ETV Bharat / state

ରାମନବମୀ ପୂର୍ବରୁ ପୋଲିସର ଫ୍ଳାଗ୍ ମାର୍ଚ୍ଚ

author img

By

Published : Apr 9, 2022, 10:33 PM IST

ରବିବାର ପବିତ୍ର ଶ୍ରୀରାମ ନବମୀ । ପବିତ୍ର ରାମ ନବମୀକୁ ଶାନ୍ତିଶୃଙ୍ଖଳାର ସହିତ ସମାପିତ କରିବା ପାଇଁ ଭଦ୍ରକ ସହରରେ ବ୍ୟାପକ ପୋଲିସ ମୂତୟନ କରାଯାଇଛି । ଅଧିକ ପଢନ୍ତୁ

ରାମନବମୀ ପୂର୍ବରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସର ଫ୍ଳାଗ୍ ମାର୍ଚ୍ଚ
ରାମନବମୀ ପୂର୍ବରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସର ଫ୍ଳାଗ୍ ମାର୍ଚ୍ଚ

ଭଦ୍ରକ: ଆସନ୍ତାକାଲି (ରବିବାର) ପବିତ୍ର ଶ୍ରୀରାମ ନବମୀ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଏକ ବିଶାଳ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ସହର ପରିକ୍ରମା କରିବ । ଏଥିରେ ହଜାର ହଜାର ରାମ ଭକ୍ତ ମାନେ ଯୋଗ ଦେବେ । ତେଣୁ, ଭଦ୍ରକରେ ପବିତ୍ର ରାମ ନବମୀକୁ ଶାନ୍ତିଶୃଙ୍ଖଳାର ସହିତ ସମାପିତ କରିବା ପାଇଁ ଭଦ୍ରକ ସହରରେ ବ୍ୟାପକ ପୋଲିସ ମୂତୟନ କରାଯାଇଛି ।

ରାମନବମୀ ପୂର୍ବରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସର ଫ୍ଳାଗ୍ ମାର୍ଚ୍ଚ

ତେବେ ଆଜି ସହରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଭଦ୍ରକ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୋଲିସ ପକ୍ଷରୁ ଏହି ଫ୍ଳାଗ୍ ମାର୍ଚ୍ଚ ହୋଇଛି । ସହରର ବିଭିନ୍ନ ସ୍ଥାନରେ 40 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । 3 ଜଣ ଅତିରିକ୍ତ ଏସପି, 10 ଜଣ ଡିଏସପି, 125 ଜଣ ଏସଆଇ ଏବଂ ଏଏସଆଇଙ୍କୁ ଆଇନଶୃଙ୍ଖଳା ଦାଇତ୍ୱରେ ନିୟୋଜିତ ହୋଇଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.