ETV Bharat / state

Panchayat Poll: ଭଦ୍ରକ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ

author img

By

Published : Feb 21, 2022, 10:57 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା । ଏଣୁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭଦ୍ରକ ଜିଲ୍ଲା ପୁଲିସ ପ୍ରଶାସନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ଅଧିକ ପଢନ୍ତୁ

Panchayat Poll: ଭଦ୍ରକ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ
Panchayat Poll: ଭଦ୍ରକ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ

ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା । ଏଣୁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭଦ୍ରକ ଜିଲ୍ଲା ପୁଲିସ ପ୍ରଶାସନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ଆସନ୍ତା କାଲି ହେବାକୁ ଥିବା ବାସୁଦେବପୁର ବ୍ଲକରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ପୂର୍ବରୁ ଆଜି ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଜିଲ୍ଲା ପୋଲିସ ଅଧିକ୍ଷକ ଚରଣ ସିଂ ମୀନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୋଲିସ ଫ୍ଳାଗ୍ ମାର୍ଚ୍ଚ କରିଛି ।

Panchayat Poll: ଭଦ୍ରକ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ

ତେବେ ବାସୁଦେବପୁର ବ୍ଲକର 80ଟି ବୁଥ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ସବୁ ସମ୍ବେଦନଶୀଳ ବୁଥରେ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.