ETV Bharat / state

ତଦନ୍ତ କରିବାକୁ ଯାଇଥିବା ପୋଲିସକୁ ଅତର୍କିତ ଆକ୍ରମଣ, 3 ଆହତ

author img

By

Published : Aug 7, 2021, 1:37 PM IST

Updated : Aug 7, 2021, 1:57 PM IST

ଭଦ୍ରକ ଜିଲ୍ଲା ତୋରଣ ପଦା ଗ୍ରାମରେ ପୋଲିସ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ତଦନ୍ତ କରି ଯାଇଥିବା ସମୟରେ ପୋଲିସ ଉପରେ ଆକ୍ରମଣ , ୩ ଆହତ
ତଦନ୍ତ କରି ଯାଇଥିବା ସମୟରେ ପୋଲିସ ଉପରେ ଆକ୍ରମଣ , ୩ ଆହତ

ଭଦ୍ରକ: ରାଜ୍ୟରେ ବିଗିଡିବାରେ ଲାଗିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା । ଫଳରେ ଆଇନକୁ ହାତକୁ ନେବାକୁ ପଛାଉ ନାହାନ୍ତି ସାଧାରଣ ଲୋକେ । ଗତକାଲି ରାଜଧାନୀରେ ପୋଲିସ ଉପରେ ଆକ୍ରମଣ ହୋଇଥିବା ବେଳେ ଆଜି ଭଦ୍ରକ ଜିଲ୍ଲା ତୋରଣ ପଦା ଗ୍ରାମରେ ପୋଲିସ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ତଦନ୍ତ କରିବାକୁ ଯାଇଥିବା ପୋଲିସକୁ ଅତର୍କିତ ଆକ୍ରମଣ, 3 ଆହତ

ଖବର ଅନୁଯାୟୀ ଏକ ଗୋଷ୍ଠୀ ସଂଘର୍ଷର ତଦନ୍ତ ପାଇଁ ସାବରଙ୍ଗ ଥାନା ପୋଲିସ ଯାଇଥିବା ଘଟଣାସ୍ଥଳକୁ ଯାଇଥିବା ବେଳେ ହଠାତ ସେଠାରେ ପୋଲିସଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି । ଏହି ଆକ୍ରମଣରେ 3 ଜଣ କନେଷ୍ଟବଳ ଆହତ ହୋଇଥିବା ସୂଚନା ମିଳିଛି । 3 ଜଣଙ୍କ ମଧ୍ୟରୁ ଜଣେ ମହିଳା କନେଷ୍ଟବଳ ଥିବା ବେଳେ 2ଜଣ ପୁରୁଷ କନେଷ୍ଟବଳ ଆହତ ହୋଇଛନ୍ତି । ସମସ୍ତ ଆହତ ମାନଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ କାହିଁକି ପୋଲିସ ଉପରକୁ ସାଧାରଣ ଲୋକେ ଆକ୍ରମଣ କଲେ ସେନେଇ ସୂଚନା ମିଳିପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Aug 7, 2021, 1:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.