ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଭିଣୋଇ, ୫ଟି ସ୍ଥାନରେ ଚଢାଉ ଜାରି

author img

By

Published : Sep 29, 2022, 9:19 PM IST

ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଭିଣୋଇ

ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ । ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ(Salandi Canal Division Superintendent engineer) ସେଠୀଙ୍କ ସହ ତାଙ୍କ ଭିଣୋଇ କରୁଣାକର ସେଠୀଙ୍କୁ ଅଟକ ରଖିଛି ଭିଜିଲାନ୍ସ ଟିମ । ପ୍ରତି ସପ୍ତାହରେ ଥରେ ଠିକା ସଂସ୍ଥା ଠାରୁ ବେଆଇନ ଭାବେ ଟଙ୍କା ନେଇ ଭିଣୋଇଙ୍କ ଦ୍ବାରା ଘରକୁ ପଠାଉଥିବା ନେଇ ସୂଚନା । ଅଧିକ ପଢନ୍ତୁ

ଭଦ୍ରକ: ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ । ନିଜ ଭିଣୋଇକୁ ଟଙ୍କା ଦେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ । ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ(Salandi Canal Division Superintendent engineer) ଶ୍ରୀମନ୍ତ କୁମାର ସେଠୀଙ୍କ ସହ ତାଙ୍କ ଭିଣୋଇ କରୁଣାକର ସେଠୀଙ୍କୁ ଅଟକ ରଖିଛି ଭିଜିଲାନ୍ସ ଟିମ । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ଵର ଭିଜିଲାନ୍ସ ବିଭାଗ ଅଧୀକ୍ଷକ ନରହରି ନାୟକ । ପ୍ରତି ସପ୍ତାହରେ ଥରେ ଠିକାଦାରଙ୍କ ଠାରୁ ବେଆଇନ ଭାବେ ଟଙ୍କା ନେଇ ଭିଣୋଇଙ୍କ ଦ୍ବାରା ଘରକୁ ପଠାଉଥିବା ନେଇ ସୂଚନା ରହିଛି ।

ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଭିଣୋଇ

ଏହା ମଧ୍ୟ ପଢନ୍ତୁ: Jayanti Patnaik Demise: ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ

ଖବର ଅନୁସାରେ, କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୁରୁବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ କୁମାର ସେଠିଙ୍କ ଭଦ୍ରକ ସ୍ଥିତ ସରକାରୀ ବାସଭବନରେ ଚଢାଉ କରାଯାଇଥିଲା । ଏହି ସମୟରେ ସେଠାରୁ ପାଞ୍ଚ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ତେବେ ଏହି ଅର୍ଥ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଅଧିକ୍ଷଣ ଯନ୍ତ୍ରୀ । ଏହାପରେ ଶ୍ରୀମନ୍ତଙ୍କ ଭିଣୋଇ କରୁଣାକର ସେଠୀଙ୍କ ଉପରେ ବଢିଥିଲା ସନ୍ଦେହ । ତେବେ ଟଙ୍କା ଜବତ କରିବା ସହ ଶ୍ରୀମନ୍ତଙ୍କ ସହ ଭିଣୋଇ କରୁଣାକର ସେଠୀଙ୍କୁ ମଧ୍ୟ ଅଟକ ରଖିଛି ଭିଜିଲାନ୍ସ ବିଭାଗ ।

  • In one more Operation today, Sri Srimanta Ku Sethy,SE, Salandi Canal Div,Bhadrak & his brother in law Sri Karunakar Sethy(shopkeeper) nabbed by Odisha Vigilance & suspected ill-gotten cash to the tune of Rs 5 lakh recovered,which Sri Sethy,SE could not account for satisfactorily.

    — Odisha Vigilance (@OdishaVigilance) September 29, 2022 " class="align-text-top noRightClick twitterSection" data=" ">

ଭିଜିଲାନ୍ସ ଟିମ ଶ୍ରୀମନ୍ତଙ୍କ ଆୟ ବହିର୍ଭୂତ ସ୍ଥାବର ଅସ୍ଥାବର ସମ୍ପତିର ଖୋଳତାଡ଼ କରୁଛି । ଭିଜିଲାନ୍ସ ଟିମ ଏକକାଳୀନ ପାଞ୍ଚୋଟି ସ୍ଥାନରେ ଚଢାଉ କରି ତଦନ୍ତ ଜାରି ରଖିଛି । ଏଥି ମଧ୍ୟରେ ରହିଛି ଶ୍ରୀମନ୍ତଙ୍କ ଖଇରାରେ ଥିବା ପୈତୃକ ଗ୍ରାମ ଘର, ବାଲେଶ୍ଵରରେ ଥିବା ତାଙ୍କ ଶ୍ୱଶୁର ଘର, ସାଳନ୍ଦୀ କେନାଲ ଡିଭିଜନର ଅଫିସ, ଭଦ୍ରକ ସ୍ଥିତ ସରକାରୀ ବାସଭବନ ।

ଏହା ମଧ୍ୟ ପଢନ୍ତୁ:ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, 5 ଲକ୍ଷ ଜବତ

ଏନେଇ ବାଲେଶ୍ବର ଭିଜିଲାନ୍ସ ଅଧୀକ୍ଷକ ନରହରି ନାୟକ କହିଛନ୍ତି, "ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ କୁମାର ସେଠୀ ବିଭିନ୍ନ ଠିକାଦାରଙ୍କ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରି ନିଜ ଭିଣୋଇ ହାତରେ ଘରକୁ ପଠାଉଥିଲେ । ଆମକୁ ଖବର ମିଳିଥିଲା ୫ ଲକ୍ଷ ଟଙ୍କା କଲେକସନ କରି ନିଜ ଭିଣୋଇ ହାତରେ ଘରକୁ ପଠାଇବା ବ୍ୟବସ୍ଥା କରୁଛନ୍ତି । ଭିଜିଲାନ୍ସ ଟିମ ଚଢାଉ କରି ଟଙ୍କା ଜବତ କରିବା ସହ ଉଭୟଙ୍କୁ ଅଟକ ରଖିଛୁ । ଏହା ସହ ପାଞ୍ଚୋଟି ଜାଗାରେ ଚଢାଉ ଜାରି ରହିଛି । ଆଗରୁ ଏମାନଙ୍କ ନାମରେ ବହୁତ ଅଭିଯୋଗ ରହିଥିଲା । ବର୍ତ୍ତାମାନ ସୁଦ୍ଧା ୫ ଲକ୍ଷ ଟଙ୍କା ଜବତ କରାଯାଇଛି । ଚଢାଉ ଶେଷ ହେବା ପରେ ପ୍ରକୃତ ସମ୍ପତ୍ତି ସ୍ପଷ୍ଟ ହୋଇପାରିବ ।"

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.