicious death case
suspicious death case

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ମଙ୍ଗୁଳିଆ ସାହି ଗ୍ରାମରେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ । ପରକୀୟାପ୍ରୀତି ଯୋଗୁଁ ଗୁଣିଗାରେଡି ଅଭିଯୋଗ କଲେ ପରିବାର ଲୋକ । ଅଧିକ ପଢନ୍ତୁ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ମଙ୍ଗୁଳିଆ ସାହି ଗ୍ରାମରେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ । ଗୋଟିଏ ପଟେ ପରକୀୟାପ୍ରୀତିର ଅଭିଯୋଗ ହୋଇଥିବା ବେଳେ ଅନ୍ୟପଟେ ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ମୃତବ୍ୟକ୍ତି ଜଣଙ୍କ ହେଉଛନ୍ତି ମଙ୍ଗୁଳିଆ ସାହିର ଶମ୍ଭୁନାଥ ପେଡ଼ା ।

ସୂଚନା ଅନୁଯାୟୀ, ସପରିବାର ସହ ବସବାସ କରୁଥିଲେ ଶମ୍ଭୁନାଥ ପେଡା । ହେଲେ କୌଣସି କାରଣରୁ ଶମ୍ଭୁନାଥ ଏବଂ ତାଙ୍କ ସ୍ତ୍ରୀଙ୍କ ସମେତ ପରିବାର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ଶମ୍ଭୁନାଥ ତାଙ୍କ ଘର ଛାଡି ପ୍ରାୟ ତିନି ବର୍ଷ ହେବ ସେହି ଗ୍ରାମର କେଶବ ଚନ୍ଦ୍ର ସାହୁଙ୍କ ଘରେ ରହୁଥିଲେ । ତେବେ କେଶବ ଏବଂ ତାଙ୍କ ସ୍ତ୍ରୀ ପିଙ୍କି ସାହୁ ଗୁଣି କରି ଧରମ ଭାଇ କରି ରଖିଥିଲେ ବୋଲି ଶମ୍ଭୁନାଥଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏନେଇ ମୃତକଙ୍କ ପୁଅ କହିଛନ୍ତି ଯେ, ତିନି ବର୍ଷ ପୂର୍ବରୁ କେଶବ ଏବଂ ତାଙ୍କ ସ୍ତ୍ରୀ ପିଙ୍କି ବାପାଙ୍କୁ ଧରମ ଭାଇ କରି ଗୁଣି କରି ରଖିଥିଲେ । ତାଙ୍କର ଥିବା ଜମି ବିକ୍ରି କରି ଟଙ୍କା ମଧ୍ୟ ସେମାନଙ୍କୁ ଦେଇଛନ୍ତି । ସେମାନେ ମୋ ବାପାଙ୍କୁ ଆମ ସାଙ୍ଗରେ କଥା ହେବାକୁ ମଧ୍ୟ ଦେଉ ନ ଥିବା ବେଳେ ସେମାନେ ବାପାଙ୍କୁ ଗୁଣି କରି ମାରି ଦେଇଛନ୍ତି । ଅନ୍ୟ ପକ୍ଷରେ ମୃତ ଶମ୍ଭୁନାଥ ପେଡାଙ୍କ ପତ୍ନୀ ପରକୀୟାପ୍ରୀତି ଅଭିଯୋଗ ଆଣିଛନ୍ତି। ସ୍ବାମୀ ଆତ୍ମହତ୍ୟା କରି ନାହାନ୍ତି ବରଂ କୌଣସି କଥାକୁ କେନ୍ଦ୍ର କରି କେଶବ ସାହୁଙ୍କ ପତ୍ନୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପତ୍ନୀ ।

ଅନ୍ୟପଟେ କେଶବ ସାହୁଙ୍କ ପତ୍ନୀ ପିଙ୍କି ସାହୁ କହିଛନ୍ତି ଯେ, ସେ ମୃତକଙ୍କୁ ଲକ୍ଷାଧିକ ଟଙ୍କା ଧାର ଦେଇଥିଲେ । ଯାହାକୁ ସେ ଅଦ୍ୟାବଧି ପରିଶୋଧ କରି ନାହାଁନ୍ତି ଏବଂ ମୃତ ଶମ୍ଭୁନାଥଙ୍କ ସହ ତାଙ୍କର କୌଣସି ଅନୈତିକ ସମ୍ପର୍କ ନାହିଁ । ତେବେ ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.