ETV Bharat / state

ବାତ୍ୟା ଅସାନୀ: ଭଦ୍ରକରେ ପହଞ୍ଚିଲେ ୩୭ ସଦସ୍ୟ ବିଶିଷ୍ଟ ODRAF ଟିମ

author img

By

Published : May 9, 2022, 3:42 PM IST

ସମ୍ଭାବ୍ୟ ବାତ୍ୟା ଆସାନୀ ପାଇଁ ଭଦ୍ରକରେ ପହଞ୍ଚିଲେ ୩୭ ସଦସ୍ୟ ବିଶିଷ୍ଟ ODRAF ଟିମ
ସମ୍ଭାବ୍ୟ ବାତ୍ୟା ଆସାନୀ ପାଇଁ ଭଦ୍ରକରେ ପହଞ୍ଚିଲେ ୩୭ ସଦସ୍ୟ ବିଶିଷ୍ଟ ODRAF ଟିମ

ବାତ୍ୟା ଅସାନୀକୁ ନେଇ SRCଙ୍କ ନିର୍ଦ୍ଦେଶ ଅନୁଯାୟୀ ଭଦ୍ରକରେ ପହଞ୍ଚିଲେ ଗୋଟିଏ ODRAF ଟିମ । ଏହି ODRAF ଟିମରେ ୩୭ ଜଣ ସଦସ୍ୟ ଅଛନ୍ତି । ଅଧିକ ପଢନ୍ତୁ

ଭଦ୍ରକ: ବାତ୍ୟା ଅସାନୀକୁ ନେଇ SRCଙ୍କ ନିର୍ଦ୍ଦେଶ ଅନୁଯାୟୀ ଭଦ୍ରକରେ ପହଞ୍ଚିଲେ ଗୋଟିଏ ODRAF ଟିମ । ଏହି ODRAF ଟିମରେ ୩୭ ଜଣ ସଦସ୍ୟ ଅଛନ୍ତି । ଏହି ଟିମ କଳିଙ୍ଗନଗର ବେଶ କ୍ୟାମ୍ପରୁ ଆସିଛନ୍ତି । ତାଙ୍କ ପାଖରେ ଅତ୍ୟାଧୁନିକ କଟର ମେସିନ, ଟାୱାର ଲାଇଟ ସହ ବିଭିନ୍ନ ପ୍ରକାର ସରଞ୍ଜାମ ରହିଛି ।

ସମ୍ଭାବ୍ୟ ବାତ୍ୟା ଆସାନୀ ପାଇଁ ଭଦ୍ରକରେ ପହଞ୍ଚିଲେ ୩୭ ସଦସ୍ୟ ବିଶିଷ୍ଟ ODRAF ଟିମ

ସେମାନେ ପୂର୍ବରୁ ରାଜ୍ୟରେ ଆସିଥିବା ବାତ୍ୟା ଫନି, ହୁଡୁହୁଡୁ, ଫାଇଲିନ, ଅମ୍ଫାନ ଓ ବୈତରଣୀ ନଦୀରେ ବନ୍ୟା ଭଳି ସବୁ ସମୟରେ ମୁକାବିଲା କରିଛନ୍ତି ଏହି ODRAF ଟିମ । ତେବେ ବାତ୍ୟା ଅସାନୀକୁ ନେଇ ପୁରା ପ୍ରସ୍ତୁତି ଅଛନ୍ତି ଏହି ODRAF ଟିମ । ଆଜି(ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରିପୋର୍ଟିଂ କରିଛନ୍ତି । ତେବେ ବାତ୍ୟା ଅସାନୀର ଗତିପଥକୁ ନେଇ ଏହି ଟିମକୁ ମୁତୟନ କରାଯିବା ନେଇ ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.