ETV Bharat / state

ଆଜି ଭଦ୍ରକର 11 ବୁଥ୍‌ରେ ସାନି ମତଦାନ

author img

By

Published : Feb 25, 2022, 7:47 AM IST

ଆସନ୍ତାକାଲି 11ଟି ବୁଥ୍‌ରେ ସାନି ମତଦାନ କରିବେ ମତଦାତା
ଆସନ୍ତାକାଲି 11ଟି ବୁଥ୍‌ରେ ସାନି ମତଦାନ କରିବେ ମତଦାତା

ଆଜି ଭଦ୍ରକ ଜିଲ୍ଲାର 11ଟି ବୁଥ୍‌ରେ ହେବ ସାନି ନିର୍ବାଚନ । ହିଡି ବ୍ଲକର କୋହ୍ଲ, ଫତେପୁର ଓ ତଳଗୋପବିନ୍ଧା ପଞ୍ଚାୟତର ମୋଟ ୧୧ଟି ବୁଥ୍‌ରେ ପୁନଃ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ । ଅଧିକ ପଢନ୍ତୁ

ଭଦ୍ରକ: ପାଞ୍ଚଟି ପର୍ଯ୍ୟାୟରେ ସରିଛି ପଞ୍ଚାୟତ ନିର୍ବାଚନ । ମତଦାନ ସମୟରେ ଅନେକ ସ୍ଥାନରେ ଉତ୍ତେଜନା ଏବଂ ହିଂସାକାଣ୍ଡ ଘଟିଥିବାର ଦେଖାଯାଇଛି । ଯେଉଁ କାରଣରୁ ମତଦାନ ବାଧାପ୍ରାପ୍ତ ହୋଇଛି । ଏହି ପରିପ୍ରେକ୍ଷୀରେ ଅନେକ ସ୍ଥାନରେ ସାନି ନିର୍ବାଚନ ହେବାକୁ ରାଜ୍ୟ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିବାବେଳେ ଭଦ୍ରକ ଜିଲ୍ଲାର ୧୧ଟି ବୁଥର ମଧ୍ୟ ପୁନଃ ନିର୍ବାଚନ ହେବ ।

ଆଜି ଭଦ୍ରକର 11ଟି ବୁଥ୍‌ରେ ସାନି ମତଦାନ

ଗତ 20 ତାରିଖ ପଞ୍ଚାୟତ ନିର୍ବାଚନ ବେଳେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ୧୧ଟି ବୁଥ୍‌ରେ ନିର୍ବାଚନ ଆଇନ୍ ଉଲଙ୍ଘନ ହେବା ସହିତ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ତିହିଡି ବ୍ଲକର କୋହ୍ଲ, ଫତେପୁର ଓ ତଳଗୋପବିନ୍ଧା ପଞ୍ଚାୟତର ମୋଟ ୧୧ଟି ବୁଥ୍‌ରେ ଆଜି ସାନି ମତଦାନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଲୋକଙ୍କ ଭିତରେ ଭୋଟ ବିଭ୍ରାଟ ସମ୍ପର୍କିତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।

ଏଠାରେ ସୂଚନା ଯୋଗ୍ୟ ଯେ, କୋହ୍ଲ ପଞ୍ଚାୟତର 4 ଓ 5 ନମ୍ବର ବୁଥ୍ ବାଲାଟ ପେପର ଫୋଲ୍ଡିଂରେ ବିବାଦ ଓ ପ୍ରିଜାଡିଂ ଅଫିସରଙ୍କ ସମେତ ପୁଲିଂ ପାର୍ଟିକୁ ମାଡ ମାରି ଭୋଟ ବାକ୍ସ ଛଡାଇ ପୋଖରୀରେ ପିଙ୍ଗିବା ଭଳି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା । ସେହିପରି ଫତେପୁର ପଞ୍ଚାୟତର ବଡଗାଲୋ ଗାଁର ୪ ନମ୍ବର ବୁଥ୍‌ରେ ଜନୈକା ମହିଳା ଏକାଧିକ ଭୋଟ ଦେଉଥିବାର ଖବର ପ୍ରଚାରିତ ହୋଇଥିଲା ।

ସେହି ପଞ୍ଚାୟତ ଅଧିନ ବାରିକବିନ୍ଧାର ୭ ଓ ୧୧ ନମ୍ବର ବୁଥ୍‌ରେ ବାଲାଟ ପେପର ଫୋଲ୍ଡିଂରେ ବିବାଦ ଓ ରିଗିଂ ହୋଇଥିଲା । ଏଣୁ ତଳଗୋପବିନ୍ଧା ପଞ୍ଚାୟତର ୧, ୨, ୩, ୫, ୧୦ ଓ ୧୩ ନମ୍ବର ବୁଥ ସମେତ ମୋଟ ୧୧ଟି ବୁଥ୍‌ରେ ସାନି ମତଦାନ ହେବ ବୋଲି ଜଣାଯାଇଛି । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା ପ୍ରଶାସନ ଏହିସବୁ ସ୍ଥାନରେ ଆସନ୍ତାକାଲି କଡା ସୁରକ୍ଷା ମଧ୍ୟରେ ସାନି ମତଦାନ କରାଇବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି ।

ନିର୍ବାଚନୀ ହିଂସାକୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ବୁଥ୍‌ର ଦୁର୍ବୃତ୍ତଙ୍କ ବିରୋଧରେ ୩ଟି ମାମଲା ରୁଜୁ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରାଇବା ଅପରିହାର୍ଯ୍ଯ । ଜନମତ ସାବ୍ୟସ୍ଥରେ ବିଶୃଙ୍ଖଳା ଓ ନିର୍ବାଚନ ପ୍ରକ୍ରିୟା ବ୍ୟତିକ୍ରମ ହେଲେ ଶାସକ ତଥା ପ୍ରଶାସନ ସ୍ଵଚ୍ଛତା ଓ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ତେଣୁ ନିର୍ବାଚନ ବେଳେ ଶୃଙ୍ଖଳା ରକ୍ଷା ଦିଗରେ ପ୍ରଶାସନ ସମ୍ପୂର୍ଣ୍ଣ ଅସମର୍ଥ ହୋଇଥିବା ଯୋଗୁଁ ପୁନର୍ବାର ତିହିଡି ବ୍ଲକର ୧୧ଟି ବୁଥ୍‌ରେ ସାନି ମତଦାନ ହେବ ବୋଲି କହିଲେ ବୋଧହୁଏ ଭୁଲ ହେବ ନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.