ETV Bharat / state

ଭଦ୍ରକରେ ପହଞ୍ଚିଲା ଏନଡିଆରଏଫ ଓ ଓଡ୍ରାଫ ଟିମ

author img

By

Published : Aug 26, 2020, 4:26 PM IST

ଭଦ୍ରକରେ ପହଞ୍ଚିଲା ଏନଡିଆରଏଫ ଓ ଓଡ୍ରାଫ ଟିମ
ଭଦ୍ରକରେ ପହଞ୍ଚିଲା ଏନଡିଆରଏଫ ଓ ଓଡ୍ରାଫ ଟିମ

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରାଥମିକ ଭାବରେ ଭଦ୍ରକ ଜିଲ୍ଲାରେ ଦୁଇଟି ଜରୁରୀକାଳୀନ ଟିମ ଏନଡିଆରଏଫ ଓ ଓଡ୍ରାଫ ଟିମ୍ ପହଞ୍ଚିଲା । ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସମସ୍ତ ମୁକାବିଲା ପାଇଁ ସ୍ବତନ୍ତ୍ର ନଜର ରଖିଛି । ଅଧିକ ପଢନ୍ତୁ...

ଭଦ୍ରକ: ଜିଲ୍ଲାରେ ପହଞ୍ଚିଲା ଏନଡିଆରଏଫ ଓ ଓଡ୍ରାଫର ଗୋଟିଏ ଗୋଟିଏ ଟିମ । ସାରା ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ପ୍ରବଳ ବର୍ଷା ଜାରି ରହିଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି ।

ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀରେ ଆସନ୍ନ ବନ୍ୟା ଆଶଙ୍କା କରି ଗୋଟିଏ ଓଡ୍ରାଫ ଟିମକୁ ଧାମନଗର ଅଞ୍ଚଳରେ ମୁତୟନ କରାଯାଇଛି । ଏହା ସହ ଅନ୍ୟ ଏକ ଏନଡିଆରଏଫ ଟିମକୁ ଭଣ୍ଡାରିପୋଖରୀ ଅଞ୍ଚଳରେ ମୁତୟନ କରାଯାଇଛି । ଏମାନେ ବନ୍ୟା ସ୍ଥିତିକୁ ମୁକାବିଲା କରିବେ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀର ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି। ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ରହିଥିବାବେଳେ ଅପରାହ୍ଣ 2ଟା ସୁଦ୍ଧା 18.39 ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି ।

ଭଦ୍ରକରେ ପହଞ୍ଚିଲା ଏନଡିଆରଏଫ ଓ ଓଡ୍ରାଫ ଟିମ

ତେବେ ବନ୍ୟାଜଳ ସର୍ବାଧିକ 19 ରୁ 20 ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ପ୍ରଶାସନ ପକ୍ଷରୁ ଅନୁମାନ କରାଯାଉଛି । ତେବେ ପ୍ରଶାସନ ପକ୍ଷରୁ ଆଖୁଆପଦା ଠାରେ ବନ୍ୟା ଜଳ ନିଷ୍କାସିତ ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.