ETV Bharat / state

ବିକଶିତ ଭାରତ ସଂକଳ୍ପ ରଥ ଭଙ୍ଗାରୁଜା, ବିଜେଡିକୁ ଟାର୍ଗେଟ କଲେ ବିଧାୟକ ସୂର୍ଯ୍ୟବଂଶୀ ସୂରଜ

author img

By ETV Bharat Odisha Team

Published : Jan 4, 2024, 1:55 PM IST

Viksit Bharat Sankalp Rath: ବିକଶିତ ଭାରତ ସଂକଳ୍ପ ରଥକୁ ଭାଙ୍ଗିଲେ ଦୁର୍ବୃତ୍ତ । ବିଜେଡିକୁ ଟାର୍ଗେଟ କଲେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ଅଧିକ ପଢନ୍ତୁ,

Viksit Bharat Sankalp Rath
ବିକଶିତ ଭାରତ ସଂକଳ୍ପ ରଥ

Viksit Bharat Sankalp Rath

ଭଦ୍ରକ: ବିକଶିତ ଭାରତ ସଂକଳ୍ପ ରଥ ରାଲି ସମୟରେ ଭଙ୍ଗାରୁଜା । ଧାମନଗର ଥାନା ଅନ୍ତର୍ଗତ ଚୂଡ଼ାକୁଟି ପଞ୍ଚାୟତରେ ରାଲି ସମୟରେ ଗାଡିକୁ ଭଙ୍ଗାରୁଜା କଲେ ଦୁର୍ବୃତ୍ତ। ଏହାକୁ ନେଇ ବିଜେଡିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ବିଜୁ ଜନତା ଦଳ ବିକାଶକୁ ବିରୋଧ କରୁଛି, ସଧାରଣ ଲୋକେ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଯୋଗାଇ ଦିଆଯାଉଥିବା ସୁବିଧା ପାଆନ୍ତୁ ନାହିଁ ବୋଲି ବିଜେଡି ଚାହୁଁଥିବା ସେ ଅଭିଯୋଗ କରିଛନ୍ତି ।

ଏହି ଘଟଣାକୁ ନେଇ ଧାମନଗର ବିଜେପି ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା। ପରେ ପୋଲିସ ପକ୍ଷରୁ ବୁଝାସୁଝା କରିବା ପରେ ସ୍ଥିତି ସାମାନ୍ୟ ହୋଇଥିଲା। ଅଭିଯୋଗ ପରେ ଦୁଇ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ। ବୁଧବାର ଧାମନଗର ଥାନା ଚୂଡ଼ାକୁଟି ପଞ୍ଚାୟତରେ ରାଲି ବେଳେ ହଠାତ 4ରୁ 5 ଜଣ ଦୁର୍ବୃତ୍ତ ଆସି ଭଙ୍ଗାରୁଜା କରିଥିଲେ । ସୂର୍ଯ୍ୟବଂଶୀ ସୂରଜଙ୍କ ଅଭିଯୋଗ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଯୋଗାଇ ଦିଆଯାଉଥିବା ସୁବିଧା ଲୋକେ ପାଆନ୍ତୁ ବୋଲି ବିଜେଡି ଚାହୁଁନାହିଁ ।

ଏହା ମଧ୍ୟ ପଢନ୍ତୁ-ଛତିଶଗଡ ରାଜ୍ୟପାଳଙ୍କ ସଭାରେ ବିଦ୍ୟୁତ୍‌କାଟ ଘଟଣା: ନିନ୍ଦା କଲା ବିଜେପି

ବିଧାୟକ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ,'' ବିଜେଡିର କିଛି କାର୍ଯ୍ୟକର୍ତ୍ତା ଆସି ସଂକଳ୍ପ ରଥକୁ ଭଙ୍ଗାରୁଜା କରିଥିଲେ । ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଏହି ଘଟଣା ଘଟିବା ବେଳେ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଶତାଧିକ ମହିଳା ମାନେ ସେଠାରେ ଉପସ୍ଥିତ ଥିଲେ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା ଚାଲିଥିଲା । ଆଶା ଓ ସିଆର୍‌ପି ଫୋର୍ସ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଭଙ୍ଗାରୁଜା କରାଯାଇଥିଲା । ବିଜୁ ଜନତା ଦଳ ବିକାଶକୁ ବିରୋଧ କରୁଛି । ସଧାରଣ ଲୋକେ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଯୋଗାଇ ଦିଆଯାାଉଥିବା ସୁବିଧା ପାଆନ୍ତୁ ନାହିଁ ବିଜେଡି ଚାହିଁ ନାହିଁ । ତାଙ୍କର ଦଳର ପିଲା ମାନେ ଏମିତି ଉତକ୍ଷିପ୍ତ ଥିଲେ , ଯଦି ମୋର ବ୍ୟକ୍ତିଗତ ଲୋକ ନଥାନ୍ତେ ତେବେ କଣ ସ୍ଥିତି ହୋଇଥାନ୍ତା ତାହ କହି ହେବ ନାହିଁ । ମୁଁ ମୋ ପାଇଁ ବିଚଳିତ ନୁହଁ । ବଜେଡିର ଏପରି ମନୋଭାବକୁ ନେଇ ମୁଁ ବିଚଳିତ । ଦଳୀୟ କାର୍ଯ୍ୟକ୍ରମ ନୂହେଁ ବରଂ ସରକାରୀ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଭଳି ଏକ କାଣ୍ଡ ଘଟି ଯାଇଛି, ଯାହା ରାଜ୍ଯ ତଥା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ''

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.