ETV Bharat / state

ଛତିଶଗଡ଼ ରାଜ୍ୟପାଳଙ୍କ ସଭାରେ କଟିଗଲା ଲାଇନ

author img

By ETV Bharat Odisha Team

Published : Nov 26, 2023, 8:51 AM IST

Updated : Nov 26, 2023, 12:18 PM IST

Power outrage during Governor programme: ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକ୍ରମରେ କଟିଗଲା ଲାଇନ । ୨ ମିନିଟ୍ ଅନ୍ଧାରରେ ବସିଲେ ରାଜ୍ୟପାଳ । ଅଧିକ ପଢନ୍ତୁ

ଛତିଶଗଡ଼ ରାଜ୍ୟପାଳଙ୍କ ସଭାରେ ବିଦ୍ୟୁତ ବିଭ୍ରାଟ
ଛତିଶଗଡ଼ ରାଜ୍ୟପାଳଙ୍କ ସଭାରେ ବିଦ୍ୟୁତ ବିଭ୍ରାଟ

ଛତିଶଗଡ଼ ରାଜ୍ୟପାଳଙ୍କ ସଭାରେ କଟିଗଲା ଲାଇନ

ଭୁବନେଶ୍ବର: ଦେଶର ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭ୍ରାଟ ଘଟଣାକୁ ରାଜ୍ୟବ୍ୟାପୀ ନିନ୍ଦା କରାଯାଇଥିଲା । ଏବେ ପୁଣି ଆଉ ଜଣେ ଭିଭିଆଇପିଙ୍କ କାର୍ଯ୍ୟକ୍ରମରେ ସମାନ ଅଶୋଭନୀୟ ଘଟଣା ଦେଖିବାକୁ ମିଳିଛି । ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ କାଟ ହୋଇଛି । ଗତକାଲି ରାଜ୍ୟପାଳ ହରିଚନ୍ଦନ ଭୁବନେଶ୍ବରରେ ଆୟୋଜିତ କଳିଙ୍ଗ ପୁସ୍ତକ ମେଳାରେ ଯୋଗ ଦେଇଥିବା ବେଳେ ସେଠାରେ ଲାଇନ କଟି ଯାଇଥିଲା । ଫଳରେ ରାଜ୍ୟପାଳଙ୍କୁ ବେଶ୍ କିଛି ସମୟ ଧରି ଅନ୍ଧାରରେ ବସିବାକୁ ପଡ଼ିଥିଲା ।

ସୂଚନା ଅନୁସାରେ, କଳିଙ୍ଗ ପୁସ୍ତକ ମେଳା ୧୯ ନଭେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଗତକାଲି(ଶନିବାର) ଏହି ସଭାରେ ୧୩ ଜଣ ସାହିତ୍ୟିକ ଭାଷାବିତ୍ ଓ ଲେଖକଙ୍କୁ ସମ୍ମାନିତ କରାଯିବାର ଅୟୋଜନ ହୋଇଥିଲା । ଏଥିରେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଠିକ୍ ଜାତୀୟ ସଂଗୀତ ପରିବେଷଣ ସମୟରେ ହଠାତ୍ ଲାଇନ କଟି ଯାଇଥିଲା । ୨ ମିନିଟରୁ ଅଧିକ ସମୟ ଧରି ଲାଇନ ନଆସିବାରୁ ରାଜ୍ୟପାଳଙ୍କୁ ଅନ୍ଧାରରେ ବସିବାକୁ ପଡ଼ିଥିଲା । ଏଭଳି ଅଶୋଭନୀୟ ଘଟଣାକୁ ସେଠାରେ ଉପସ୍ଥିତ ଦର୍ଶକ ନିଜ ମୋବାଇଲରେ କଏଦ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣା, କ୍ଷମା ମାଗିଲେ ବିଶ୍ବବିଦ୍ୟାଳୟର କୁଳପତି

ରାଜ୍ୟପାଳଙ୍କ କାର୍ଯ୍ୟକ୍ରରେ ଏପରି ବିଦ୍ୟୁତ ବିଭ୍ରାଟକୁ ତୀବ୍ର ନିନ୍ଦା କରାଯାଇଛି । ଏଥିପାଇଁ ପୁସ୍ତକ ମେଳା ଆୟୋଜକଙ୍କୁ ମଧ୍ୟ ନିନ୍ଦିତ ହେବାକୁ ପଡିଛି । ଭିଭିଆଇପିଙ୍କ କାର୍ଯ୍ୟକ୍ରମ ସମୟରେ ବିଦ୍ୟୁତ ସେବା ପ୍ରତି ଅଧିକ ସଜାଗ ରହିବାକୁ ପଡେ । ମାତ୍ର ଏଠାରେ ସେସବୁ ଦେଖିବାକୁ ମିଳିନଥିଲା । ଯେଉଁଥିପାଇଁ ଏତେ ବଡ ଗୋଟିଏ ବିଭ୍ରାଟ ଦେଖାଗଲା ।

ଗତ କିଛି ମାସ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦା ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଭାଷଣ ଦେଉଥିବା ସମୟରେ ଲାଇନ କଟିଥିଲା । ଯାହାକି ସାରା ଦେଶରେ ଓଡିଶା ବିଦ୍ୟୁତ ବିଭାଗର ସେବା ଉପରେ ଏକ ପ୍ରଶ୍ନ ସୃଷ୍ଟି କରିଥିଲା । ପୁଣି ସେହି ସମାନ ସ୍ଥିତିର ପୁନରାବୃତ୍ତି ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । ତାହା ପୁଣି ଖୋଦ୍ ରାଜ୍ୟ ରାଜଧାନୀରେ । ଏହାକୁ ଚାରିଆଡୁ ନିନ୍ଦା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 26, 2023, 12:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.