ETV Bharat / state

ପୂରାତନ ଶକ୍ତି ପୀଠ ମା' ବଙ୍କବାସୁଳୀ, ମୃଣ୍ମୟୀ ମୂର୍ତ୍ତି ପୂଜାର ରହିଛି ସ୍ବତନ୍ତ୍ରତା

author img

By

Published : Oct 4, 2022, 9:47 AM IST

Updated : Oct 4, 2022, 10:20 AM IST

ପୂରାତନ ଶକ୍ତି ପୀଠ ମା' ବଙ୍କବାସୁଳୀ, ମୃଣ୍ମୟୀ ମୂର୍ତ୍ତି ପୂଜାର ରହିଛି ସ୍ବତନ୍ତ୍ରତା
ପୂରାତନ ଶକ୍ତି ପୀଠ ମା' ବଙ୍କବାସୁଳୀ, ମୃଣ୍ମୟୀ ମୂର୍ତ୍ତି ପୂଜାର ରହିଛି ସ୍ବତନ୍ତ୍ରତା

ଭଦ୍ରକର 3ଶହ ବର୍ଷର ପୂରାତନ ଶକ୍ତି ପୀଠ ମା' ବଙ୍କବାସୁଳୀ । ଏହି ଶକ୍ତିପୀଠ ମା' ବଙ୍କବାସୁଳୀରେ ଦେବୀଙ୍କର ପୂଜା ସହ ମା' ଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜାର ରହିଛି ନିଆରା ପରମ୍ପରା । ଅଧିକ ପଢନ୍ତୁ

ଭଦ୍ରକ: ଶାରଦୀୟ ଦୁର୍ଗା ପୂଜା ଆସିଲେ ଚଳଚଞ୍ଚଳ ହୋଇଉଠେ ଧରାପୃଷ୍ଠ । ମା'ଙ୍କ ଆଗମନରେ ଉତ୍ସବ ମୁଖର ପୁରପଲ୍ଲୀ । ପାର୍ବଣରେ ଶକ୍ତିପୀଠରେ ନବରାତ୍ରୀ ପୂଜା ହେଉଥିବାବେଳେ, ଏନେଇ ପୀଠରେ ଭକ୍ତମାନଙ୍କ ଗହଳି ଦେଖାଯାଇଥାଏ । ଏନେଇ ଚଳଚଞ୍ଚଳ ଭଦ୍ରକର ପୁରାତନ ଶକ୍ତି ପୀଠ ମା' ବଙ୍କବାସୁଳୀ । ନବରାତ୍ରୀରେ ମା'ଙ୍କ ଦର୍ଶନ ପାଇଁ ଚଳଚଞ୍ଚଳ ବଙ୍କବାସୁଳୀ ପୀଠ ।

ପୂରାତନ ଶକ୍ତି ପୀଠ ମା' ବଙ୍କବାସୁଳୀ, ମୃଣ୍ମୟୀ ମୂର୍ତ୍ତି ପୂଜାର ରହିଛି ସ୍ବତନ୍ତ୍ରତା

ଭଦ୍ରକର ୩ଶହ ବର୍ଷର ପୁରୁଣା ଶକ୍ତି ପୀଠ ହେଉଛି ମା' ବଙ୍କବାସୁଳୀ । ଏହି ପୀଠରେ ମୃଣ୍ମୟୀ ମବର୍ତ୍ତି ପୂଜାର ରହିଛି ନିଆରା ପରମ୍ପରା । ଯାହାକି ଯାହାକି ଆଜିକୁ 65 ବର୍ଷ ଧରି ଏହି ବଙ୍କବାସୁଳୀ ପୀଠରେ ପୂଜା ପାଇ ଆସୁଛନ୍ତି ମା'ଙ୍କ ମୃଣ୍ମୟୀ ମୂର୍ତ୍ତି । ଏହି ଦେବୀ ପୀଠରେ ବର୍ଷ ତମାମ ମା' ଙ୍କୁ ବଗଳାମୁଖୀ ବେଶରେ ପୂଜା କରାଯାଇଥାଏ । ହେଲେ ଶାରଦୀୟ ଦୁର୍ଗା ପୂଜାରେ ମା' ଙ୍କର ମୃଣ୍ମୟୀ ମୂର୍ତ୍ତି ଏଠାରେ ପୂଜା କରାଯାଏ । ତେବେ ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଏଠାରେ ଏହି ପରମ୍ପରାରେ ପୂଜାର୍ଚ୍ଚନା କରାଯାଏ । ଏଠାରେ ଘଟ ସ୍ଥାପନ କରିବା ସହ ମୃଣ୍ମୟୀ ମୂର୍ତ୍ତି ପୂଜା ପରମ୍ପରା ଆରମ୍ଭ କରିଥିଲେ ସ୍ଵର୍ଗତ ନନ୍ଦ କିଶୋର ମହାନ୍ତି । ଏନେଇ ଆଜି ଏହା ୬୫ବର୍ଷରେ ପହଞ୍ଚିଛି ।

3ଶହ ବର୍ଷର ଏହି ପୁରାତନ ପୀଠରେ ମା' ବଙ୍କବାସୁଳୀ ପ୍ରଥମେ ଏକ ଅଶ୍ବସ୍ତ ଗଛ ମୂଳରେ ଆବିର୍ଭାବ ହୋଇଥିଲେ । କାଳକ୍ରମେ ମା' ଙ୍କର ଏକ ସ୍ଥାୟୀ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଏହି ଦେବୀ ପୀଠରେ ବର୍ଷ ତମାମ ମା'ଙ୍କୁ ବଗଳାମୁଖୀ ବେଶରେ ପୂଜା କରାଯାଇଥାଏ । ହେଲେ ଶାରଦୀୟ ଦୁର୍ଗା ପୂଜାରେ ମା' ଙ୍କର ମୃଣ୍ମୟୀ ମୂର୍ତ୍ତି ଏଠାରେ ପୂଜା କରାଯାଏ । ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଏଠାରେ ଏହି ପରମ୍ପରାରେ ପୂଜାର୍ଚ୍ଚନା କରାଯାଏ ।

1958 ମସିହାରୁ ଏଠାରେ ଆରମ୍ଭ ହୋଇଥିଲା ମୃଣ୍ମୟୀ ମୂର୍ତ୍ତି ପୂଜା ପରମ୍ପରା । ଏହି ପୂଜା ଯାହାକି ଅନ୍ୟ ଦେବୀପୀଠ ଠାରୁ ଭିନ୍ନ ଅଟେ । ତେବେ ମା' ବଙ୍କବାସୁଳୀଙ୍କର ଆପର କରୁଣାରୁ କରୋନାରୁ ଅନେକ ଜୀବନ ରକ୍ଷା ହୋଇଥିବା କହିଛନ୍ତି ମାନସିକ ଧାରୀ ଶ୍ରଦ୍ଧାଳୁ । ଚଳିତ ବର୍ଷ ପୂଜାରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପୂଜା ବିଧି ଓ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏନେଇ ପ୍ରଶାସନିକ ସହଯୋଗ ସହ କମିଟି ପକ୍ଷରୁ ଏଠାରେ ସ୍ବେଚ୍ଛାସେବୀ ଏବଂ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଏଥିସହ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

ତେବେ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ବଙ୍କବାସୁଳୀ ପୀଠରେ ଶାରଦୀୟ ଦୁର୍ଗାପୂଜା ଫିକା ପଡିଥିଲା । କିନ୍ତୁ ଚଳିତ ବର୍ଷ କରୋନା କଟକଣା ନଥିବା ଯୋଗୁଁ ବେଶ ଧୁମଧାମରେ ପାଳନ କରାଯାଉଛି ପୀଠରେ ଶାରଦୀୟ ଦୁର୍ଗାପୂଜା । ଏନେଇ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି ପୀଠରେ। ଏଠାରେ ମା' ଙ୍କର ସାନିଧ୍ୟ ଲାଭ କରିବା ପାଇଁ ବହୁ ଶ୍ରଦ୍ଧାଳୁ ବର୍ଷ ବ୍ୟାପି ପ୍ରତିକ୍ଷା କରି ଥାଆନ୍ତି ।

ଅନ୍ୟ ପୀଠମାନଙ୍କ ପରି ଏଠାରେ ମଧ୍ୟ ରହିଛି ବଳି ପରମ୍ପରା କିନ୍ତୁ ଟିକେ ନିଆରା । ଏଠାରେ ପଶୁପକ୍ଷୀଙ୍କୁ ନୁହେଁ ବରଂ ଦିଆଯାଏ କଖାରୁ ବଳି । ଏନେଇ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଶ୍ରଦ୍ଧାଳୁ ମାନସିକ ନେଇ ଏଠାରେ କଖାରୁ ବଳି ଦେଇଥାନ୍ତି । ତେବେ ସମସ୍ତ ବିଧି ମଧ୍ୟରେ ଏଠାରେ ମା'ଙ୍କ ଯଥାରୀତି ପୂଜା ଆରମ୍ଭ ହୋଇଥିବା କହିଛନ୍ତି ପୂଜକ ।

ଇଟିଭି ଭାରତ, ଭଦ୍ରକ

Last Updated :Oct 4, 2022, 10:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.