Jayanti Patnaik Demise: ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ

author img

By

Published : Sep 29, 2022, 4:07 PM IST

Jayanti Patnaik Demise: ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ

ପୁରୀ ସ୍ବର୍ଗଦ୍ବାରରେ ଶେଷ ହେଲା ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ଶେଷକୃତ୍ୟ । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ଅଧିକ ପଢନ୍ତୁ

ପୁରୀ: ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକ (Jayanti Patnaik)ଙ୍କ ଶେଷକୃତ୍ୟ (Last rites of Senior Congress Leader Jayanti Patnaik) ପୁରୀ ସ୍ବର୍ଗଦ୍ବାର (Puri Swarga Dwara)ରେ ସମ୍ପନ୍ନ ହୋଇଛି । ଜୟନ୍ତୀଙ୍କ ପୁଅ ପୃଥିବୀ ବଲ୍ଲଭ ପଟ୍ଟନାୟକ ମୁଖାଗ୍ନି ଦେଇଥିବା ବେଳେ ତାଙ୍କ ଶେଷ ଦର୍ଶନ ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ

ବହୁ ବିଶିଷ୍ଟ ବ୍ୟକ୍ତି ଭୁବନେଶ୍ବରସ୍ଥିତ ବାସଭବନରେ ଜୟନ୍ତୀଙ୍କ ଶେଷ ଦର୍ଶନ କରିବା ପରେ ତାଙ୍କ ପାର୍ଥିବ ଶରୀର କଂଗ୍ରେସ ଭବନକୁ ନିଆଯାଇଥିଲା । ଏହାପରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମଧ୍ୟ ଜୟନ୍ତୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଜୟନ୍ତୀ ଦେବୀ ଏକ ସ୍ବାଧୀନତା ପରିବାରରୁ ଆସିଥିଲେ । ସେ ଯେବେଠୁ ରାଜନୀତିରେ ପାଦ ଦେଇଥିଲେ, ସେହି ଦିନଠୁ ନିଷ୍ଠାର ସହିତ ଲୋକଙ୍କ ପାଇଁ କାମ କରିଆସୁଥିଲେ । ମହିଳା ସଶକ୍ତିକରଣ ପାଇଁ ତାଙ୍କ ଉଦ୍ୟମ ଉଲ୍ଲେଖନୀୟ ।"

ଏହା ବି ପଢନ୍ତୁ- ସ୍ବର୍ଗଦ୍ବାରରେ ହେବ ଜୟନ୍ତୀ ପଟ୍ଟନାୟକଙ୍କ ଶେଷକୃତ୍ୟ, ନେତା ମନ୍ତ୍ରୀ କଲେ ଶେଷ ଦର୍ଶନ

ଏନେଇ କଂଗ୍ରେସ ନେତା ବିଶ୍ବକେଶନ ହରିଚନ୍ଦନ ମହାପାତ୍ର କହିଛନ୍ତି, "କଂଗ୍ରେସ ପରିବାରର ଜଣେ ବରିଷ୍ଠ ସଦସ୍ୟା ଥିଲେ ସ୍ବର୍ଗତ ଜୟନ୍ତୀ ପଟ୍ଟନାୟକ । ଓଡି଼ଶା କଂଗ୍ରେସ ଗଠନରେ ତାଙ୍କର ବଳିଷ୍ଠ ଭୂମିକା ରହିଛି । କଂଗ୍ରେସ ଅସୁବିଧାରେ ପଡ଼ିଥିଲେ ସେ ସାହାଯ୍ୟ କରିବା ପାଇଁ ସର୍ବଦା ଆଗ ଧାଡ଼ିରେ ରହୁଥିଲେ । ସବୁଠୁ ବଡ଼ କଥା ହେଉଛି ପ୍ରଥମ ମହିଳା ଭାବେ ସେ ମହିଳା ସଂଗଠନକୁ ତିଆରି କରିଥିଲେ ।"

ଏହା ବି ପଢନ୍ତୁ- ଚିକିତ୍ସାଧିନ ଅବସ୍ଥାରେ ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଶେଷ ଦର୍ଶନ କରିଛନ୍ତି । ସ୍ବର୍ଗତ ଜୟନ୍ତୀ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଥିଲେ । ସେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷ ରହିଥିଲେ। ଅଖିଳ ଭାରତ ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ଭାବେ ଦାୟିତ୍ବ ମଧ୍ୟ ତୁଲାଇଥିଲେ। କଟକ ଲୋକସଭା ମଣ୍ଡଳୀରୁ ୨ଥର ଏବଂ ବ୍ରହ୍ମପୁର ଲୋକସଭା ମଣ୍ଡଳୀରୁ ଥରେ ସାଂସଦ ହୋଇ ଅନେକ ଜନହିତକର କାର୍ଯ୍ୟ କରିଛନ୍ତି ।

ସେହିଭଳି ରାଜ୍ୟସଭା ସାଂସଦ କାଯ୍ୟକାରୀ ବହୁ ସୁନାମ ଅର୍ଜନ କରିଛନ୍ତି । କଟକ ଶୈଳବାଳା ମହିଳା କଲେଜରୁ ଦର୍ଶନ ଓ ସଂସ୍କୃତିରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ବମ୍ବେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ୍ ସାଇନ୍ସର ସମାଜ ବିଜ୍ଞାନରେ ଏମଏ ପାସ୍ କରିଥିଲେ ଜୟନ୍ତୀ ପଟ୍ଟନାୟକ। ୧୯୫୩ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ବିବାହ କରିଥିଲେ । ତାଙ୍କ ବିୟୋଗ ରାଜନୀତି କ୍ଷେତ୍ରରେ ବିଶେଷ କରି ମହିଳା ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.