ETV Bharat / state

ଛତିଶଗଡ ରାଜ୍ୟପାଳଙ୍କ ସଭାରେ ବିଦ୍ୟୁତ୍‌କାଟ ଘଟଣା: ନିନ୍ଦା କଲା ବିଜେପି

author img

By ETV Bharat Odisha Team

Published : Nov 26, 2023, 7:15 PM IST

ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସଭାରେ ବିଦ୍ୟୁତ୍‌କାଟକୁ ନିନ୍ଦା କଲା ବିଜେପି । ଶକ୍ତିବିଭାଗ ଏବେ ଶକ୍ତିହୀନ କହିଲେ ସୁରଜ । ଅଧିକ ପଢନ୍ତୁ

ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସଭାରେ ବିଦ୍ୟୁତ୍‌କାଟ: ନିନ୍ଦା କଲା ବିଜେପି
ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସଭାରେ ବିଦ୍ୟୁତ୍‌କାଟ: ନିନ୍ଦା କଲା ବିଜେପି

ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସଭାରେ ବିଦ୍ୟୁତ୍‌କାଟ: ନିନ୍ଦା କଲା ବିଜେପି

ଭୁବନେଶ୍ବର: ଗତକାଲି ଭୁବନେଶ୍ୱରରେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅଂଶଗ୍ରହଣ କରିଥିବା ଏକ କାର୍ଯ୍ୟକ୍ରମରେ ବାରମ୍ବାର ବିଦ୍ୟୁତ୍‌କାଟ ହେବା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ ବିଜେପି । ଏହା ପଛରେ ରାଜ୍ୟ ସରକାରଙ୍କ ଷଡଯନ୍ତ୍ର ଥିବା ସ୍ପଷ୍ଟ ଅନୁମାନ କରିହେଉଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ବିଶ୍ୱଭୂଷଣ ହରିଚନ୍ଦନ କିଛିଦିନ ତଳେ ଶ୍ରୀମନ୍ଦିରର ଦର୍ଶନ ଅବ୍ୟବସ୍ଥାକୁ ନେଇ ନିଜର ଉଦ୍‌ବେଗ ପ୍ରକାଶ କରିଥିବାରୁ ତାଙ୍କ କାର୍ଯ୍ୟକ୍ରମରେ ଏପରି ଅବ୍ୟବସ୍ଥା ସୃଷ୍ଟି କରାଯାଇଥିବା ଅନିଲ କହିଛନ୍ତି ।

ଗତକାଲି ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅଂଶଗ୍ରହଣ କରିଥିବା ଭୁବନେଶ୍ବରରେ କଳିଙ୍ଗ ପୁସ୍ତକମେଳା ମଞ୍ଚରେ ଜାତୀୟ ସଂଗୀତ ପରିବେଷଣ ବେଳେ ବାରମ୍ବାର ବିଜୁଳି କାଟ ହୋଇଥିଲା । ଏହି ଅବ୍ୟବସ୍ଥା ପ୍ରସଙ୍ଗରେ ସରକାରୀ ପ୍ରାୟୋଜିତ ଷଡଯନ୍ତ୍ର ଅଭିଯୋଗ ସହ ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ବାଳ । ବିଶ୍ୱଭୂଷଣ ହରିଚନ୍ଦନ କିଛିଦିନ ତଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଦର୍ଶନ ଅବ୍ୟବସ୍ଥାକୁ ନେଇ ନିଜର ଉଦ୍‌ବେଗ ପ୍ରକାଶ କରିଥିଲେ । ଏହାକୁ ନେଇ ବିଜୁ ଜନତା ଦଳର ଜଣେ ସାଂସଦ ନଭେମ୍ବର ୨୪ ତାରିଖ ଦିନ ସାମ୍ବାଦିକ ସମ୍ମିଳନୀ କରି ସମାଲୋଚନା କରିଥିଲେ । ବିଜୁ ଜନତା ଦଳ ହୀନ ରାଜନୀତି ଓ ନୀଚ୍ଚ ମାନସିକତାରେ ପୀଡିତ ବୋଲି ଅନିଲ ବିଶ୍ବାଳ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଛତିଶଗଡ଼ ରାଜ୍ୟପାଳଙ୍କ ସଭାରେ କଟିଗଲା ଲାଇନ

ଆହୁରି ମଧ୍ୟ ସୁରଜ କହିଛନ୍ତି, ଆଗରୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସଭାରେ ମଧ୍ୟ ବିଦ୍ୟୁତ୍‌କାଟ ହୋଇଥିଲା । ଓଡ଼ିଶାରେ ଏଭଳି ଘଟଣା ବାରମ୍ବାର ଘଟିବା ପଛରେ କାରଣ କ’ଣ ? ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ସଚିବଙ୍କ ସଭାରେ କାହିଁ କେବେ ବିଦ୍ୟୁତ୍‌କାଟ ହେବାର ନଜିର ନାହିଁ । ଏଥିରୁ ଲାଗୁଛି ବୋଧହୁଏ ରାଜ୍ୟ ସରକାର ଜାଣିଶୁଣି ଏଭଳି କରୁଛନ୍ତି । ଓଡ଼ିଶାର ଶକ୍ତି ବିଭାଗର ଅବସ୍ଥା କହିଲେ ନ ସରେ । ଶକ୍ତି ବିଭାଗ ଶକ୍ତିହୀନ ହୋଇପଡ଼ିଛି । ଓଡ଼ିଶାର ବିଜୁଳି ତାମିଲନାଡୁରେ ବିକ୍ରି ହେଉଛି । ହେଲେ ଓଡ଼ିଶାର ବିଜୁଳି ମହଙ୍ଗା । ଓଡ଼ିଶାର ଯେତେବେଳେ ରାଷ୍ଟ୍ରପତି କିମ୍ବା ଅନ୍ୟ ରାଜ୍ୟର ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ ପାୱାରକଟ ହେବା ଏକ ନିନ୍ଦନୀୟ ବିଷୟ । ଓଡ଼ିଶାର ବ୍ୟବସ୍ଥା ସବୁଆଡ଼େ ସମାଲୋଚନା ହେଉଛି । ଏଥିପାଇଁ ସରକାର ଦାୟୀ । ଏହାକୁ ପୁନରାବୃତ୍ତି କରାନଯାଉ ବୋଲି କହିଛନ୍ତି ସୁରଜ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.