ETV Bharat / state

ଭଦ୍ରକ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଯୁବକ ମୃତ, ତାତିଲେ ଲୋକ

author img

By

Published : Dec 18, 2022, 10:18 PM IST

ଭଦ୍ରକ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଯୁବକ ମୃତ, ତାତିଲେ ଲୋକ
ଭଦ୍ରକ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଯୁବକ ମୃତ, ତାତିଲେ ଲୋକ

ଭଦ୍ରକ ଜିଲ୍ଲା 16ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଅଧିକ ପଢ଼ନ୍ତୁ

ଭଦ୍ରକ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଯୁବକ ମୃତ, ତାତିଲେ ଲୋକ

ଭଦ୍ରକ : ଭଦ୍ରକ ଜିଲ୍ଲା 16ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଡିବିଏଲ କମ୍ପାନୀ ପକ୍ଷରୁ ଜାରି ରହିଥିବା ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ଯୋଗୁଁ ଏହିପରି ମାରାଥନ ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଥିଲେ ।

ସୂଚନାନୁସାରେ ଜିଲ୍ଲା ଆରଡ଼ି ଛକ ନିକଟରେ ଆଜି ଏକ ଟ୍ରକଟି ହଠାତ ଏକ ବାଇକ ଚାଳକ ଉପରେ ଚଢ଼ି ଯାଇଥିଲା । ଫଳରେ ବାଇକ ସହ ଆରୋହୀ ଜଣକ ଟ୍ରକ ତଳେ ଚାପି ହୋଇଯାଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିବାସହ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଡିବିଏଲ କମ୍ପାନୀର ଧିମା କାର୍ଯ୍ୟ ପାଇଁ ଏହିପରି ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ।

ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଦୀର୍ଘ ଦିନ ହେବ ରାଜପଥରୁ ଗାଡି ଗୁଡିକ ସର୍ଭିସ ରୋଡରେ ଯାଉଛି । ତେଣୁ ଅନେକଥର ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି । ଏଥିରେ ବହୁ ଲୋକଙ୍କର ଜୀବନ ବି ଗଲାଣି । ତଥାପି ପ୍ରଶାସନ ଚେତୁନାହିଁ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା ଜାରି ରଖିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.